ଶିଳ୍ପ ପ୍ରଗତି ସହିତ ପରିବେଶଗତ ସନ୍ତୁଳନ ଏକାନ୍ତ ଆବଶ୍ୟକ- ରାଜ୍ୟପାଳ l
ଭୁବନେଶ୍ବର, ତା ୦୯/୦୩ (ବ୍ୟୁରୋ ରିପୋର୍ଟ) :- ଶିଳ୍ପ ପ୍ରଗତି ସହିତ ପରିବେଶଗତ ସନ୍ତୁଳନ ଏକାନ୍ତ ଆବଶ୍ୟକ ବୋଲି ରାଜ୍ୟପାଳ ଡ. ହରି ବାବୁ କମ୍ଭମ୍ଟି କହିଛନ୍ତି। ଆଜି ବିଜୁ ପଟ୍ଟନାୟକ ପ୍ରଦର୍ଶନୀ ପଡ଼ିଆ, ବରମୁଣ୍ଡାଠାରେ ଆୟୋଜିତ ଓଡ଼ିଶା ମାଇନିଂ ଏକ୍ସପୋ ଏବଂ କନକ୍ଲେଭର ଉଦ୍ଯାପନୀ ସମାରୋହରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ରାଜ୍ୟପାଳ ଏହା କହିଛନ୍ତି। ଏହି ସମାରୋହରେ ଉଦ୍ବୋଧନ ଦେଇ ଇଣ୍ଡଷ୍ଟ୍ରି ଲିଡର୍, ନୀତି ନିର୍ଦ୍ଧାରକ ଏବଂ ବିଶେଷଜ୍ଞମାନଙ୍କୁ ସମ୍ବୋଧୃତ କରି ରାଜ୍ୟପାଳ କହିଥିଲେ ଯେ, ଭାରତର ଖଣିଜ-ଭିତ୍ତିକ ଅର୍ଥନୈତିକ ଅଭିବୃଦ୍ଧିରେ ଓଡ଼ିଶାର ଗୁରୁତ୍ଵପୂର୍ଣ ଭୂମିକା ରହିଛି। ଖଣି ଓଡ଼ିଶାର ଅର୍ଥନୀତିର ମେରୁଦଣ୍ଡ ହୋଇଛି, ଯାହା ନିଯୁକ୍ତି, ଭିତ୍ତିଭୂମି ଏବଂ ଶିଳ୍ପ ପ୍ରଗତିରେ ଗୁରୁତ୍ବପୂର୍ଣ ଅବଦାନ ରଖୁଛି । ଲୁହପଥର, ବକ୍ସାଇଟ୍, କୋଇଲା, ମାଙ୍ଗାନିଜ୍ ଏବଂ କ୍ରୋମାଇଟ୍ର ବିପୁଳ ଭଣ୍ଡାର ସହିତ ଓଡ଼ିଶା ଭାରତର ସମ୍ପଦ-ଚାଳିତ ବିକାଶରେ ଏକ ପ୍ରମୁଖ ରାଜ୍ୟଭାବରେ ନିଜକୁ ସ୍ଥାନିତ କରିଛି। ରାଜ୍ୟପାଳ କରିଥିଲେ ଯେ ଆଜି ଖଣି କେବଳ ସମ୍ପଦ ଖନନ ଓ ନିଷ୍କାସନ ନୁହେଁ ବରଂ ସ୍ଥାୟୀ ବିକାଶ, ପ୍ରଯୁକ୍ତିବିଦ୍ୟା ଏବଂ ସମାଜ କଲ୍ୟାଣକୁ ପ୍ରାଥମିକତା ଦେଉଛି। ସ୍ବୟଂଚାଳିତକରଣ, ଡିଜିଟାଲାଇଜେସନ୍ ଏବଂ ସବୁଜ ଖଣି ପଦକ୍ଷେପ ଶିଳ୍ପ କ୍ଷେତ୍ରକୁ ରୂପାନ୍ତରିତ କରୁଛି । ...