ସୁକିନ୍ଦା ନିର୍ବାଚନ ମଣ୍ଡଳୀର ଜଖପୁରା ରେଲୱେ ଷ୍ଟେସନରେ ବନ୍ଦେ ଭାରତକୁ ସ୍ଵାଗତ l

ଯାଜପୁର(କଳିଙ୍ଗନଗର) :-ରାଜ୍ୟରେ ଗଡିଲା ଆଉ ୨ଟି ବନ୍ଦେ ଭାରତ ଟ୍ରେନ୍ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବ୍ରହ୍ମପୁର-ଟାଟାନଗର ବନ୍ଦେ ଭାରତ ଏକ୍ସପ୍ରେସ କୁ ଭର୍ଚୁଆଲ ରେ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ l ଏହି ଅବସରରେ ଯାଜପୁର ଜିଲ୍ଲା ସୁକିନ୍ଦା ନିର୍ବାଚନ ମଣ୍ଡଳୀ ରେ ଜଖପୁରା ଷ୍ଟେସନରେ ବନ୍ଦେ ଭାରତକୁ ଆନନ୍ଦ ଉତ୍ସାହ ର ସହ ସ୍ଵାଗତ କରାଯାଇଥିଲା । ଯାଜପୁର ଜିଲ୍ଲା ର ଜିଲ୍ଲାପାଳ ପି. ଅନେଶ୍ଵା ରେଡି ଏସ.ପି. ଯାଜପୁର ବିନୀତ ଅଗ୍ରଓ୍ବାଲ ଏବଂ ରେଳ ବିଭାଗ ର ଅଧିକାରୀ ମାନେ ଉପସ୍ଥିତ ଥିଲେ। ଉକ୍ତ କାର୍ଯ୍ୟକ୍ରମ ରେ ମାନ୍ୟବର ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ, ମାନ୍ୟବର ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ଓ ଯାଜପୁର ସାଂସଦ ରବି ନାରାୟଣ ବେହେରା ଉପସ୍ଥିତ ରହି ବନ୍ଦେ ଭାରତ ଏକ୍ସପ୍ରେସ୍ କୁ ପତାକା ଦେଖାଇ ସ୍ଵାଗତ କରିଥିଲେ l ଟାଟାନଗର ବନ୍ଦେ ଭାରତ ଏକ୍ସପ୍ରେସ୍ ବ୍ରହ୍ମପୁରରୁ ବାହାରି ବାଲୁଗାଁ, ଖୋର୍ଦ୍ଧାରୋଡ଼, ଭୁବନେଶ୍ଵର, କଟକ, ଜଖପୁରା,ହରିଚନ୍ଦନପୁର,କେନ୍ଦୁଝରଗଡ଼,ନୟାଗଡ଼, ବାଂଶପାଣି, ବଙ୍ଗୀର ପୋଷି,ଚାଇଁବସା ହୋଇ ଟାଟାନଗରରେ ପହଞ୍ଚିବ। କଳିଙ୍ଗନଗରରେ ବନ୍ଦେ ଭାରତ ଏକ୍ସପ୍ରେସ୍ ରହଣି କୁ ନେଇ ଯାତ୍ରୀ ଓ ସ୍ଥାନୀୟ ଅଞ୍ଚଳବାସୀ ବହୁତ ଖୁସିଥିବା ଦେଖିବାକୁ ମିଳିଥିଲା। ଏହି ଅବସରରେ ସ୍ଥାନୀୟ ସମସ୍ତ ନେତୃ ମଣ୍ଡଳୀ ଓ ଶତାଧିକ ବିଜେପି କର୍ମୀ ଉପସ୍ଥିତ ଥିଲେ। ବ୍ରହ୍ମପୁର ରେ ଏହି ଅବସରରେ ଯୋଗ ଦେଇଥିଲେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।  

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !