ସାମାଜ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି ମହିଳା ଚାଷୀ.. l

ବ୍ୟୁରୋ ରିପୋର୍ଟ (Rita vision News) - ଆଜିର ଯୁବ ସମାଜ ପାଠ ପଢ଼ି ଚାକିରି ପଛରେ ଧାଇଁ ସମୟ କୁ ନଷ୍ଟ କରି ଶେଷରେ ମାନସିକ ଚିନ୍ତାରେ ଦିନ କାଟୁଛନ୍ତି l କିନ୍ତୁ ଜଣେ ନାରୀ ସମାଜରେ ସୁଖ ଶାନ୍ତି ରେ ବଞ୍ଚିରହିବା କୁ ନିଜେ କିପରି ଆତ୍ମନିର୍ଭରଶୀଳ ହୋଇପାରିବେ ତାର ଉଦାହରଣ ପାଲଟିଛନ୍ତି l ଆଜିର ଯୁଗରେ ନାରୀମାନେ ପୁରୁଷ ମାନଙ୍କର ସମକକ୍ଷ ହୋଇପାରିଛନ୍ତି । ସେମାନଙ୍କ ପାଖରେ ଅସମ୍ଭବ ବୋଲି କିଛି ନାହିଁ । ସେମାନେ ଆଜି ସମାଜରେ ସଶକ୍ତ ଓ ପ୍ରତିଷ୍ଠିତ ମଧ୍ୟ ହୋଇପାରିଛନ୍ତି। ଭଦ୍ରକ ଜିଲ୍ଲାର ଛାୟାରାଣୀ ସାହୁ ପୁରୁଷଙ୍କ ଉପରେ ନିର୍ଭର ନକରି ନିଜେ ପାୱାରଟିଲର ଚଳାଇ ଜମି ହଳ କରିଛନ୍ତି । ସେ ତାଙ୍କ ଜମିରେ ବିଭିନ୍ନ ପ୍ରକାରର ପନିପରିବା ଚାଷ ସାଙ୍ଗକୁ ସୁନ୍ଦର ପୁଲ ଓ ଫଳ ବଗିଚା ମଧ୍ୟ କରିଛନ୍ତି l ଏବେ ତାଙ୍କର ଜମିରେ ୩୨ କେଜି ଓଜନ ର ଓଲୁଅ ମଧ୍ୟ ଫଳାଇ ପାରିଛନ୍ତି l ସମସ୍ତ କୃଷକ ମାନଙ୍କୁ ସମ୍ମାନ ଦେବା କଥା ଟା ଠିକ, କିନ୍ତୁ ଦେହରେ ମିଛରେ ଖାଲି କାଦୁଅ ବୋଳିପକେଇକି ଫୋଟୋ ଉଠେଇଦେଲେ କେହି କୃଷକ ହେଇଯାଏନି, କୃଷକ ହେବାକୁ ହେଲେ ଚାଷ କାମ କରିବା ପାଇଁ ଇଛାଶକ୍ତି ସହିତ ଦୃଢ ମନବଳ ଆବଶ୍ୟକ। ତେଣୁ ଚାଷୀ ମାନଙ୍କୁ ସରକାରୀ ସ୍ତରରେ ସମ୍ମାନୀତ ଓ ଉଚିତ ସହାୟତା ଜରୁରୀ l Umakanta Mohapatra