Posts

Showing posts from May 9, 2023

ଜିଲ୍ଲା ରେଡ଼କ୍ରସ କୁ ସହାୟତା ରେ ଜିନ୍ଦଲ ଷ୍ଟେନଲେସ ର ଦ୍ଵିତୀୟ ସ୍ଥାନ l

Image
ଯାଜପୁର (କଳିଙ୍ଗନଗର) : - ମାନବ ସେବା ହିଁ ମାଧବ ସେବା | ଏହି ଉକ୍ତିକୁ ପ୍ରତିପାଦିତ କରିବାକୁ ଯାଇ ଜିନ୍ଦଲ ଷ୍ଟେନଲେସ ଲିମିଟେଡ଼,କଳିଙ୍ଗନଗର, ଯାଜପୁର ପ୍ରତ୍ୟେକ ବର୍ଷ ପରି ଗତ ବର୍ଷ ମଧ୍ୟ ଜାତୀୟ ରେଡ୍ କ୍ରସ ସୋସାଇଟି ଯାଜପୁର ଶାଖାକୁ ଅସହାୟ ମାନଙ୍କୁ ସାହାଯ୍ୟ କରିବା ଉଦ୍ଦେଶ୍ୟ ରେ ତା’ର ସାହାଯ୍ୟର ହାତ ବଢ଼ାଇଥିଲା | ଏହି ପରିପେକ୍ଷୀ ରେ ଯାଜପୁର ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଆୟୋଜିତ ସଭାରେ ଆର୍ଥିକ ଅନୁଦାନ ଦେଇଥିବା ସଂସ୍ଥା ବା ବ୍ୟକ୍ତିବିଶେଷ ମାନଙ୍କୁ ଉପଢ଼ୋକନ, ଉତ୍ତରୀୟ ଓ ମାନପତ୍ର ଦେଇ ଜିଲ୍ଲା ରେଡ୍ କ୍ରସ ସୋସାଇଟି ତରଫରୁ ଉପଜିଲ୍ଲାପାଳ ଶ୍ରୀଯୁକ୍ତ ଗୋପୀନାଥ କୁଅଁର ଧନ୍ୟବାଦ ଜ୍ଞାପନ କରିଥିଲେ | ଜିଲ୍ଲା ରେଡ କ୍ରସ ଶାଖା ସମ୍ପାଦକ ତଥା ଜିଲ୍ଲାପାଳଙ୍କ ସ୍ୱତନ୍ତ୍ର ପ୍ରତିନିଧି ଶ୍ରୀଯୁକ୍ତ କୁଳମଣି ନାୟକଙ୍କ ସଂଯୋଜନା ରେ ଆୟୋଜିତ ସଭାରେ, ଅନୁଦାନ ରାଶି ହିସାବରେ ସମଗ୍ର ଜିଲ୍ଲା ରେ ଦ୍ଵିତୀୟ ସ୍ଥାନ ଗ୍ରହଣ କରିଥିବା ଜିନ୍ଦଲ ଷ୍ଟେନଲେସ ଲିମିଟେଡ଼କୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ଦୁଃଖବନ୍ଧୁ ନାୟକ ସମ୍ବର୍ଦ୍ଧିତ କରି ବାହ୍ୟ ସମ୍ପର୍କ ବିଭାଗ ମୁଖ୍ୟ ଶ୍ରୀଯୁକ୍ତ ନୀଳମାଧବ ରଥଙ୍କୁ ମାନପତ୍ର ପ୍ରଦାନ କରିଥିଲେ | ଜିନ୍ଦଲ ଆଗଭର ହୋଇ ଜାତୀୟ ରେଡ୍ କ୍ରସ ସୋସାଇଟିକୁ ସହାୟତାର ହାତ ବଢ଼ାଇ ଜିଲ୍ଲା ରେଡ୍ କ୍ରସ ପାଣ୍ଠିକୁ ସୁଦୃଢ କରାଇଥିବାରୁ ଏହି ସମ୍ବର୍ଦ୍ଧନା ସଭାର

5t ରୂପାନ୍ତରିତ ବିଦ୍ୟାଳୟ କୁ ଭର୍ଚୁଆଲ ରେ ଶୁଭ ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ l

Image
ଯାଜପୁର (କଳିଙ୍ଗନଗର ) :- ଯାଜପୁର ଜିଲ୍ଲା ର 5t ରୂପାନ୍ତରିତ ବିଦ୍ୟାଳୟ ଉଦଘାଟନ ଉତ୍ସବ ସୋମବାର ସନ୍ଧ୍ୟାରେ ଦାନଗଦି ବ୍ଲକ ରାଣୀପଡ଼ା ପଞ୍ଚାୟତ ବନଦୁର୍ଗା ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ପରିପେକ୍ଷିରେ ଯାଜପୁର ଜିଲ୍ଲାର ୭୩ ଟି ରୂପାନ୍ତରିତ ବିଦ୍ୟାଳୟ କୁ ଭର୍ଚୁଆଲ ରେ ଲୋକାର୍ପଣ କରାଯାଇଛି । ମୁଖ୍ୟମନ୍ତ୍ରୀ ସ୍ବତନ୍ତ୍ର ଭର୍ଚୁଆଲ ଜରିଆରେ ସୁଇଚ୍ ଟିପି ଆନୁଷ୍ଠାନିକ ଭାବେ ଏହାକୁ ଉଦଘାଟନ କରିଥିଲେ । ଯାଜପୁର ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋରଙ୍କ ସଭାପତିତ୍ବରେ ଅନୁଷ୍ଠିତ ଲୋକାର୍ପଣ ଉତ୍ସବରେ ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲ୍ଲିକ ଅଭିଭାଷଣ ରଖିଥିଲେ। ଏହି ଅବସରରେ ବନଦୁର୍ଗା ଉଚ୍ଚ ବିଦ୍ୟାଳୟର ଛାତ୍ର ବିଶ୍ଵଜିତ ବେହେରା ଭର୍ଚୁଆଲ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ସହିତ କଥା ହୋଇଥିଲେ । ଭବିଷ୍ୟତରେ ପ୍ରଶାସନିକ ଅଧିକାରୀ ହେବାକୁ ଲକ୍ଷ୍ୟ ରଖିଥିବା କହିଥିଲେ।ଏହି କାର୍ଯ୍ୟକ୍ରମରେ ଅନ୍ୟ ଅତିଥିମାନଙ୍କ ମଧ୍ୟରେ ସାଂସଦ ଶର୍ମିଷ୍ଠା ସେଠୀ, ଗ୍ରାମ୍ୟ ଉନ୍ନୟନ ଦକ୍ଷତା ବିକାଶ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡାଇ, ବଡଚଣା ବିଧାୟକ ଅମର ପ୍ରସାଦ ଶତପଥୀ, କୋରାଇ ବିଧାୟକ ଅଶୋକ ବଳ, ବରୀ ବିଧାୟିକା ସୁନନ୍ଦା ଦାସ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ନଳିନୀପ୍ରଭା ଜେନା, ପ୍ରକଳ୍ପ ନିର୍ଦ୍ଦେଶକ ଅଶୋକ କୁମାର ବେହୁରିଆ, କଳିଙ୍ଗ ନଗର ଅତିରିକ୍ତ ଜିଲ୍ଲାପାଳ ସନ୍ତୋଷ କୁମାର ମି