ଜିଲ୍ଲା ରେଡ଼କ୍ରସ କୁ ସହାୟତା ରେ ଜିନ୍ଦଲ ଷ୍ଟେନଲେସ ର ଦ୍ଵିତୀୟ ସ୍ଥାନ l

ଯାଜପୁର (କଳିଙ୍ଗନଗର) : - ମାନବ ସେବା ହିଁ ମାଧବ ସେବା | ଏହି ଉକ୍ତିକୁ ପ୍ରତିପାଦିତ କରିବାକୁ ଯାଇ ଜିନ୍ଦଲ ଷ୍ଟେନଲେସ ଲିମିଟେଡ଼,କଳିଙ୍ଗନଗର, ଯାଜପୁର ପ୍ରତ୍ୟେକ ବର୍ଷ ପରି ଗତ ବର୍ଷ ମଧ୍ୟ ଜାତୀୟ ରେଡ୍ କ୍ରସ ସୋସାଇଟି ଯାଜପୁର ଶାଖାକୁ ଅସହାୟ ମାନଙ୍କୁ ସାହାଯ୍ୟ କରିବା ଉଦ୍ଦେଶ୍ୟ ରେ ତା’ର ସାହାଯ୍ୟର ହାତ ବଢ଼ାଇଥିଲା | ଏହି ପରିପେକ୍ଷୀ ରେ ଯାଜପୁର ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଆୟୋଜିତ ସଭାରେ ଆର୍ଥିକ ଅନୁଦାନ ଦେଇଥିବା ସଂସ୍ଥା ବା ବ୍ୟକ୍ତିବିଶେଷ ମାନଙ୍କୁ ଉପଢ଼ୋକନ, ଉତ୍ତରୀୟ ଓ ମାନପତ୍ର ଦେଇ ଜିଲ୍ଲା ରେଡ୍ କ୍ରସ ସୋସାଇଟି ତରଫରୁ ଉପଜିଲ୍ଲାପାଳ ଶ୍ରୀଯୁକ୍ତ ଗୋପୀନାଥ କୁଅଁର ଧନ୍ୟବାଦ ଜ୍ଞାପନ କରିଥିଲେ | ଜିଲ୍ଲା ରେଡ କ୍ରସ ଶାଖା ସମ୍ପାଦକ ତଥା ଜିଲ୍ଲାପାଳଙ୍କ ସ୍ୱତନ୍ତ୍ର ପ୍ରତିନିଧି ଶ୍ରୀଯୁକ୍ତ କୁଳମଣି ନାୟକଙ୍କ ସଂଯୋଜନା ରେ ଆୟୋଜିତ ସଭାରେ, ଅନୁଦାନ ରାଶି ହିସାବରେ ସମଗ୍ର ଜିଲ୍ଲା ରେ ଦ୍ଵିତୀୟ ସ୍ଥାନ ଗ୍ରହଣ କରିଥିବା ଜିନ୍ଦଲ ଷ୍ଟେନଲେସ ଲିମିଟେଡ଼କୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ଦୁଃଖବନ୍ଧୁ ନାୟକ ସମ୍ବର୍ଦ୍ଧିତ କରି ବାହ୍ୟ ସମ୍ପର୍କ ବିଭାଗ ମୁଖ୍ୟ ଶ୍ରୀଯୁକ୍ତ ନୀଳମାଧବ ରଥଙ୍କୁ ମାନପତ୍ର ପ୍ରଦାନ କରିଥିଲେ | ଜିନ୍ଦଲ ଆଗଭର ହୋଇ ଜାତୀୟ ରେଡ୍ କ୍ରସ ସୋସାଇଟିକୁ ସହାୟତାର ହାତ ବଢ଼ାଇ ଜିଲ୍ଲା ରେଡ୍ କ୍ରସ ପାଣ୍ଠିକୁ ସୁଦୃଢ କରାଇଥିବାରୁ ଏହି ସମ୍ବର୍ଦ୍ଧନା ସଭାରେ ଉପସ୍ଥିତ ଥିବା ସମସ୍ତ ପ୍ରଶାସନିକ ଅଧିକାରୀମାନେ କମ୍ପାନୀକୁ ପ୍ରଶଂସା କରିବା ସହିତ ଏହାର ଉତ୍ତରୋତ୍ତର ଉନ୍ନତି କାମନା କରିଥିଲେ| ଏହି ସଭାକୁ ଉଦବୋଧନ ଦେଇ ଶ୍ରୀଯୁକ୍ତ ରଥ, ଜିନ୍ଦଲ ଷ୍ଟେନଲେସ ଲିମିଟେଡ଼ ଆଗକୁ ମଧ୍ୟ ଏହିଭଳି ଅନୁଦାନ ଜାରି ରଖିବାକୁ ଲକ୍ଷ ରଖିଛି ବୋଲି କହିଥିଲେ |

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !