ଜଖପୁରା ରେଳ ଷ୍ଟେସନ ର ପାର୍ଶ୍ଵବର୍ତ୍ତୀ ଅଞ୍ଚଳ ର ବିଭିନ୍ନ ସମସ୍ୟା ନେଇ କେନ୍ଦ୍ର ରେଳ ମନ୍ତ୍ରୀ ଙ୍କୁ ଦାବି ପତ୍ର l

ଦାନଗଦୀ :- ଯାଜପୁର ଜିଲ୍ଲା ଦାନଗଦୀ ବ୍ଲକ ଅନ୍ତର୍ଗତ ଜଖପୁରା ରେଲୱେ ଷ୍ଟେସନ ଓ ତାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳ ବିଭିନ୍ନ ପ୍ରକାରର ସମସ୍ୟା କୁ ନେଇ ୬ଟି ପଞ୍ଚାୟତ ର ଜନପ୍ରତିନିଧି ଓ ସ୍ଥାନୀୟ ଅଂଚଳର ବୁଦ୍ଧିଜୀବୀ ମହଲରେ ଦାବି ହେଉଛି l କଳିଙ୍ଗନଗର ରେ ଶିଳ୍ପ କାରଖାନା ଗଢି ଉଠିବା ପରେ ଅଧିକାଂଶ କାରଖାନା ତାଙ୍କର କଞ୍ଚାମାଲ ଏବଂ ଉତ୍ପାଦର ପରିବହନ ପାଇଁ ମୁଖ୍ୟତଃ ଯଖପୁରା ରେଳ ଷ୍ଟେସନ ଉପରେ ନିର୍ଭର କରିଥାନ୍ତି l ଏହି ଷ୍ଟେସନ ରୁ ହରିଦାସପୁର ରୁ ପାରାଦୀପ ରେଳ ଧାରଣା, ଟାଟା କାରଖାନା, କେନ୍ଦୁଝର ଗଡ, ଦୈତାରୀ - ବାଂଶପାଣି ଅଞ୍ଚଳରୁ ଲୁହା ପଥର, କୋଇଲା ଭଳି ଖଣିଜପଦାର୍ଥ କଞ୍ଚାମାଲ ଓ କାରଖାନା ମାନଙ୍କର ଉତ୍ପାଦ ସବୁ ପରିବହନ ହୋଇଥାଏ l କିନ୍ତୁ ବିଡ଼ମ୍ବନାର ବିଷୟ ଏହି ଷ୍ଟେସନ କିମ୍ବା ଏହାର ଆଖପାଖ ଅଞ୍ଚଳର ବିଶେଷ କିଛି ଉନ୍ନତି ହୋଇପାରି ନାହଁ l ରେଳ ବିଭାଗ ପକ୍ଷରୁ ଏହି ଷ୍ଟେସନ ଟିକୁ ଜଂକସନ ର ମାନ୍ୟତା ଦିଆଯାଇଥିଲେ ମଧ୍ୟ ଅନ୍ୟ ଜଙ୍କସନ ଭଳି ସରକାର ଏହି ଷ୍ଟେସନ ର ଉନ୍ନତି ପାଇଁ କୌଣସି ଉତ୍ସାହ ଦେଖାଉ ନ ଥିବା ପରିଲକ୍ଷିତ ହେଉଛି l ଏହି ଷ୍ଟେସନ ରୁ କୋଟି କୋଟି ଟଙ୍କା ର ରାଜସ୍ଵ ସରକାର ଙ୍କ ରାଜକୋଷ କୁ ଯାଉଥିବା ବେଳେ ପାର୍ଶ୍ଵବର୍ତ୍ତୀ ୬ ଟି ପଞ୍ଚାୟତ ର ଗ୍ରାମବାସୀ ନିଜ ଜୀବିକା ବଞ୍ଚାଇବାକୁ ସଂଘର୍ଷ କରୁଛନ୍ତି l ଯଖପୁରା ରେଳ ଷ୍ଟେସନ ର ଉତ୍ତର ଦିଗରେ ଥିବା ୧୪୬ ନମ୍ବର ରେଳ ଫାଟକ କୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରିଦେବା କାରଣରୁ ହଜାର ହଜାର ଚାଷ ଜମି ଏବେ ପଡିଆ ପଡିଛି l ଯେଉଁ କେତେଜଣ ଚାଷୀ କଷ୍ଟ କରି ଚାଷ କରୁଛନ୍ତି ସେମାନଙ୍କୁ ଅଧ କିଲୋମିଟର ରାସ୍ତା ଯିବା ବଦଳରେ ସାତ ଆଠ କିଲୋମିଟର ବାଟ ବୁଲି ବୁଲି ଯାଇ ଅଧିକା ଖର୍ଚ୍ଚାନ୍ତ ହେବାକୁ ପଡୁଛି ତେଣୁ ଏହି ରେଳ ଫାଟକ କୁ ଖୋଲିବା କିମ୍ବା ଫାଟକ ନିକଟରେ ଟ୍ରକ, ଟ୍ରାକ୍ଟର କିମ୍ବା ଜେ ସି ବି ଯାଇପାରୁ ଥିବା ଭଳି ଏକ ଗଳି ପୋଲ ନିର୍ମାଣ କରିବା ପାଇଁ ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ଅନୁରୋଧ କରିଛନ୍ତି ୬ ଟି ପଞ୍ଚାୟତ ର ସରପଞ୍ଚ ଏବଂ ସମିତି ସଭ୍ୟ ଏବଂ ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବୀ I ଏ ନେଇ ସମୁହ ଆଲୋଚନା ପରେ ବିଭିନ୍ନ ଦାବି ନେଇ ବିଭାଗୀୟ ମନ୍ତ୍ରୀ ଓ ସ୍ଥାନୀୟ ପ୍ରଶାସନ କୁ ଦାବିପତ୍ର ପ୍ରଦାନ କରିଛନ୍ତି l ଏହି ଦାବିଗୁଡିକୁ ଗଭୀରତା ର ସହ ବିଚାରକୁ ନେଇ ତ୍ଵରିତ କାର୍ଯ୍ୟାନୁଷ୍ଠାନ ପାଇଁ ଅଞ୍ଚଳବାସୀ ଦାବିକରିଛନ୍ତି। ମୁଖ୍ୟ ଦାବି ଗୁଡିକ ହେଲା, ୧- ୧୪୬ ନମ୍ବର ଫାଟକ କୁ ଖୋଲିବା କିମ୍ବା ସେ ସ୍ଥାନରେ ଏକ ଉଚ୍ଚତା ବିଶିଷ୍ଟ ଗଳି ପୋଲ ନିର୍ମାଣ( ମୁଖ୍ଯ ଦାବି) l
୨- ରେଳ ଷ୍ଟେସନ ରେ ବାଙ୍ଗିରିପୋଷି ଭୁବନେଶ୍ବର ଏକ୍ସପ୍ରେସ ର ରହଣି l
୩-ହାଓଡ଼ା ପୁରୀ ଧଉଳି ଏକ୍ସପ୍ରେସ୍ ରହଣି l
୪- ଖଡଗପୁର - ଯାଜପୁର କେନ୍ଦୁଝର ରୋଡ ପାସେଞ୍ଜର ଟ୍ରେନ୍ କୁ ଯଖପୁରା ପର୍ଯ୍ୟନ୍ତ ସମ୍ପ୍ରସାରଣ l
୪-ଯାତ୍ରି ବିଶ୍ରାମାଗାର l
୫- ଷ୍ଟେସନ ର ଉଭୟ ପାର୍ଶ୍ୱରେ ଥିବା ପ୍ଲାଟଫର୍ମ ରେ ପାନୀୟଜଳ ବ୍ୟବସ୍ଥା l
୬- ସଂରକ୍ଷିତ ଟିକେଟ କାଉଣ୍ଟର ବ୍ୟବସ୍ଥା I 
୭- ଜଖପୁରା ରେଲୱେ ଷ୍ଟେସନର ନାମ ପଶ୍ଚିମ ପଟରେ ସ୍ବାଗତମ ଫାଟକ ନିର୍ମାଣ କରିବା । 


             

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !