ବସ୍ ଓଲଟିଲା, ବସ୍ ଯାତ୍ରୀଙ୍କୁ ଶାହା ହେଲେ ଇଶ୍ଵର l ଦେଖନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ... l

କଟକ (ବ୍ୟୁରୋ) - ୬୫ ନମ୍ବର ରାଜ୍ୟ ରାଜପଥ ଆଠଗଡ ଥାନା ଅନ୍ତର୍ଗତ ଉଦୟପୁର ନିକଟରେ ବସର ବେରିଙ୍ଗ ଭାଙ୍ଗି ଯିବାରୁ ଭାରସାମ୍ଯ ହରାଇ ରାସ୍ତା କଡକୁ ଲେଉଟିଲା ଯାତ୍ରୀବାହୀ ବସ '' ମହାବୀର'' ୩୦ ରୁ ଉର୍ଦ୍ଧ ଯାତ୍ରୀ ଆହାତ ସମସ୍ତ ଯାତ୍ରୀ ଆଠଗଡ ଡାକ୍ତରଖାନାରେ ଭର୍ତ୍ତି।୧୩ ତାରିଖ ଅପରାହ୍ନ ୪.୩୦ ସଯୟରେ କଟକରୁ ଢେଙ୍କାନାଳ ଜିଲ୍ଲାର ଭାପୁରକୁ ଯାଉଥିବା ଯାତ୍ରୀବାହୀ ବସର ବେରିଙ୍ଗ ଭାଙ୍ଗି ଯିବାରୁ ୬୫ ନମ୍ବର ରାଜ୍ଯ ରାଜପଥର ଉଦୟପୁର ନିକଟରେ ଭାରସାମ୍ଯ ହରାଇ ରାସ୍ତା କଡକୁ ବସଟି ୨ ଗଡା ପଲଟା ମାରି ଓଲଟିବାରୁ ସେଥିରେ ଆସୁଥିବା ୩୦ ଉର୍ଧ ଯାତ୍ରୀ ଆହାତ ହୋଇଥିବା ଜଣାପଡିଛି। ତେବେ ଅଳ୍ପକେ ବର୍ତି ଯାଇଛନ୍ତି ଯାତ୍ରୀ ମାନେ ।ତେବେ ଖବରପାଇ ଘଟଣା ସ୍ଥଳରେ ସ୍ଥାନୀୟ ପୋଲିସ ଅଗ୍ନିଶମ ବିଭାଗ ୧୦୮ ଆମ୍ବୁଲାନ୍ସ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ସମସ୍ତ ଆହାତ ମାନଙ୍କୁ ଆଠଗଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।ସେମାନଙ୍କ ମଧ୍ୟରୁ ୪ ଜଣ ଉଲ୍ଲାସ ନାୟକ ଓ ମାନି ନାୟକ,ପ୍ରଶାନ୍ତ ପ୍ରଧାନ,ତବସୁନ ଖାଁ ଙ୍କ ଅବସ୍ଥା ଗୁରତର ହେବାରୁ ତାଙ୍କୁ କଟକ ବଡ ଡାକ୍ତରଖାନା କୁ ସ୍ଥାନାନ୍ତରିତ କରାଯାଇଛି।ଅନ୍ଯ ୨୨ ଜଣଙ୍କର ଆଠଗଡ ଡାକ୍ତରଖାନାରେ ଚିକିତ୍ସା ଜାରି ରହିଛି ସମସ୍ତଙ୍କ ର ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଛି।ଡାକ୍ତରଖାନାରେ ଆଠଗଡ ତହସିଲଦାର ତପନ କୁମାର ଖୁଣ୍ଟିଆ ,ସହକାରୀ ଜିଲ୍ଲାପ...