ଦାନଗଦି ବ୍ଲକରେ ଜିଲ୍ଳା ପ୍ରଶାସନ ପକ୍ଷରୁ ସମ୍ମିଳିତ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ |

ଯାଜପୁର (ଦାନଗଦୀ): - ସୋମବାର ପୂର୍ବାହ୍ନରେ ଦାନଗଦି ବ୍ଲକ ଦକ୍ଷତା ବିକାଶ ଗୃହରେ ଯୁଗ୍ମ ଜନ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇ ଯାଇଛି | ଭାରପ୍ରାପ୍ତ ଜିଲ୍ଲାପାଳ ଅକ୍ଷୟ କୂମାର ମଲ୍ଲିକ ଏହି ଶିବିରରେ ଅଧ୍ୟକ୍ଷତା କରିବା ସହ କହିଲେ ଯେ ଅଭିଯୋଗ ଏବଂ ସମସ୍ୟାର ସମାଧାନ କୌଣସି ପ୍ରଶାସନର ଅଂଶ ବିଶେଷ | ଏହି ଅଭିଯୋଗ ଶୁଣାଣି ପ୍ରକ୍ରିୟାର ଉଦ୍ଦେଶ୍ୟ ହେଉଛି ଲୋକମାନଙ୍କ ସମସ୍ୟା କିମ୍ବା ଅଭିଯୋଗ ଗୁଡିକୁ ତ୍ବରିତ ସମାଧାନ କରି ପରିଚାଳନାରେ ସ୍ଥିରତା, ସ୍ୱଚ୍ଛତା ଏବଂ ନ୍ୟାୟକୁ ଉତ୍ସାହିତ କରିବା | ଫଳରେ ପ୍ରଶାସନ ଜନସାଧାରଣଙ୍କ ନିକଟରେ ଉତ୍ତରଦାୟୀ ହେବା ସହ ଏକ ଦକ୍ଷ ଓ ପ୍ରଭାବଶାଳୀ ଅଭିଯୋଗ ସମାଧାନ ପ୍ରଣାଳୀ ପ୍ରତିଷ୍ଠା ହୋଇ ପାରିବ | ଶିବିରରେ ଆବାସ ଯୋଜନା , ଚିକିତ୍ସା ସହାୟତା , ଭତ୍ତା ପ୍ରଦାନ , ଜମିଜମା ସମ୍ବନ୍ଧୀୟ ଅଭିଯୋଗ ପଞ୍ଜିକୃତ ହୋଇଥିଲା |ଶୁଣାଣିରେ ମୋଟ ୧୧୯ ଟି ଅଭିଯୋଗ ମଧ୍ୟରୁ ୧୧୦ ବ୍ୟକ୍ତିଗତ , ୪ ଟି ରେଡ୍‌କ୍ରସ ସହାୟତା ପାଇଁ ଓ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ସହାୟତା ପାଇଁ ୭ ଗୋଟି , ୯ ଗୋଟି ସାମୁହିକକ ଆବେଦନପତ୍ର ମିଳିଥିଲା । ତତ୍‌କାଳ ୩୨ ଟି ଅବେଦନରେ ସମାଧାନ କରାଯାଇଥିଲା । ଅବଶିଷ୍ଟ ଅଭିଯୋଗର ସମାଧାନ ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦେଶ ଦିଆଯାଇଛି ।ପ୍ରକାଶ ଥାଉକି ଆସନ୍ତା ୧୮ ତାରିଖ ସୋମବାର ସୁକିନ୍ଦା ବ୍ଲକ କାର୍ଯ୍ୟାଳୟରେ ଏବଂ ୨୫ ତାରିଖ ସୋମବାର ରସୁଲପୁର ବ୍ଲକ କାର୍ଯ୍ୟାଳୟରେ ଯୁଗ୍ମ ଜନଶୁଣାଣୀ ଶିବିର ଅନୁଷ୍ଠିତ ହେବ | ଏହି ଶିବିରରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରାହୁଲ ପି. ଆର, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଅଶୋକ କୁମାର ବେହୁରିଆ , ଜିଲ୍ଲା ଅଭିଯୋଗ ପ୍ରକୋଷ୍ଠ ଅଧିକରୀ ତିଳୋତମା ପୃଷ୍ଟି , ଦାନଗଦି ବିଡିଓ ଏବଂ ତହସିଲଦାର, ଭାରପ୍ରାପ୍ତ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ସରୋଜ କୁମାର ଶତପଥୀ' ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ରବିନ୍ଦ୍ର ନାଥ ବେହେରା,ଜିଲ୍ଲା ମଙ୍ଗଳ ଅଧିକାରୀ ବୁଦ୍ଧଦେବ ପଣ୍ତା, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ସୁବାଷ ଚନ୍ଦ୍ର ସାମଲ, ବ୍ଲକସ୍ତରୀୟ ଅଧିକାରୀ ଓ ଜିଲ୍ଲା ର ବିଭିନ୍ନ ବିଭାଗର ଅଧିକାରୀ ଯୋଗ ଦେଇଥିଲେ ।

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !