Posts

Showing posts from August 31, 2021

ଲୋକମାନଙ୍କ ଜୀବିକାକୁ ଦୃଷ୍ଟିରେ ରଖି ନୂଆ ଗାଇଡଲାଇନ ଜାରି କରିଛନ୍ତି ରାଜ୍ୟ ସରକାର।

Image
ଭୁବନେଶ୍ବର(ବ୍ୟୁରୋ ରିପୋର୍ଟ) : - ହଟିଲା ସପ୍ତାହନ୍ତ ସଟଡାଉନ୍। ଲୋକମାନଙ୍କ ଜୀବିକାକୁ ଦୃଷ୍ଟିରେ ରଖି ନୂଆ ଗାଇଡଲାଇନ ଜାରି କରିଛନ୍ତି ରାଜ୍ୟ ସରକାର। ନୂଆ ଗାଇଡଲାଇନ୍‌ ନେଇ ପ୍ରେସବାର୍ତ୍ତା ଜରିଆରେ ସୂଚନା ଜାରି କରିଛନ୍ତି ଏସ୍‌ଆରସି ପ୍ରଦୀପ ଜେନା । ପୁରୀ, କଟକ ଓ ଭୁବନେଶ୍ୱରରେ ଏବେ ସପ୍ତାହାନ୍ତ ସଟ୍‌ଡାଉନ ହଟିଛି। ସକାଳ ୫ଟାରୁ ରାତି ୧୦ଟା ଯାଏଁ ସବୁ ଖୋଲା ରହିବ। ସକାଳ ୫ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଦୋକାନ ବଜାର ସବୁ ଖୋଲା ରହିବ। ବାହାଘର ବ୍ରତ ଘରରେ ୨୫୦ ଜଣ ଲୋକ ଯୋଗ ଦେଇପାରିବେ। ଏଣିକି କୌଣସି ସହରାଞ୍ଚଳ କିମ୍ବା ଗ୍ରାମାଞ୍ଚଳରେ ସପ୍ତାହାନ୍ତ ସଟ୍‌ଡାଉନ୍‌ ଲାଗୁହେବ ନାହିଁ। ଆସନ୍ତା ଅକ୍ଟୋବର ୧ ତାରିଖ ଯାଏଁ ଜାରି ରହିବ ନୂଆ ଗାଇଡଲାଇନ୍ ।  ସବୁ ପୌରାଞ୍ଚଳରେ ରାତ୍ରିକାଳୀନ କର୍ଫ୍ୟୁ ରହିବ। ରାତି ୧୦ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ରହିବ ରହିବ ନାଇଟ କର୍ଫ୍ୟୁ। କେବଳ ଜରୁରୀ ସେବା ବ୍ୟତିତ ସାଧାରଣ ଯାଆସ ଉପରେ କଟକଣା ବଳବତ୍ତର ରହି । ପୂର୍ଣ୍ଣ କ୍ଷମତାରେ ଚାଲିପାରିବ ସିନେମା ହଲ । ରେଷ୍ଟୁରାଣ୍ଟ, ମଲ, ସିନେମା ହଲ, ଧାର୍ମିକ ସ୍ଥଳୀ କରୋନା କଟକଣା ମାନି ପୂର୍ବଭଳି ଜାରି ରହିବ । ଯଦି କୌଣସି ଅଞ୍ଚଳରେ ସଂକ୍ରମଣ ବୃଦ୍ଧିପାଏ ତେବେ ସ୍ଥାନୀୟ ପ୍ରଶାସନ ଚାହିଁଲେ ସାନି କଟକଣା ଲାଗୁ କରିପାରି​‌ବେ। ସେଭଳି ପୂଜା ପାର୍ବଣରେ ସ୍ବତନ୍ତ୍ର ନିର୍ଦେଶାବଳୀ ମାନିବାକୁ ପଡିବ। ସେପ୍ଟ

ତିନି ବର୍ଷ ବିତିଗଲାଣି, ସ୍ମାର୍ଟ ସିଟି ରେ କେବେ ଗଡିବ ବୈଦ୍ୟୁତିକ ବସ୍?

Image
ଭୁବନେଶ୍ୱର : - ହାଇଦରାବାଦ, ପୁନେ ଓ ହିମାଚଳ ପ୍ରଦେଶ ସହରରେ ବୈଦ୍ୟୁତିକ (ଇଲେକ୍ଟ୍ରିକ) ଯାନ (ବସ୍‌) ଗଡିଲାଣି। ବାୟୁ ପ୍ରଦୂଷଣକୁ ରୋକିବା ପାଇଁ ସେଠାକାର ସରକାର ବୈଦ୍ୟୁତିକ ବସ୍‌ ଚଳାଚଳ କରିଛନ୍ତି। ଅଥଚ ୩ବର୍ଷ ତଳେ ଭୁବନେଶ୍ବରରେ ବୈଦ୍ୟୁତିକ ବସ୍‌ ଚଳାଚଳ ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ଖଣ୍ଡେ ହେଲେ ବସ୍ ଆସି ପାରିଲା ନାହିଁ। ବସ୍‌ ତିଆରି ହୋଇ ସାରିଥିଲେ ମଧ୍ୟ ଅଣାଯାଉ ନାହିଁ। ରାଜଧାନୀ ସହରାଞ୍ଚଳ ପରିବହନ(କ୍ରୁଟ୍‌) ସଂସ୍ଥା ଭୁବନେଶ୍ବରରେ ବୈଦ୍ୟୁତିକ ବସ୍‌ ଚଳାଚଳ ପାଇଁ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଇଥିଲା। ବସ୍‌ ଯୋଗାଣ ପାଇଁ ଠିକା ପ୍ରସ୍ତାବ (ଟେଣ୍ଡର) ପାଇଥିବା ପିଏମ୍‌ଆଇ ଫୋର୍ଟନ ସଂସ୍ଥା ବସ୍‌ ‌ତିଆରି କରି ସାରିଲାଣି। କ୍ରୁଟ ବସ୍‌ ଆଣି ଚଳାଇବା କଥା‌, ହେଲେ ଆଣୁନାହିଁ। କେତେବେଳେ କହୁଛି ମାର୍ଚ୍ଚରେ ଚାଲିବ ତ ଆଉ କେତେବେଳେ କହୁଛି ଏପ୍ରିଲରେ ଗଡିବ। କରୋନା କାଳରେ ପ୍ରାୟ ସମୟ ‘ମୋ ବସ୍‌’ ବନ୍ଦ ଥିଲା। ବୈଦ୍ୟୁତିକ ବସ୍‌ ଆଣି ଠିଆ କଲେ କ୍ଷତି ସହିବାକୁ ପଡିବ। ସମୟ ସୁବିଧା ଦେଖି ବସ୍‌ ଅଣାଯିବ। ଅନ୍ୟପଟେ ବୈଦ୍ୟୁତିକ ଯାନ ନୀତିକୁ ରାଜ୍ୟ ସରକାର କ୍ୟାବିନେଟରେ ମୋହର ମାରି ସାରିଲେଣି। ରାଜ୍ୟରେ ପେଟ୍ରୋଲ ଓ ଡିଜେଲ ଚାଳିତ ଯାନବାହନ ଚଳାଚଳ କ୍ଷେତ୍ରରେ ପ୍ରଦୂଷଣ ହାର ହ୍ରାସ କରିବା ନିମନ୍ତେ ଆଗାମୀ ଦିନରେ ବୈଦ୍ୟୁତିକ ଯାନ କ୍ରୟ କରିବାକୁ ଥିବା ଗ୍ରାହକ

ରନ୍ଧନ ଗ୍ୟାସ ସିଲିଣ୍ଡର ଫାଟି ମହିଳା ଜୀବନ୍ତ ଦଗ୍ଧ l

Image
ନୟାଗଡ଼(ବ୍ୟୁରୋ ରିପୋର୍ଟ ):- ଆଜି ସକାଳେ ନୟାଗଡ଼ ଜିଲ୍ଲା ଖଣ୍ଡପଡା ଥାନା ଅନ୍ତର୍ଗତ ରାଣୀପଡା ପଞ୍ଚାୟତ ର ବିରିଡ଼ିହ ଗ୍ରାମରେ ଘଟିଛି ଏକ ଅଭାବନୀୟ ଘଟଣା l ଖବରରୁ ପ୍ରକାଶ ଯେ ହରପ୍ରିୟା ଜେନା ନାମ୍ନୀ ଜୈନକା ମହିଳା ରୋଷେଇ କରୁଥିବା ସମୟରେ ହଠାତ ସିଲିଣ୍ଡର ରେ ନିଆଁ ଲାଗିଯାଇ ବିସ୍ପୋରଣ ଘଟିଥିଲା l ମହିଳା ଜଣକ ରୋଷେଇ ଘର ଭିତରେ ଜୀବନ୍ତ ଦଗ୍ଧ ହୋଇ ମୃତ୍ୟୁ ବରଣ କରିଥିବା ଜଣାପଡ଼ିଛି।ତାଙ୍କୁ ଉଦ୍ଧାର କରିବାକୁ ଉଦ୍ୟମକରି ମହିଳାଙ୍କ ସ୍ୱାମୀ ସିଲୁ ଜେନା ମଧ୍ୟ ଗୁରୁତର ଭାବେ ନିଆଁରେ ପୋଡ଼ି ଯାଇ ଆହତ ହୋଇଛନ୍ତି। ବିସ୍ପୋରଣ ଏତେ ଭୟଙ୍କର ହୋଇଥିଲା ଯେ ଘର ଟି ସମ୍ପୁଣ୍ଣ ଜଳି ଯାଇଛି। ଖବର ପାଇ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି।ଖଣ୍ଡପଡା ଥାନା ପୋଲିସ ପହଂଛି ତଦନ୍ତ କରିଛି I The cooking gas cylinder ruptured and the woman was burned alive.  Nayagarh (Bureau Report): - An unfortunate incident took place this morning in Biridih village of Ranipada panchayat under Nayagarh district's Khandpada police station. The woman's husband, Silu Jena, was also seriously injured in the blaze. The bomber struck shortly after noon in front of a U.S. military base. Upon hearing