କଲେଜ୍ ରେ ଘଟିଲା ଏହିପରି କାଣ୍ଡ ଆପଣ ସମ୍ପୂର୍ଣ୍ଣ ରିପୋର୍ଟ ପଢିଲେ ଜାଣିପାରିବେ l

ସୁକିନ୍ଦା ବ୍ଲକ ର ହରିପୁର ପଞ୍ଚାୟତ ର ଭାରତୀ ବିହାର ମହାବିଦ୍ୟାଳୟ ରେ ପୂର୍ବ ଘଟଣା କୁ ନେଇ ଛାତ୍ର ଶିକ୍ଷକ ମୁଁହା ମୁହିଁ ହୋଇଥିବା ଦେଖିବାକୁ ମିଳିଥିଲା ।ପୂର୍ବ ଶନିବାର ଦିନ ମହାବିଦ୍ୟାଳୟ ରେ ଛାତ୍ର ଅଶାନ୍ତି ଦେଖା ଦେବାରୁ ମହାବିଦ୍ୟାଳୟ ର ଯୁକ୍ତ ଦୁଇ ବିଭାଗର ଅଧକ୍ଷ,ଦୀନବନ୍ଧୁ ସେଠି ଜଣେ ଛାତ୍ର ଦେବବ୍ରତ ଦେବ ଙ୍କ ନାମରେ ସୁକିନ୍ଦା ଥାନାରେ ଲିଖିତ ଅଭିଯୋଗ କରିଥିଲେ ଫଳରେ ଛାତ୍ର ଦେବବ୍ରତ ଦେବ କୁ ସେହିଦିନ ସ୍ଥାନୀୟ ପୋଲିସ ସହାୟତାରେ ଜିଲ୍ଲା କାରାଗାରକୁ ପଠାଇଦିଆଯାଇଥିଲା । ଆଜି ସେହି ଛାତ୍ର କୋର୍ଟ ରୁ ବେଲ ହୋଇ ଫେରିବା ପରେ ମହାବିଦ୍ୟାଳୟ ରେ ଛାତ୍ର ମାନଙ୍କ ମଧ୍ୟରେ ଅଶାନ୍ତ ସୃଷ୍ଟି ହୋଇ କୋର୍ଟ ଚାଲାଣ ଛାତ୍ର କୁ ସମର୍ଥନ କରି ବହୁ ଛାତ୍ର ଛାତ୍ରୀ ମାନେ ମହାବିଦ୍ୟାଳୟ ର ଗେଟ କୁ ତାଲା ପକାଇ ଗେଟ ସାମ୍ନାରେ ବସିଥିଲେ ଦୀର୍ଘ ସମୟ ବସି ଶିକ୍ଷକଙ୍କ ବିରୁଦ୍ଧରେ ନାରାବାଜି ଦେବା ପରେ ମହାବିଦ୍ୟାଳୟ ର ଯୁକ୍ତ ଦୁଇ ବିଭାଗ ର ଅଧକ୍ଷ ଦୀନବନ୍ଧୁ ସେଠିସ୍ଥାନୀୟ ପ୍ରଶାସନ କୁ ସୂଚନା ଦେବା ପରେ ଘଟଣାସ୍ଥଳରେ ସ୍ଥାନୀୟ ଥାନା ଅଧିକାରୀ ରମାକାନ୍ତ ମୁଦୁଲି ଓ ଆଡିସନାଲ ତହସିଲଦାର ଅସିତ ମହାନ୍ତି ପହଞ୍ଚି ଛାତ୍ର ଛାତ୍ରୀ ମାନଙ୍କୁ ବୁଝେଇବା ପରେ ଛାତ୍ର ଛାତ୍ରୀ ମାନେ ଗେଟ ଆଗରୁ ଉଠିଥିଲେ ପରେ ମହାବିଦ୍ୟାଳୟ ର ସମସ୍ତ ଶିକ୍ଷକ ଓ କୋର କମିଟି ର ସମସ୍ତ ସଦସ୍ୟ ବ୍ଲକ ଉପଧକ୍ଷ ଦିବ୍ୟରଞ୍ଜନ ବରାଳ ଙ୍କ ଉପସ୍ଥିତ ରେ ସମସ୍ତ ସମସ୍ୟାର ବୁଝାମଣା ହୋଇ ଲିଖିତ ଆକାର ରେ ଟିପଣି ରଖା ଯାଇଥିଲା । ପରେ ଛାତ୍ର ଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ କମିଥିଲା । 

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !