Posts

Showing posts from February 1, 2022

ନୀଳାଚଳ ଇସ୍ପାତ ନିଗମକୁ ଅଧିଗ୍ରହଣ କଲା ଟାଟା ଷ୍ଟିଲ l

Image
  ଯାଜପୁର (କଳିଙ୍ଗନଗର) :- କଳିଙ୍ଗନଗର ଶିଳ୍ପାଞ୍ଚଳରେ ଦ୍ଵିତୀୟ ଇସ୍ପାତ କାରଖାନା ପ୍ରତିଷ୍ଠା ପାଇଁ ପ୍ରବାଦ ପୁରୁଷ ବିଜୁ ପଟନାୟକ ଯେଉଁ ସ୍ବପ୍ନ ଦେଖିଥିଲେ ତାହାର ଫଳ ସ୍ୱରୂପ ଗଢି ଉଠିଥିଲା ରାଷ୍ଟ୍ରlୟତ୍ତ ଉଦ୍ୟୋଗ ନୀଳାଚଳ ଉସ୍ପାତ ନିଗମ l ସମ୍ପ୍ରତି ଦେଶର ସର୍ବ ବୃହତ ଇସ୍ପାତ ଉତ୍ପାଦନକାରୀ ସଂସ୍ଥା ଟାଟା ଏହାକୁ ଅଧିଗ୍ରହଣ କରିଛି ବୋଲି ଜଣାଯାଇଛି l ଏହାର ପରିଚାଳନା ଦାୟିତ୍ୱରେ ଥିବା ଏମଏମଟିସିର ପରିଚାଳନଗତ ତ୍ରୁଟି ପାଇଁ କ୍ଷତିର ସମ୍ମୁଖୀନ ହୋଇ ଏହି ଇସ୍ପାତ କାରଖାନା ପ୍ରାୟ ଦୁଇ ବର୍ଷରୁ ଉର୍ଦ୍ଧ୍ଵ ସମୟଧରି ବନ୍ଦହୋଇ ରହିଥିଲା l ଏହାକୁ ଘରୋଇକରଣ କରାଯିବା ନିମନ୍ତେ ପ୍ରକ୍ରିୟା ଆରମ୍ଭ ହୋଇଥିଲା l ଘରୋଇକରଣକୁ ବିରୋଧକରି ଶ୍ରମିକ ଓ କର୍ମଚାରୀମାନେ ଦୀର୍ଘ ଦିନ ଧରି ଆନ୍ଦୋଳନ କରିଥିଲେ l କାରଖାନାକୁ ବିକ୍ରି ପାଇଁ ହୋଇଥିବା ନିଲାମ ପ୍ରକ୍ରିୟାରେ ଟାଟା ସର୍ବାଧିକ ୧୨ହଜାର ୧ଶହ କୋଟି ଟଙ୍କା ମୂଲ୍ୟରେ ନିଲାମ ଡାକି ଏହାକୁ ଅଧିଗ୍ରହଣ କରିଛି l  କେନ୍ଦ୍ର କାବିନେଟ କମିଟିର ଅର୍ଥନୈତିକ କମିଟି ଏହି ନିଷ୍ପତ୍ତିରେ ମୋହର ମାରିଛି l ଏଥିପାଇଁ ଟାଟା ଷ୍ଟିଲ ପକ୍ଷରୁ ଏକ ନୂତନ କମ୍ପାନୀ ଟାଟା ଷ୍ଟିଲ ଲଙ୍ଗ ପ୍ରୋଡକ୍ଟସ ଗଠିତ ହୋଇଛି l କଂଗ୍ରେସ ନେତା ତଥା ଏଆଇସିସି ସମ୍ପାଦକ ଶରତ ରାଉତ ଏହି ଅଧିଗ୍ରହଣକୁ ବିରୋଧ କରି ବିସ୍ଥାପିତ ଓ କର୍ମଚାରୀ, ଶ୍ରମିକମାନଙ୍କ ସ୍ୱାର୍ଥ ରକ୍ଷା ପାଇଁ ଟାଟା ଉ