ଦାରା ସିଂ କୁ କାରାଦଣ୍ଡ ରୁ ମୁକ୍ତ ପାଇଁ ରାଷ୍ଟ୍ରପତି ଓ ମୁଖ୍ୟମନ୍ତ୍ରୀ ଙ୍କୁ ଚିଠି ଲେଖିଲା ନେତାଜୀ ସୁଭାଷ ସେନା l

କଟକ (ବ୍ୟୁରୋ ରିପୋର୍ଟ) :- ବହୁ ଚର୍ଚ୍ଚିତ ଗ୍ରାହମ ଷ୍ଟେନ ହତ୍ୟା କାଣ୍ଡ ରେ ଓଡିଶା ର କେନ୍ଦୁଝର ଜିଲ୍ଲା ଜେଲ ରେ ଆଜୀବନ କାରାଦଣ୍ଡ ଭୋଗ କରୁଛନ୍ତି ଦାରା ସିଂ। ବିଗତ ୨୦୦୦ ମସିହାରେ ବାରିପଦା ମନହରପୁର ରେ ଗ୍ରାହମ ଷ୍ଟେନ ଓ ତାଙ୍କ ପରିବାର କୁ ସୋଇଥିବା ଅବସ୍ଥାରେ ନିର୍ମମ ଭାବେ ପୋଡି ମାରିଥିଲେ ଦାରା ସିଂ l ତେବେ ଧର୍ମ ପରିବର୍ତ୍ତନ ପାଇଁ ହିନ୍ଦୁ ଧର୍ମର ଲୋକମାନଙ୍କୁ ପ୍ରବର୍ତ୍ତାଇବା କଥା କୁ କେନ୍ଦ୍ର କରି ଦାରା ସିଂ ଏହି ନାରକୀୟ ହତ୍ୟାକାଣ୍ଡ ଘଟାଇ ଥିଲେ।ଏହି ଘଟଣା କୁ ବହୁ ବର୍ଷ ବିତିଯିବା ସହ ଦାରା ସିଂ ଦୀର୍ଘ ବର୍ଷ କାରାଦଣ୍ଡ ଭୋଗି ସାରିଲେଣି I ଏହି କେଶ ର ଉଦ୍ଦେଶ୍ୟ ଓ ତୀବ୍ରତା କୁ ବିଚାରକୁ ନେଇ ଦାରା ସିଂ ଙ୍କ ଦଣ୍ଡ କୋହଳ କରି ତାଙ୍କୁ ଏକ ସାମାଜିକ ଜୀବନ ବଞ୍ଚିବାର ସୁଯୋଗ ଦେବା ପାଇଁ ନେତାଜୀ ସୁଭାଷ ସେନା ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଜି ଓ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଙ୍କୁ ଚିଠି ଲେଖିଛନ୍ତି। ନେତାଜୀ ସୁଭାଷ ସେନା ଏଭଳି ନାରକୀୟ କାଣ୍ଡ କୁ ସମର୍ଥନ କରୁନାହିଁ,କିନ୍ତୁ ଦାରା ସିଂ ଙ୍କୁ ତାଙ୍କ ଶେଷ ଜୀବନ ରେ ସମାଜ ରେ ବଞ୍ଚିବା ପାଇଁ ଏକ ସୁଯୋଗ ଦେବା ପାଇଁ ସେନା ର ଉଦ୍ଦେଶ୍ୟ । ଦାରା ସିଂ କୁ ମାନବଧର୍ମୀ ବିଚାର ପ୍ରକିୟାଭୁକ୍ତ କରାଯିବ ବୋଲି ନେତାଜୀ ସୁଭାଷ ସେନା ଆଶାବାଦୀ।

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !