ସରକାରୀ ଯୋଜନା ରୁ ବଞ୍ଚିତ ଦାନଗଦି ବ୍ଲକ ର ମୂଳା ସାର ଗ୍ରାମ l ଅଧୁରା କାର୍ଯ୍ଯକୁ ପୁରା କରିବା କୁ ଦାବି l

ଯାଜପୁର (ବ୍ୟୁରୋ ରିପୋର୍ଟ) :- ଯାଜପୁର ଜିଲ୍ଲା ଦାନଗଦି ବ୍ଲକ ଅନ୍ତର୍ଗତ ରାଣୀପଡା ପଞ୍ଚାୟତର ମୂଳାସାର ଗ୍ରାମ ରେ ସରକାରୀ ଯୋଜନା ଫେଲ ମାରିଥିବା ଅଭିଯୋଗ ହୋଇଛି l ଏହି ଗ୍ରାମର ଭୌଗୋଳିକ ଅବସ୍ଥିତି ହେଉଛି ଏହି ଗ୍ରାମଟି ୩ ଟି ୱାର୍ଡ କୁ ନେଇ ଗଠିତ ହୋଇଥିବା ବେଳେ ଘର ସଂଖ୍ୟା ୧୬୦ ଓ ଲୋକସଂଖ୍ୟା ପ୍ରାୟ ୨୪୦୦ ସମସ୍ତ ହରିଜନ ପରିବାର l
ବାଉଁଶ ଖୁଣ୍ଟ ରେ ବିଦ୍ୟୁତ ତାର 
ଏହି ଗ୍ରାମ ରେ ଗୋଟିଏ ପ୍ରାଥମିକ ବିଦ୍ୟାଳୟ ଅଛି l ଗାଁ ରେ ସମସ୍ୟା କହିଲେ ବହୁତ୍ କିଛି I ଗାଁ ରେ ବିଜୁଳି ସେବା ଅଛି କିନ୍ତୁ ତାହା ବିପଦ ସଂକୁଳ ଅବସ୍ଥାରେ, ଛୋଟ ଛୋଟ ପିଲାମାନେ ପାଠ ପଢିବାକୁ ଆସୁଥିବା ବିଦ୍ୟାଳୟ ନିକଟରେ ହାତ ପାହାନ୍ତାରେ ଝୁଲୁଛି ବିଜୁଳି ତାର l ଗାଁ ମଧ୍ୟରେ ବିଦ୍ୟୁତ ତାର କାହା ଚାଳ କୁଡିଆ ଉପରେ ଯାଇଛି ତ କେଉଁଠି ବାଉଁଶ ଖୁଣ୍ଟ ଦ୍ଵାରା ସେବା ଯୋଗାଇ ଦିଆଯାଇଛି l 
ବିଦ୍ୟାଳୟ ଉପରେ ହାତ ପାହାନ୍ତାରେ ବିଦ୍ୟୁତ ତାର l
କେତେବେଳେ ଯେ ବିପଦ ଆସିବ ତାହା ଜଳ ଜଳ ହୋଇ ଦେଖାଯାଉଛି l ଗାଁ ଲୋକେ କେତେଥର ଯେ ଅଭିଯୋଗ କରିଛନ୍ତି କିନ୍ତୁ ବିଦ୍ୟୁତ ଯୋଗାଣ କରି ସଂସ୍ଥା କର୍ଣ୍ଣପାତ କରୁନାହିଁ l ଜିଦି ଭବିଷ୍ୟତ ରେ କୌଣସି ଅଘଟଣ ଘଟେ ସେଥିପାଇଁ ଦାୟୀ ରହିବ କିଏ?
