ସୁକିନ୍ଦା ସାହିତ୍ୟ ସମାଜ ଆନୁକୂଲ୍ୟରେ ଗଳ୍ପ ସଂକଳନ ତୃତୀୟ ରସ ଉନ୍ମୋଚନ ଉତ୍ସବ ଅନୁଷ୍ଠିତ l

ଯାଜପୁର (ସୁକିନ୍ଦା) :- ସୁକିନ୍ଦା ସାହିତ୍ୟ ସମାଜ ଆନୁକୂଲ୍ୟରେ ଶିକ୍ଷାବିତ ସୁରେନ୍ଦ୍ର କୁମାର ଦାଶଙ୍କ ରଚିତ ଗଳ୍ପ ସଂକଳନ 'ତୃତୀୟ ରସ' ଉନ୍ନ୍ମୋଚନ ଉପଲକ୍ଷେ ଭାରତୀୟ ବିଦ୍ୟା ନିକେତନ, ସୁକିନ୍ଦାଠାରେ ଏକ ସମାବେଶ ରବିବାର ପୂର୍ବାହ୍ନରେ ଅନୁଷ୍ଠିତ ହୋଇଥିଲା l 
ଏଥିରେ ସୁକିନ୍ଦା ଥାନା ଆଇଆଇସି ଶିବ ଚରଣ ବେହେରା ମୁଖ୍ୟ ଅତିଥି, ସେବାନିବୃତ୍ତ ଭୁବନ କଲେଜ ଅଧ୍ୟକ୍ଷ କିଶୋର ଚନ୍ଦ୍ର ଦାଶ, ସାହିତ୍ୟ ସମାଜର ମୁଖ୍ୟ ଉପଦେଷ୍ଟା ବରିଷ୍ଠ ସାମ୍ବାଦିକ ଜୟ ନାରାୟଣ ମହାପାତ୍ର ଓ ଉପଦେଷ୍ଟା ସେବାନିବୃତ୍ତ କୋଷlଗାର ଅଧିକାରୀ ମାଧବ ଚନ୍ଦ୍ର ବଳ ସମ୍ମାନିତ ଅତିଥିଭାବେ ଯୋଗଦେଇ ଏହାକୁ ଉନ୍ନ୍ମୋଚନ କରିଥିଲେ l 
ପୁସ୍ତକର ଲେଖକ ଶ୍ରୀ ଦାଶ ପୁସ୍ତକ ସମ୍ପର୍କରେ ସୂଚନା ଦେଇ ସାହିତ୍ୟର ନବରସ ମଧ୍ୟରୁ କରୁଣ ହେଉଛି ତୃତୀୟ ରସ l ପୁସ୍ତକରେ ସନ୍ନିବେଶିତ ସମସ୍ତ ୧୨ଟି ଗଳ୍ପ ଏହି ରସ ଉପରେ ଆଧାରିତ ବୋଲି କହିଥିଲେ l ସାହିତ୍ୟ ସମାଜର ସଭାପତି ସେବାନିବୃତ୍ତ ଅଧ୍ୟକ୍ଷ ଅକ୍ଷୟ କୁମାର ଭୂୟାଁଙ୍କ ଅଧ୍ୟକ୍ଷତlରେ ଅନୁଷ୍ଠିତ ଏହି ଉତ୍ସବରେ ସମ୍ପାଦକ ପ୍ରାଧ୍ୟାପକ ହିମାଂଶୁ ଶେଖର ଦ୍ବିବେଦୀ ପ୍ରାରମ୍ଭିକ ସୂଚନା ଓ ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିଲେ l 

ଉପ ସଭାପତି ଡ. ଦୟାନିଧି ଦାଶ ଧନ୍ୟବାଦ ଅର୍ପଣ କରିଥିଲେ l କୋଷlଧ୍ୟକ୍ଷ ମନୋରଞ୍ଜନ ଦାସ ଉତ୍ସବ ପରିଚାଳନା କରିଥିଲେ l ସାହିତ୍ୟ ସମାଜର ସୁଦାମ ଚରଣ ନାୟକ, ଅଜୟ ଖୁଣ୍ଟିଆ, ଲବଙ୍ଗଲତା ପରିଡା, ପବିତ୍ର ମୋହନ ସାହୁ, ନାରାୟଣ ଶତପଥି, ଶ୍ରୀନିବାସ ରାଉତ, ସନାତନ ମହାନ୍ତ, ମିନର୍ଭା ମହାପାତ୍ର ପ୍ରମୁଖ ଏଥିରେ ଉପସ୍ଥିତ ଥିଲେ l(ଜୟନାରାୟଣ ମହାପାତ୍ର ଙ୍କ ରିପୋର୍ଟ) 

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !