ସାମ୍ବାଦିକ ମାନଙ୍କୁ ସ୍କୁଲ କ୍ୟାମ୍ପସ ମନା" ଘଟଣା ର ପ୍ରତିବାଦ ରେ ମୁଖ୍ୟମନ୍ତ୍ରୀ ଓ ଗଣଶିକ୍ଷାମନ୍ତ୍ରୀ ଙ୍କ ଉଦ୍ଧେଶ୍ୟରେ ଜିଲ୍ଲାପାଳ ଙ୍କ ଜରିଆରେ ଦାବୀପତ୍ର ପ୍ରଦାନ I


ଯାଜପୁର(ଦାନଗଦୀ): - "ସାମ୍ବାଦିକ ମାନଙ୍କୁ ସ୍କୁଲ କ୍ୟାମ୍ପସ ମନା" ଘଟଣା ଅତ୍ୟନ୍ତ ଦୁର୍ଭାଗ୍ୟଜନକ କଥା। ରାଜ୍ୟ ସରକାରଙ୍କ ଗଣଶିକ୍ଷା ବିଭାଗର ଏହି ଗୁପ୍ତ ନିର୍ଦ୍ଦେଶନାମାକୁ ସମ୍ପୃକ୍ତ ଜିଲ୍ଲା ଶିକ୍ଷା ବିଭାଗର ନିଷ୍ପତ୍ତି ବୋଲି ଯାହା କୁହାଯାଉଛି ତାହା ଡାହା ମିଛ।ଏହାକୁ ଏସୟୁଜେ ଓଡ଼ିଶା ଯାଜପୁର ଜିଲ୍ଲା ଶାଖା (Journalists Association of Jajpur Dist) ତୀବ୍ର ବିରୋଧ କରୁଛି। ଏହି ପରିପ୍ରେକ୍ଷୀରେ ଜିଲ୍ଲା ସାମ୍ବାଦିକ ସଂଘ ର ସଭାପତି ସୁବାସ ଚନ୍ଦ୍ର ଧଳ ଙ୍କ ନିର୍ଦ୍ଦେଶ କ୍ରମେ ସଂଘ ର ସାଧାରଣ ସମ୍ପାଦକ ଅବିନେଶ୍ଵର ଶତପଥୀ ଙ୍କ ନେତୃତ୍ବରେ ସାମ୍ବାଦିକ ସଂଘର ଦାନଗଦୀ ବ୍ଲକ ଶାଖା ତରଫରୁ ସୋମବାର ( ୧୧.୭.୨୨) ଦିନ ୧୧ ଟା ସମୟରେ ଦାନଗଦି ବ୍ଲକ କାର୍ଯ୍ୟାଳୟରେ ଜିଲ୍ଲା ପ୍ରଶାସନ ର ମିଳିତ ଅଭିଯୋଗ ଶୁଣାଣୀ ଶିବିର ରେ ଭାରପ୍ରାପ୍ତ ଜିଲ୍ଲାପାଳ ଓ ଅନ୍ୟ ପଦାଧିକାରୀ ମାନେ ଉପସ୍ଥିତ ରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଓ ଗଣଶିକ୍ଷା ମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ସଂଘ ପକ୍ଷରୁ ଉପରୋକ୍ତ ଦାବି ନେଇ ସ୍ମାରକ ପତ୍ର ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ରେ ଯାଜପୁର ଜିଲ୍ଲା ସାମ୍ବାଦିକ ସଂଘ ର ସଭାପତି ଓ ସାଧାରଣ ସମ୍ପାଦକ ଙ୍କ ସହିତ ବହୁ ସାମ୍ବାଦିକ ଯୋଗଦେଇଥିଲେ I 

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !