Posts

Showing posts from September 19, 2020

ସରକାରୀ ଯୋଜନା ରୁ ବଞ୍ଚିତ ଦାନଗଦି ବ୍ଲକ ର ମୂଳା ସାର ଗ୍ରାମ l ଅଧୁରା କାର୍ଯ୍ଯକୁ ପୁରା କରିବା କୁ ଦାବି l

Image
ଯାଜପୁର (ବ୍ୟୁରୋ ରିପୋର୍ଟ) :- ଯାଜପୁର ଜିଲ୍ଲା ଦାନଗଦି ବ୍ଲକ ଅନ୍ତର୍ଗତ ରାଣୀପଡା ପଞ୍ଚାୟତର ମୂଳାସାର ଗ୍ରାମ ରେ ସରକାରୀ ଯୋଜନା ଫେଲ ମାରିଥିବା ଅଭିଯୋଗ ହୋଇଛି l ଏହି ଗ୍ରାମର ଭୌଗୋଳିକ ଅବସ୍ଥିତି ହେଉଛି ଏହି ଗ୍ରାମଟି ୩ ଟି ୱାର୍ଡ କୁ ନେଇ ଗଠିତ ହୋଇଥିବା ବେଳେ ଘର ସଂଖ୍ୟା ୧୬୦ ଓ ଲୋକସଂଖ୍ୟା ପ୍ରାୟ ୨୪୦୦ ସମସ୍ତ ହରିଜନ ପରିବାର l ବାଉଁଶ ଖୁଣ୍ଟ ରେ ବିଦ୍ୟୁତ ତାର  ଏହି ଗ୍ରାମ ରେ ଗୋଟିଏ ପ୍ରାଥମିକ ବିଦ୍ୟାଳୟ ଅଛି l ଗାଁ ରେ ସମସ୍ୟା କହିଲେ ବହୁତ୍ କିଛି I ଗାଁ ରେ ବିଜୁଳି ସେବା ଅଛି କିନ୍ତୁ ତାହା ବିପଦ ସଂକୁଳ ଅବସ୍ଥାରେ, ଛୋଟ ଛୋଟ ପିଲାମାନେ ପାଠ ପଢିବାକୁ ଆସୁଥିବା ବିଦ୍ୟାଳୟ ନିକଟରେ ହାତ ପାହାନ୍ତାରେ ଝୁଲୁଛି ବିଜୁଳି ତାର l ଗାଁ ମଧ୍ୟରେ ବିଦ୍ୟୁତ ତାର କାହା ଚାଳ କୁଡିଆ ଉପରେ ଯାଇଛି ତ କେଉଁଠି ବାଉଁଶ ଖୁଣ୍ଟ ଦ୍ଵାରା ସେବା ଯୋଗାଇ ଦିଆଯାଇଛି l  ବିଦ୍ୟାଳୟ ଉପରେ ହାତ ପାହାନ୍ତାରେ ବିଦ୍ୟୁତ ତାର l କେତେବେଳେ ଯେ ବିପଦ ଆସିବ ତାହା ଜଳ ଜଳ ହୋଇ ଦେଖାଯାଉଛି l ଗାଁ ଲୋକେ କେତେଥର ଯେ ଅଭିଯୋଗ କରିଛନ୍ତି କିନ୍ତୁ ବିଦ୍ୟୁତ ଯୋଗାଣ କରି ସଂସ୍ଥା କର୍ଣ୍ଣପାତ କରୁନାହିଁ l ଜିଦି ଭବିଷ୍ୟତ ରେ କୌଣସି ଅଘଟଣ ଘଟେ ସେଥିପାଇଁ ଦାୟୀ ରହିବ କିଏ?   ଅଧୁରା ପାନୀୟ ଜଳ ଯୋଗାଣ ପ୍ରକଳ୍ପର ଦୃଶ୍ୟ  ନିର୍ବାଚନ ସମୟରେ ନେତାମାନେ ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