Posts

Showing posts from September 16, 2024

ଏ ଆଇ ୟୁ ଟି ୟୁ ସି (AIUTUC) ର ୧ମ ଯାଜପୁର ଜିଲ୍ଲା ସମ୍ମିଳନୀ ଅନୁଷ୍ଠିତ।

Image
  ବ୍ୟାସନଗର.ତା୧୫/୦୯ :- ଶ୍ରମିକ ସ୍ବାର୍ଥ ବିରୋଧୀ ୪ଟି ଶ୍ରମ କୋଡ ବାତିଲ କରିବା, ସର୍ବନିମ୍ନ ମଜୁରୀ ମାସିକ ୨୮ହଜାର ଟଙ୍କା, ରାଷ୍ଟ୍ରାୟତ ଉଦ୍ୟୋଗ ର ଘରୋଇକରଣ ବନ୍ଦ , ସ୍ଥାୟୀ କାମରେ ଠିକା ନିଯୁକ୍ତି ବନ୍ଦ, ମଧ୍ୟାହ୍ନ ଭୋଜନ, ପାଚିକା,ଆଶା ଓ ଅଙ୍ଗନୱାଡ଼ି କର୍ମୀଙ୍କୁ ସରକାରୀ କର୍ମଚାରୀ ର ମାନ୍ୟତା ଦେବା, ସୁକିନ୍ଦା ଖଣି ଅଞ୍ଚଳରେ ଛଟେଇ ଶ୍ରମିକ ମାନଙ୍କୁ ପୁନଃ ନିଯୁକ୍ତି ଦେବା ଆଦି ଦାବୀରେ ଆଜି ଏ ଆଇ ୟୁ ଟି ୟୁ ସି ୧ମ ଯାଜପୁର ଜିଲ୍ଲା ସମ୍ମିଳନୀ ଯାଜପୁର ରୋଡର ଧବଳଗିରି ଠାରେ ଶ୍ରମିକ ପ୍ରତିନିଧି ମାନଙ୍କୁ ନେଇ ଅନୁଷ୍ଠିତ ହୋଇଯାଇଛି। ଏହି ସମ୍ମିଳନୀରେ ଜିଲ୍ଲାର ବିଭିନ୍ନ ବ୍ଲକ ରୁ ପାଚିକା, ଆଶା, ଅଙ୍ଗନୱାଡ଼ି ଏବଂ ସୁକିନ୍ଦାର ଖଣି ଅଞ୍ଚଳ, କଳିଙ୍ଗନଗର ଶିଳ୍ପାଞ୍ଚଳର ଶ୍ରମିକ ପ୍ରତିନିଧି ମାନେ ଯୋଗଦେଇ ଥିଲେ। ସଂଗଠନର ରକ୍ତ ପତାକା ଉତ୍ତୋଳନ ଓ ସହିଦ୍ ବେଦୀରେ ମାଲ୍ୟଦାନ କାର୍ଯ୍ୟକ୍ରମ ମଧ୍ୟଦେଇ ଏ ଆଇ ୟୁ ଟି ୟୁ ସି ର ଯାଜପୁର ଜିଲ୍ଲା ସାଂଗଠନିକ କମିଟିର ସଭାପତି ସୁଧାଂଶୁ ଦାସ ଙ୍କ ନେତୃତ୍ୱରେ ସୁରେନ୍ଦ୍ର ମଲ୍ଲିକ, ବୀରକିଶୋର ନାୟକ ଓ ଶଙ୍କର ସିଦ୍ଧୁ ଙ୍କୁ ନେଇ ଏକ ସଭାପତି ମଣ୍ଡଳୀ ଉକ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ସଭାର ଆରମ୍ଭରେ ଜିଲ୍ଲାର ଉପ- ସଭାପତି ବୀରକିଶୋର ନାୟକ ବିଶ୍ଵ ତଥା ଆମ ଦେଶର ଶ୍ରମିକ ଆନ୍ଦୋଳନ ଓ ଗଣତାନ୍ତ୍ରିକ ଅନ୍ଦୋଳନର ସହିଦ୍ ମାନଙ୍କ ଉଦେଶ...

ସୁକିନ୍ଦା ନିର୍ବାଚନ ମଣ୍ଡଳୀର ଜଖପୁରା ରେଲୱେ ଷ୍ଟେସନରେ ବନ୍ଦେ ଭାରତକୁ ସ୍ଵାଗତ l

Image
ଯାଜପୁର(କଳିଙ୍ଗନଗର) :- ରାଜ୍ୟରେ ଗଡିଲା ଆଉ ୨ଟି ବନ୍ଦେ ଭାରତ ଟ୍ରେନ୍ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବ୍ରହ୍ମପୁର-ଟାଟାନଗର ବନ୍ଦେ ଭାରତ ଏକ୍ସପ୍ରେସ କୁ ଭର୍ଚୁଆଲ ରେ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ l ଏହି ଅବସରରେ ଯାଜପୁର ଜିଲ୍ଲା ସୁକିନ୍ଦା ନିର୍ବାଚନ ମଣ୍ଡଳୀ ରେ ଜଖପୁରା ଷ୍ଟେସନରେ ବନ୍ଦେ ଭାରତକୁ ଆନନ୍ଦ ଉତ୍ସାହ ର ସହ ସ୍ଵାଗତ କରାଯାଇଥିଲା । ଯାଜପୁର ଜିଲ୍ଲା ର ଜିଲ୍ଲାପାଳ ପି. ଅନେଶ୍ଵା ରେଡି ଏସ.ପି. ଯାଜପୁର ବିନୀତ ଅଗ୍ରଓ୍ବାଲ ଏବଂ ରେଳ ବିଭାଗ ର ଅଧିକାରୀ ମାନେ ଉପସ୍ଥିତ ଥିଲେ। ଉକ୍ତ କାର୍ଯ୍ୟକ୍ରମ ରେ ମାନ୍ୟବର ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ, ମାନ୍ୟବର ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ଓ ଯାଜପୁର ସାଂସଦ ରବି ନାରାୟଣ ବେହେରା ଉପସ୍ଥିତ ରହି ବନ୍ଦେ ଭାରତ ଏକ୍ସପ୍ରେସ୍ କୁ ପତାକା ଦେଖାଇ ସ୍ଵାଗତ କରିଥିଲେ l ଟାଟାନଗର ବନ୍ଦେ ଭାରତ ଏକ୍ସପ୍ରେସ୍  ବ୍ରହ୍ମପୁରରୁ ବାହାରି ବାଲୁଗାଁ, ଖୋର୍ଦ୍ଧାରୋଡ଼, ଭୁବନେଶ୍ଵର, କଟକ, ଜଖପୁରା,ହରିଚନ୍ଦନପୁର,କେନ୍ଦୁଝରଗଡ଼,ନୟାଗଡ଼, ବାଂଶପାଣି, ବଙ୍ଗୀର ପୋଷି,ଚାଇଁବସା ହୋଇ ଟାଟାନଗରରେ ପହଞ୍ଚିବ।   କଳିଙ୍ଗନଗରରେ  ବନ୍ଦେ ଭାରତ ଏକ୍ସପ୍ରେସ୍ ରହଣି କୁ  ନେଇ ଯାତ୍ରୀ ଓ ସ୍ଥାନୀୟ ଅଞ୍ଚଳବାସୀ  ବହୁତ ଖୁସିଥିବା ଦେଖିବାକୁ ମିଳିଥିଲା। ଏହି ଅବସରରେ ସ୍ଥାନୀୟ ସମସ୍ତ ନେ...