 ଅଧୁରା ପାନୀୟ ଜଳ ଯୋଗାଣ ପ୍ରକଳ୍ପର ଦୃଶ୍ୟ 
ନିର୍ବାଚନ ସମୟରେ ନେତାମାନେ ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ବିଭିନ୍ନ ଯୋଜନା କରିବା ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଥାନ୍ତି l ଏହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଏହି ଗ୍ରାମରେ, ଆଜକୁ ପ୍ରାୟ ତିନି ବର୍ଷ ହେବ ଅଧା କାର୍ଯ୍ୟ ହୋଇ ପଡିରହିଛି ପାନୀୟଜଳ ଯୋଗାଣ ପ୍ରକଳ୍ପ l ତାହା ଆଜି ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇପାରୁନାହିଁ, ଯାହାଦ୍ୱାରା ଲୋକମାନେ ଗ୍ରୀଷ୍ମ ଋତୁରେ ପାଣି ପାଇଁ ହନ୍ତସନ୍ତ ହେଉଛନ୍ତି l 
 ବିଜୁ ସେତୁ ଯୋଜନା ଖାଲି ଫଳକରେ ସୀମିତ 
ଆଜକୁ ପାଞ୍ଚ ବର୍ଷ ହେବ ଗାଁ ଲୋକଙ୍କ ଯାତାୟତ ପାଇଁ ପୂର୍ବତନ ସାଂସଦ ରୀତା ତରାଇ, ମାନନୀୟ ବିଧାୟକ ସୁକିନ୍ଦା ଇ. ପ୍ରୀତିରଞ୍ଜନ ଘଡାଇ ଙ୍କ ଦ୍ଵାରା ବିଜୁ ସେତୁ ଯୋଜନାରେ ମୂଳାସାର ଠାରୁ ଓଲଳ ଗଣ୍ଡା ନାଳ ଉପରେ ଆର୍ ଡି ରାସ୍ତା ନିର୍ମାଣ ପାଇଁ ଶିଳାନ୍ୟାସ ତା ୨୧/୧୨/୨୦୧୬ ରିଖ ଦିନ ହୋଇଥିବା ବେଳେ ଏପର୍ଯ୍ୟନ୍ତ ମାଟି ମୁଠାଏ ବି ପଡିନାହିଁ I 
 ବିଗତ ବର୍ଷ ହେଲା ଅକାମୀ ହୋଇ ପଡ଼ି ରହିଛି ଲିପ୍ଟ ପଏଣ୍ଟ l
ଗ୍ରାମର ପ୍ରାୟ ସମସ୍ତ ଲୋକ ଚାଷବାସ ଉପରେ ନିର୍ଭର କରି ଚଳନ୍ତି କିନ୍ତୁ ଦୁଃଖର ବିଷୟ ଆଜକୁ ପ୍ରାୟ ୩୦ ବର୍ଷ ହେବ ଲିପ୍ଟ ପଏଣ୍ଟ୍ ଟି ଅଚଳାବସ୍ଥା ରେ ପଡ଼ି ରହିଛି l ଯାହାଦ୍ୱାରା ଚାଷୀ ମୁଣ୍ଡରେ ହାତ ଦେଇ ବସିଛନ୍ତି l ପାଣିର ସୁବିଧା ହେଲେ ଚାଷୀ ପରିବାର ସେହି ଜମିରେ ବର୍ଷରେ ଦୁଇଥର ଫସଲ ଅମଳ କରି ଖୁସିରେ ପରିବାର ପ୍ରତିପୋଷଣ କରିପାରନ୍ତେ l
ସରକାର ଗାଁ ଗୁଡିକର ବିକାଶ ପାଇଁ ପୁଳା ପୁଳା ଯୋଜନା କରୁଛନ୍ତି, ବାସ୍ତବରେ ଦେଖିବାକୁ ଗଲେ ଏହା ସଠିକ୍ ଭାବରେ ପରିଚାଳନା ହୋଇପାରୁନାହିଁ l ତେଣୁ ମୂଳାସାର ଗ୍ରାମବାସୀ ଙ୍କ ଅଭିଯୋଗ କ୍ରମେ ତାଙ୍କୁ ତାଙ୍କର ମୌଳିକ ସୁବିଧା ସୁଯୋଗ ଯୋଗାଇ ଦିଆଯାଉ l

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !