Posts

Showing posts from July 11, 2022

ସାମ୍ବାଦିକ ମାନଙ୍କୁ ସ୍କୁଲ କ୍ୟାମ୍ପସ ମନା" ଘଟଣା ର ପ୍ରତିବାଦ ରେ ମୁଖ୍ୟମନ୍ତ୍ରୀ ଓ ଗଣଶିକ୍ଷାମନ୍ତ୍ରୀ ଙ୍କ ଉଦ୍ଧେଶ୍ୟରେ ଜିଲ୍ଲାପାଳ ଙ୍କ ଜରିଆରେ ଦାବୀପତ୍ର ପ୍ରଦାନ I

Image
ଯାଜପୁର(ଦାନଗଦୀ): - "ସାମ୍ବାଦିକ ମାନଙ୍କୁ ସ୍କୁଲ କ୍ୟାମ୍ପସ ମନା" ଘଟଣା ଅତ୍ୟନ୍ତ ଦୁର୍ଭାଗ୍ୟଜନକ କଥା। ରାଜ୍ୟ ସରକାରଙ୍କ ଗଣଶିକ୍ଷା ବିଭାଗର ଏହି ଗୁପ୍ତ ନିର୍ଦ୍ଦେଶନାମାକୁ ସମ୍ପୃକ୍ତ ଜିଲ୍ଲା ଶିକ୍ଷା ବିଭାଗର ନିଷ୍ପତ୍ତି ବୋଲି ଯାହା କୁହାଯାଉଛି ତାହା ଡାହା ମିଛ।ଏହାକୁ ଏସୟୁଜେ ଓଡ଼ିଶା ଯାଜପୁର ଜିଲ୍ଲା ଶାଖା (Journalists Association of Jajpur Dist) ତୀବ୍ର ବିରୋଧ କରୁଛି। ଏହି ପରିପ୍ରେକ୍ଷୀରେ ଜିଲ୍ଲା ସାମ୍ବାଦିକ ସଂଘ ର ସଭାପତି ସୁବାସ ଚନ୍ଦ୍ର ଧଳ ଙ୍କ ନିର୍ଦ୍ଦେଶ କ୍ରମେ ସଂଘ ର ସାଧାରଣ ସମ୍ପାଦକ ଅବିନେଶ୍ଵର ଶତପଥୀ ଙ୍କ ନେତୃତ୍ବରେ ସାମ୍ବାଦିକ ସଂଘର ଦାନଗଦୀ ବ୍ଲକ ଶାଖା ତରଫରୁ ସୋମବାର ( ୧୧.୭.୨୨) ଦିନ ୧୧ ଟା ସମୟରେ ଦାନଗଦି ବ୍ଲକ କାର୍ଯ୍ୟାଳୟରେ ଜିଲ୍ଲା ପ୍ରଶାସନ ର ମିଳିତ ଅଭିଯୋଗ ଶୁଣାଣୀ ଶିବିର ରେ ଭାରପ୍ରାପ୍ତ ଜିଲ୍ଲାପାଳ ଓ ଅନ୍ୟ ପଦାଧିକାରୀ ମାନେ ଉପସ୍ଥିତ ରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଓ ଗଣଶିକ୍ଷା ମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ସଂଘ ପକ୍ଷରୁ ଉପରୋକ୍ତ ଦାବି ନେଇ ସ୍ମାରକ ପତ୍ର ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ରେ ଯାଜପୁର ଜିଲ୍ଲା ସାମ୍ବାଦିକ ସଂଘ ର ସଭାପତି ଓ ସାଧାରଣ ସମ୍ପାଦକ ଙ୍କ ସହିତ ବହୁ ସାମ୍ବାଦିକ ଯୋଗଦେଇଥିଲେ I 

ଦାନଗଦି ବ୍ଲକରେ ଜିଲ୍ଳା ପ୍ରଶାସନ ପକ୍ଷରୁ ସମ୍ମିଳିତ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ |

Image
ଯାଜପୁର (ଦାନଗଦୀ): - ସୋମବାର ପୂର୍ବାହ୍ନରେ ଦାନଗଦି ବ୍ଲକ ଦକ୍ଷତା ବିକାଶ ଗୃହରେ ଯୁଗ୍ମ ଜନ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇ ଯାଇଛି | ଭାରପ୍ରାପ୍ତ ଜିଲ୍ଲାପାଳ ଅକ୍ଷୟ କୂମାର ମଲ୍ଲିକ ଏହି ଶିବିରରେ ଅଧ୍ୟକ୍ଷତା କରିବା ସହ କହିଲେ ଯେ ଅଭିଯୋଗ ଏବଂ ସମସ୍ୟାର ସମାଧାନ କୌଣସି ପ୍ରଶାସନର ଅଂଶ ବିଶେଷ | ଏହି ଅଭିଯୋଗ ଶୁଣାଣି ପ୍ରକ୍ରିୟାର ଉଦ୍ଦେଶ୍ୟ ହେଉଛି ଲୋକମାନଙ୍କ ସମସ୍ୟା କିମ୍ବା ଅଭିଯୋଗ ଗୁଡିକୁ ତ୍ବରିତ ସମାଧାନ କରି ପରିଚାଳନାରେ ସ୍ଥିରତା, ସ୍ୱଚ୍ଛତା ଏବଂ ନ୍ୟାୟକୁ ଉତ୍ସାହିତ କରିବା | ଫଳରେ ପ୍ରଶାସନ ଜନସାଧାରଣଙ୍କ ନିକଟରେ ଉତ୍ତରଦାୟୀ ହେବା ସହ ଏକ ଦକ୍ଷ ଓ ପ୍ରଭାବଶାଳୀ ଅଭିଯୋଗ ସମାଧାନ ପ୍ରଣାଳୀ ପ୍ରତିଷ୍ଠା ହୋଇ ପାରିବ | ଶିବିରରେ ଆବାସ ଯୋଜନା , ଚିକିତ୍ସା ସହାୟତା , ଭତ୍ତା ପ୍ରଦାନ , ଜମିଜମା ସମ୍ବନ୍ଧୀୟ ଅଭିଯୋଗ ପଞ୍ଜିକୃତ ହୋଇଥିଲା |ଶୁଣାଣିରେ ମୋଟ ୧୧୯ ଟି ଅଭିଯୋଗ ମଧ୍ୟରୁ ୧୧୦ ବ୍ୟକ୍ତିଗତ , ୪ ଟି ରେଡ୍‌କ୍ରସ ସହାୟତା ପାଇଁ ଓ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ସହାୟତା ପାଇଁ ୭ ଗୋଟି , ୯ ଗୋଟି ସାମୁହିକକ ଆବେଦନପତ୍ର ମିଳିଥିଲା । ତତ୍‌କାଳ ୩୨ ଟି ଅବେଦନରେ ସମାଧାନ କରାଯାଇଥିଲା । ଅବଶିଷ୍ଟ ଅଭିଯୋଗର ସମାଧାନ ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦେଶ ଦିଆଯାଇଛି । ପ୍ରକାଶ ଥାଉକି ଆସନ୍ତା ୧୮ ତାରିଖ ସୋମବାର ସୁକିନ୍ଦା ବ୍ଲକ କାର୍ଯ୍