ବସ୍ ଓଲଟିଲା, ବସ୍ ଯାତ୍ରୀଙ୍କୁ ଶାହା ହେଲେ ଇଶ୍ଵର l ଦେଖନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ... l

 କଟକ (ବ୍ୟୁରୋ) - ୬୫ ନମ୍ବର ରାଜ୍ୟ ରାଜପଥ ଆଠଗଡ ଥାନା ଅନ୍ତର୍ଗତ ଉଦୟପୁର ନିକଟରେ ବସର ବେରିଙ୍ଗ ଭାଙ୍ଗି ଯିବାରୁ ଭାରସାମ୍ଯ ହରାଇ ରାସ୍ତା କଡକୁ ଲେଉଟିଲା ଯାତ୍ରୀବାହୀ ବସ '' ମହାବୀର'' ୩୦  ରୁ ଉର୍ଦ୍ଧ ଯାତ୍ରୀ ଆହାତ ସମସ୍ତ ଯାତ୍ରୀ ଆଠଗଡ ଡାକ୍ତରଖାନାରେ ଭର୍ତ୍ତି।୧୩ ତାରିଖ ଅପରାହ୍ନ ୪.୩୦ ସଯୟରେ କଟକରୁ ଢେଙ୍କାନାଳ ଜିଲ୍ଲାର ଭାପୁରକୁ ଯାଉଥିବା ଯାତ୍ରୀବାହୀ ବସର ବେରିଙ୍ଗ ଭାଙ୍ଗି ଯିବାରୁ ୬୫ ନମ୍ବର ରାଜ୍ଯ ରାଜପଥର ଉଦୟପୁର ନିକଟରେ ଭାରସାମ୍ଯ ହରାଇ ରାସ୍ତା କଡକୁ ବସଟି ୨ ଗଡା ପଲଟା ମାରି ଓଲଟିବାରୁ ସେଥିରେ ଆସୁଥିବା ୩୦ ଉର୍ଧ ଯାତ୍ରୀ ଆହାତ ହୋଇଥିବା ଜଣାପଡିଛି। ତେବେ ଅଳ୍ପକେ ବର୍ତି ଯାଇଛନ୍ତି ଯାତ୍ରୀ ମାନେ ।ତେବେ ଖବରପାଇ ଘଟଣା ସ୍ଥଳରେ ସ୍ଥାନୀୟ ପୋଲିସ ଅଗ୍ନିଶମ ବିଭାଗ ୧୦୮ ଆମ୍ବୁଲାନ୍ସ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ସମସ୍ତ ଆହାତ ମାନଙ୍କୁ ଆଠଗଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।ସେମାନଙ୍କ ମଧ୍ୟରୁ ୪ ଜଣ ଉଲ୍ଲାସ ନାୟକ ଓ ମାନି ନାୟକ,ପ୍ରଶାନ୍ତ ପ୍ରଧାନ,ତବସୁନ ଖାଁ ଙ୍କ ଅବସ୍ଥା ଗୁରତର ହେବାରୁ ତାଙ୍କୁ କଟକ ବଡ ଡାକ୍ତରଖାନା କୁ ସ୍ଥାନାନ୍ତରିତ କରାଯାଇଛି।ଅନ୍ଯ ୨୨ ଜଣଙ୍କର ଆଠଗଡ ଡାକ୍ତରଖାନାରେ ଚିକିତ୍ସା ଜାରି ରହିଛି ସମସ୍ତଙ୍କ ର ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଛି।ଡାକ୍ତରଖାନାରେ ଆଠଗଡ ତହସିଲଦାର ତପନ କୁମାର ଖୁଣ୍ଟିଆ ,ସହକାରୀ ଜିଲ୍ଲାପାଳ ସତ୍ୟବ୍ରତ ଦାସ ପହଞ୍ଚି ଆହାତ ଯାତ୍ରୀମାନଙ୍କୁ ଭେଟିବା ସହିତ ସମସ୍ତ ସରକାରୀ ସହାୟତା ଯୋଗାଇଦେବା ପାଇଁ ପ୍ରକାଶ କରିଛନ୍ତି।ଖବର ପାଇଁ ଆଠଗଡ ଡାକ୍ତରଖାନାରେ ରାଜ୍ଯ ସରକାରଙ୍କ ଖାଦ୍ଯ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ପହଞ୍ଚି ଆହାତ ମାନଙ୍କୁ ଭେଟିବା ସହିତ ନିଜସ୍ୱ ଖର୍ଚ୍ଚରେ ଗୁରୁତର ଆହାତ ହୋଇଥିବା ବ୍ୟକ୍ତିଙ୍କୁ କଟକ ପଠାଇ ଚିକିତ୍ସା କରାଇବା ପାଇଁ ସମର୍ଥକ ମାନଙ୍କୁ ନିର୍ଦେଶ ଦେଇଛନ୍ତି l

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !