ଆନ୍ତର୍ଜାତିକ ବିଶ୍ୱ ମହିଳା ଦିବସ ଉପଲକ୍ଷେ ପ୍ରମେୟ ପକ୍ଷରୁ ଦିବ୍ୟାଙ୍ଗ ମହିଳା ସମାଜସେବୀ ପୁରସ୍କୃତ l

ବ୍ୟୁରୋ ରିପୋର୍ଟ :- କଟକ ଜିଲ୍ଲାର ମାହାଙ୍ଗା ଛତିଆ ସ୍ଥିତ ସୁଶ୍ରୀ ପ୍ରମିଳା ସିଂହ ଦିବ୍ୟାଙ୍ଗ ହୋଇ ନାରୀ ଜାତି ପାଇଁ ଓ ଯୁବ ପିଢ଼ି ମାନଙ୍କ ପାଇଁ ଉଦାହରଣ,ମାତ୍ର ୧୭ ବର୍ଷ ବୟସରେ କଲେଜ ଯିବା ସମୟରେ ଏକ ସଡ଼କ ଦୁର୍ଘଟଣା ସକ୍ଷମରୁ ଅକ୍ଷମ ହେଲା ପରେ ପ୍ରମିଳା ଜୀବନ ଯୁଦ୍ଧରେ ହାରି ନାହାଁନ୍ତି l ଭଲ କାମ କରିବାକୁ ରୋକି ପାରି ନାହାଁନ୍ତି ଶାରୀରିକ ଅକ୍ଷମତା ଚାଲିବା ଶକ୍ତି ହରାଇ ସିନା ସେ ସବୁଦିନ ପାଇଁ ଅକ୍ଷମ ହୋଇଗଲେ ହେଲେ ନିଜର ଇଚ୍ଛା ଶକ୍ତି ବଳରେ ସେ ହୋଇ ପାରିଛନ୍ତି ପ୍ରେରଣା l ନାରୀ ଜାତି ପାଇଁ ଆନ୍ତର୍ଜାତିକ ବିଶ୍ୱ ମହିଳା ଦିବସ-୨୦୨୩ ଉପଲକ୍ଷେ ଭୁବନେଶ୍ୱର ସ୍ଥିତ ସ୍ୱସ୍ତିକ ହୋଟେଲ ଠାରେ,ପ୍ରମିଳାଙ୍କୁ ପ୍ରମେୟ ପକ୍ଷରୁ ମନୋନୀତ କରି ଉତ୍ତରୀୟ ପୁଷ୍ପଗୁଛ ଅର୍ଥ ରାଶି ଦଶ ହଜାର ଟଙ୍କା ପୁରସ୍କାର ଓ ମାନପତ୍ର ପ୍ରଦାନ କରିଛନ୍ତି l ପ୍ରମିଳାର ଜୀବନ କାହାଣୀ ଓ ସାମଜ ସେବା କାର୍ଯ୍ଯକୁ ଅନୁଧ୍ୟାନ କରି ପ୍ରମିଳାଙ୍କୁ ଉତ୍ସାହିତ କରିବା ନିମନ୍ତେ ସମ୍ମାନ ଦିଆ ଯାଇଛି l ପ୍ରମିଳା ଅସମ୍ଭବ କାମକୁ ସମ୍ଭବ କରି ଦେଖାଇଛନ୍ତି ଯାହାକି ଜଣେ ଶାରୀରିକ ଭିନ୍ନକ୍ଷମ ବ୍ୟକ୍ତି ପାଖେ କଷ୍ଟ ସାଧ୍ୟ, ସେ ଏକ ସାମାଜିକ ଅନୁଷ୍ଠାନ ଗଠନ କରିଛନ୍ତି ସମ୍ଭବ ଚାରିଟେବୁଲ ଟ୍ରଷ୍ଟ ନାମରେ ସମାଜର କଲ୍ୟାଣ ନିମନ୍ତେ ଲୋକଙ୍କର ସେବା ଜାରି ରଖିଛନ୍ତି l ସେ ନିଜକୁ ୧୦୦% ଦିବ୍ୟାଙ୍ଗ କେବେ ଭାବନ୍ତି ନାହିଁ, ତାଙ୍କ ଦ୍ୱାରା ଯାହା ହୋଇ ପାରେ ସେ ଅନ୍ୟର ଉପକାର କରିବାକୁ ପ୍ରୟାସ କରନ୍ତି l ସମ୍ଭବ ଚାରିଟେବୁଲ ଟ୍ରଷ୍ଟ ମାଧ୍ୟମରେ ସେ ଦିବ୍ୟାଙ୍ଗ ଲୋକଙ୍କୁ ସହଯୋଗର ହାତ ବଢ଼ାଇ ଥାନ୍ତି l ଫେବୃଆରୀ ମାସରେ ଏହି ପୁରସ୍କାର ପାଇଁ ପ୍ରମେୟ ପେପରରେ ବିଜ୍ଞାପନ ବାହାରି ଥିଲା ଓଡ଼ିଶାର ୩୦ଟି ଜିଲ୍ଲାରୁ ୫୦୦ଶହରୁ ଉର୍ଦ୍ଧ ମହିଳା, ମା' ମାନେ ଏହି ପୁରସ୍କାର ନିମନ୍ତେ ଫର୍ମ ପକାଇ ଥିଲେ l ସେଥିମଧ୍ୟରୁ ୩୨ ଜଣ ମହିଳା ମନୋନୀତ ହୋଇଥିଲେ l କଟକ ଜିଲ୍ଲାର ମାହାଙ୍ଗା ଛତିଆ ସ୍ଥିତ ପ୍ରମିଳା ସିଂହ ମନୋନୀତ ହୋଇଥିଲେ । ଆନ୍ତର୍ଜାତିକ ବିଶ୍ୱ ମହିଳା ଦିବସ ଉପଲକ୍ଷେ ସମ୍ମାନ ଓ ପୁରସ୍କାର ପାଇ ସେ ବହୁତ ଖୁସି l ଆଗାମୀ ଦିନରେ ସେ ତାଙ୍କର ଜନସେବା ଜାରି ରଖିବେ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି l 

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !