ଟାଟା ଷ୍ଟିଲ ଯୁବ ଜ୍ୟୋତିର୍ବିଜ୍ଞାନୀ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମରେ ଯାଜପୁରର ସୌମ୍ୟାଶ୍ରୀଙ୍କ ସଫଳତା I


(ଇସ୍ରୋ କେନ୍ଦ୍ର ପରିଦର୍ଶନ ପାଇଁ ଚୟନ ହୋଇଥିବା ୨୦ ଜଣ ଶ୍ରେଷ୍ଠ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ସାମିଲ) 
ୟାଟସ୍ ୨୦୨୨ରେ ଓଡ଼ିଶାର ୩୦୦ଟି ବିଦ୍ୟାଳୟର ୭୭,୫୦୦ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀଙ୍କ ଅଂଶଗ୍ରହଣ-
ଯାଜପୁର (କଳିଙ୍ଗନଗର) :- ଯାଜପୁର ଏନ୍ ସି ହାଇ ସ୍କୁଲର ଛାତ୍ରୀ ସୌମ୍ୟାଶ୍ରୀ ସ୍ନେହା ଦାଶ ଟାଟ ଷ୍ଟିଲ ଯୁବ ଜ୍ୟୋତିର୍ବିଜ୍ଞାନୀ ପ୍ରତିଭା ଅନ୍ଵେଷଣ (ୟାଟସ୍) କାର୍ଯ୍ୟକ୍ରମରେ ଅନ୍ୟତମ ବିଜେତା ଭାବେ ଘୋଷିତ ହେବା ସହିତ ଯାଜପୁର ଜିଲ୍ଲାକୁ
ଗୌରବାନ୍ବିତ କରିଛନ୍ତି । ପ୍ରାଥମିକ ପର୍ଯ୍ୟାୟରେ ଯାଜପୁର ଜିଲ୍ଲାର ୩୫୩୭ ଜଣ ଛାତ୍ରଛାତ୍ରୀ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ
କରିଥିଲେ । ଯାଜପୁର ଜିଲ୍ଲାରୁ ଚୟନ ହୋଇଥିବା ଶ୍ରେଷ୍ଠ ୨ ଜଣ ବିଦ୍ୟାର୍ଥଳ ମଧ୍ୟରେ ସ୍ଥାନ ପାଇ ଓଡ଼ିଶାର ଶ୍ରେଷ୍ଠ ୬୦ ଜଣ ଫାଇନାଲ୍ ପ୍ରତିଯୋଗୀଙ୍କ ତାଲିକାରେ ନିଜ ନାମ ସାମିଲ କରିପାରିଥିଲେ । ଏହାପରେ ଭୁବନେଶ୍ବରସ୍ଥିତ ପଠାଣି ସାମନ୍ତ
ପ୍ଲାନେଟାରିୟମ୍ ଠାରେ ଆୟୋଜିତ ଫାଇନାଲ ରାଉଣ୍ଡରେ ଓଡ଼ିଶାର ଶ୍ରେଷ୍ଠ ୨୦ ଜଣ ବିଜେତାଙ୍କ ମଧ୍ୟରେ ସ୍ଥାନ ହାସଲ କରିଥିଲେ l କେମ୍ବ୍ରିଜ୍‌ର ହାର୍ଭାର୍ଡ ବିଶ୍ବବିଦ୍ୟାଳୟର ମ୍ୟାନେଲ୍‌ ଫାଉଣ୍ଡେସନ କମ୍ପ୍ଲେକ୍ସିଟି ଫେଲୋ ତଥା ବର୍ତମାନ ହାଭାର୍ଡ ସେ ସାଇଟିର ଫେଲୋ, ୨୦୦୯ର ୟାଟ୍ସ ବିଜେତା (ଆଲୁମୁନସ) ଡକ୍ଟର ଅଂଶୁମାନ ସାଇଁ ଅନ୍ୟ ବିଜେତାମାନଙ୍କ ସହିତ ସୌମ୍ୟାଶ୍ରୀଙ୍କୁ
ସମ୍ମାନିତ କରିଥିଲେ । ଯାଜପୁର ଜିଲ୍ଲା ଟମକା ର ସରକାରୀ ହାଇ ସ୍କୁଲର ବିଦ୍ୟାର୍ଥୀ କୁନି ହାଇରୁ ମଧ୍ୟ ଶ୍ରେଷ୍ଠ ୬୦ ମଧ୍ୟରେ ସ୍ଥାନ ପାଇଥିଲେ ଏବଂ
କାର୍ଯ୍ୟକ୍ରମର ଶେଷ ଦିବସରେ ତାଙ୍କୁ ଅତିଥିମାନେ ସମ୍ବର୍ଦ୍ଧିତ କରିଥିଲେ । ଶୁଭେନ୍ଦୁ କିଶୋର ଦାଶ ଏବଂ ପୁଷ୍ପଲତା ଦାଶଙ୍କ ଝିଅ ସୌମ୍ୟାଶ୍ରୀ ଏହି ମାନ୍ୟତାକୁ ନେଇ ବେଶ ଉଲ୍ଲସିତ । ସେ କହିଛନ୍ତି ଯେ,“ପୂର୍ବରୁ ମୁଁ ଡାକ୍ତର ହେବାକୁ ଯୋଜନା ରଖିଥିଲି, ମାତ୍ର ଯୁଦ୍ଧ ଜ୍ୟୋତିର୍ବିଜ୍ଞାନୀ ପ୍ରତିଭା ଅନ୍ୱେଷଣ (ୟାଟ୍ସ)ରେ ଅଂଶଗ୍ରହଣ କରିବା ପରେ ମୁଁ ଭବିଷ୍ୟତରେ ଜଣେ ଜ୍ୟୋତିର୍ବିଜ୍ଞାନୀ ହେବାକୁ ଚାହୁଁଛି । ସମ୍ପୂର୍ଣ୍ଣ ଅନୁଭୂତି ବହୁତ ଭଲ ଥିଲା । ମୁଁ ମହାକାଶ ବିଜ୍ଞାନ ଏବଂଜ୍ୟୋତିର୍ବିଜ୍ଞାନ ବିଷୟରେ ବହୁତ କିଛି ଶିଖିପାରିଛି । ଏହି ସୁଯୋଗ ମୋତେ ପ୍ରଦାନ କରିଥିବାରୁ ଟାଟା ଷ୍ଟିଲଙ୍କୁ ଧନ୍ୟବାଦ । ଏହା ମୋ ପାଇଁ ସପ୍ନ ସତ ହେବା ଭଳି ।” 

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !