ସୁକିନ୍ଦା ସାହିତ୍ୟ ସମାଜ ଆନୁକୂଲ୍ୟରେ ଗଳ୍ପ ସଂକଳନ ତୃତୀୟ ରସ ଉନ୍ମୋଚନ ଉତ୍ସବ ଅନୁଷ୍ଠିତ l

ଯାଜପୁର (ସୁକିନ୍ଦା) :- ସୁକିନ୍ଦା ସାହିତ୍ୟ ସମାଜ ଆନୁକୂଲ୍ୟରେ ଶିକ୍ଷାବିତ ସୁରେନ୍ଦ୍ର କୁମାର ଦାଶଙ୍କ ରଚିତ ଗଳ୍ପ ସଂକଳନ 'ତୃତୀୟ ରସ' ଉନ୍ନ୍ମୋଚନ ଉପଲକ୍ଷେ ଭାରତୀୟ ବିଦ୍ୟା ନିକେତନ, ସୁକିନ୍ଦାଠାରେ ଏକ ସମାବେଶ ରବିବାର ପୂର୍ବାହ୍ନରେ ଅନୁଷ୍ଠିତ ହୋଇଥିଲା l ଏଥିରେ ସୁକିନ୍ଦା ଥାନା ଆଇଆଇସି ଶିବ ଚରଣ ବେହେରା ମୁଖ୍ୟ ଅତିଥି, ସେବାନିବୃତ୍ତ ଭୁବନ କଲେଜ ଅଧ୍ୟକ୍ଷ କିଶୋର ଚନ୍ଦ୍ର ଦାଶ, ସାହିତ୍ୟ ସମାଜର ମୁଖ୍ୟ ଉପଦେଷ୍ଟା ବରିଷ୍ଠ ସାମ୍ବାଦିକ ଜୟ ନାରାୟଣ ମହାପାତ୍ର ଓ ଉପଦେଷ୍ଟା ସେବାନିବୃତ୍ତ କୋଷlଗାର ଅଧିକାରୀ ମାଧବ ଚନ୍ଦ୍ର ବଳ ସମ୍ମାନିତ ଅତିଥିଭାବେ ଯୋଗଦେଇ ଏହାକୁ ଉନ୍ନ୍ମୋଚନ କରିଥିଲେ l ପୁସ୍ତକର ଲେଖକ ଶ୍ରୀ ଦାଶ ପୁସ୍ତକ ସମ୍ପର୍କରେ ସୂଚନା ଦେଇ ସାହିତ୍ୟର ନବରସ ମଧ୍ୟରୁ କରୁଣ ହେଉଛି ତୃତୀୟ ରସ l ପୁସ୍ତକରେ ସନ୍ନିବେଶିତ ସମସ୍ତ ୧୨ଟି ଗଳ୍ପ ଏହି ରସ ଉପରେ ଆଧାରିତ ବୋଲି କହିଥିଲେ l ସାହିତ୍ୟ ସମାଜର ସଭାପତି ସେବାନିବୃତ୍ତ ଅଧ୍ୟକ୍ଷ ଅକ୍ଷୟ କୁମାର ଭୂୟାଁଙ୍କ ଅଧ୍ୟକ୍ଷତlରେ ଅନୁଷ୍ଠିତ ଏହି ଉତ୍ସବରେ ସମ୍ପାଦକ ପ୍ରାଧ୍ୟାପକ ହିମାଂଶୁ ଶେଖର ଦ୍ବିବେଦୀ ପ୍ରାରମ୍ଭିକ ସୂଚନା ଓ ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିଲେ l ଉପ ସଭାପତି ଡ. ଦୟାନିଧି ଦାଶ ଧନ୍ୟବାଦ ଅର୍ପଣ କରିଥିଲେ l କୋଷlଧ୍ୟକ୍ଷ ମନୋରଞ୍ଜନ ଦାସ ଉତ୍ସବ ପରିଚାଳନା କରିଥ...