ଉଦୟବଟ’ ତରଫରୁ ଆର୍ନ୍ତଜାତିକ ମହିଳା ଦିବସ ପାଳିତ ହୋଇଯାଇଛି l

ଯାଜପୁର (ବ୍ୟାସନଗର ):- ବ୍ୟାସନଗର ପୌରାଞ୍ଚଳର ‘ଦୁର୍ଲଭ କଳା ପରିଷଦ ମଣ୍ଡପ ଠାରେ ‘ ଉଦୟବଟ’ର କାର୍ଯ୍ୟନିର୍ବାହୀ ସଂପାଦିକା ତଥା ‘ ଅଂଜନା’ ର ସଭାନେତ୍ରୀ ବିଦ୍ୟୁତପ୍ରଭା ରାୟଙ୍କ ଅଧ୍ୟକ୍ଷତାରେ ଆର୍ନ୍ତଜାତିକ ମହିଳା ଦିବସ ପାଳିତ ହୋଇଯାଇଛି । ଏଥିରେ ବ୍ୟାସନଗର ବରିଷ୍ଠ ନାଗରିକ ମଂଚର ସଂପାଦକ ଚନ୍ଦ୍ରମଣି ସାମଲ ମୁଖ୍ୟ ଅତିଥି ଭାବେ, ସୁସାହିତ୍ୟିକ ଅଧ୍ୟାପକ ଡଃ, ଅକ୍ଷୟ କୁମାର ପଣ୍ଡା ମୁଖ୍ୟ ବକ୍ତା ଭାବେ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଗୟାଧର ଭଦ୍ର, କ୍ରୋମନଗର ବିଦ୍ୟାପୀଠର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ସଂଜୟ କୁମାର ଦେଓ, ଜିଲ୍ଲା କଳା କ୍ରୀଡା ଶିକ୍ଷକ ସଂଘ ନେତା ଆଶିଷ ଦେବରଂଜନ ମଲ୍ଲିକ, ହିନ୍ଦୁ ସୁରକ୍ଷା ସେନାର ଜିଲ୍ଲା ସଭାପତି ବସନ୍ତ କୁମାର ପାତ୍ର, ନାରୀ ନେତ୍ରୀ ତିଳୋତମା ମହାନ୍ତି, ଦମୟନ୍ତୀ ବଳ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ବିଶ୍ଵ ମହିଳା ଦିବସର ତାତ୍ପର୍ଯ୍ୟତା ଉପରେ ଆଲୋକପାତ କରିବା ସଂଗେ ସଂଗେ ମହିଳାମାନଙ୍କର ଉତ୍ତୋରତର ମଂଗଳ କାମନା କରିଥିଲେ । ‘ ଉଦୟବଟ’ର ସଂପାଦକ ଦୁଷ୍ମନ୍ତ କୁମାର ରାଉତ ଅତିଥି ପରିଚୟ କରିବା ସହ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ । କବୟତ୍ରୀ ସୁମିତ୍ରା ମିଶ୍ର ମହିଳାମାନଙ୍କ ଉପରେ ଆଧାରିତ ଏକ ସୁନ୍ଦର କବିତା ପାଠ କରିଥିଲେ । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ସମାଜସେବୀ ରାମଚନ୍ଦ୍ର ବାରିକ, ଶ୍ରମିକ ନେତା ଅରୁଣ ଦାସ, ସନାତନ ମଲ୍ଲିକ, ସୁମନ ରାୟ...