Posts

Showing posts from January 5, 2023

ଟାଟା ଷ୍ଟିଲ ଯୁବ ଜ୍ୟୋତିର୍ବିଜ୍ଞାନୀ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମରେ ଯାଜପୁରର ସୌମ୍ୟାଶ୍ରୀଙ୍କ ସଫଳତା I

Image
(ଇସ୍ରୋ କେନ୍ଦ୍ର ପରିଦର୍ଶନ ପାଇଁ ଚୟନ ହୋଇଥିବା ୨୦ ଜଣ ଶ୍ରେଷ୍ଠ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ସାମିଲ)  ୟାଟସ୍ ୨୦୨୨ରେ ଓଡ଼ିଶାର ୩୦୦ଟି ବିଦ୍ୟାଳୟର ୭୭,୫୦୦ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀଙ୍କ ଅଂଶଗ୍ରହଣ- ଯାଜପୁର (କଳିଙ୍ଗନଗର) : - ଯାଜପୁର ଏନ୍ ସି ହାଇ ସ୍କୁଲର ଛାତ୍ରୀ ସୌମ୍ୟାଶ୍ରୀ ସ୍ନେହା ଦାଶ ଟାଟ ଷ୍ଟିଲ ଯୁବ ଜ୍ୟୋତିର୍ବିଜ୍ଞାନୀ ପ୍ରତିଭା ଅନ୍ଵେଷଣ (ୟାଟସ୍) କାର୍ଯ୍ୟକ୍ରମରେ ଅନ୍ୟତମ ବିଜେତା ଭାବେ ଘୋଷିତ ହେବା ସହିତ ଯାଜପୁର ଜିଲ୍ଲାକୁ ଗୌରବାନ୍ବିତ କରିଛନ୍ତି । ପ୍ରାଥମିକ ପର୍ଯ୍ୟାୟରେ ଯାଜପୁର ଜିଲ୍ଲାର ୩୫୩୭ ଜଣ ଛାତ୍ରଛାତ୍ରୀ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ । ଯାଜପୁର ଜିଲ୍ଲାରୁ ଚୟନ ହୋଇଥିବା ଶ୍ରେଷ୍ଠ ୨ ଜଣ ବିଦ୍ୟାର୍ଥଳ ମଧ୍ୟରେ ସ୍ଥାନ ପାଇ ଓଡ଼ିଶାର ଶ୍ରେଷ୍ଠ ୬୦ ଜଣ ଫାଇନାଲ୍ ପ୍ରତିଯୋଗୀଙ୍କ ତାଲିକାରେ ନିଜ ନାମ ସାମିଲ କରିପାରିଥିଲେ । ଏହାପରେ ଭୁବନେଶ୍ବରସ୍ଥିତ ପଠାଣି ସାମନ୍ତ ପ୍ଲାନେଟାରିୟମ୍ ଠାରେ ଆୟୋଜିତ ଫାଇନାଲ ରାଉଣ୍ଡରେ ଓଡ଼ିଶାର ଶ୍ରେଷ୍ଠ ୨୦ ଜଣ ବିଜେତାଙ୍କ ମଧ୍ୟରେ ସ୍ଥାନ ହାସଲ କରିଥିଲେ l କେମ୍ବ୍ରିଜ୍‌ର ହାର୍ଭାର୍ଡ ବିଶ୍ବବିଦ୍ୟାଳୟର ମ୍ୟାନେଲ୍‌ ଫାଉଣ୍ଡେସନ କମ୍ପ୍ଲେକ୍ସିଟି ଫେଲୋ ତଥା ବର୍ତମାନ ହାଭାର୍ଡ ସେ ସାଇଟିର ଫେଲୋ, ୨୦୦୯ର ୟାଟ୍ସ ବିଜେତା (ଆଲୁମୁନସ) ଡକ୍ଟର ଅଂଶୁମାନ ସାଇଁ ଅନ୍ୟ ବିଜେତାମାନଙ୍କ ସହିତ ସୌମ୍ୟାଶ୍ରୀଙ୍କୁ ସମ୍ମାନିତ କରିଥିଲେ । ଯାଜପୁ