୧୫ ଅଗଷ୍ଟ କୁ ବିଭାଜିତ ଭାରତର ଦୂତୀୟସ୍ୱାଧୀନତା ଦିବସ ଭାବେ ଦାବି କଲା ନେତାଜୀ ସୁବାଷ ସେନା l

ବ୍ୟୁରୋ ରିପୋର୍ଟ (Rita vision News) - କଟକ ନୂଆବଜାର ସ୍ଥିତ ନେତାଜୀ ସୁବାଷ ସେନା ଅଗଷ୍ଟ ୧୫ କୁ ବିଭାଜିତ ଭାରତ ର ଦୂତୀୟ ସ୍ୱାଧୀନତା ଦିବସ ଭାବେ ଦାବି କରି,୧୯୪୪ ମସିହା ଏପ୍ରିଲ ୧୪ ତାରିଖ କୁ ପ୍ରଥମ ଅଖଣ୍ଡ ଭାରତ ର ସ୍ୱାଧୀନତା ଦିବସ,ଯାହାକି ନେତାଜୀ ଙ୍କ ନେତୃତ୍ତ୍ୱ ରେ ଆଜାଦହିନ୍ଦ ଫୌଜ କରିଥିଲା ବୋଲି ପ୍ରଥମଥର ପାଇଁ ସ୍ୱରଉତଳନ କରିଛି ସୁବାସ ସେନା।
ନୂଆ ଇତିହାସ ଲେଖିବା ଉଦେଶ୍ୟ ରେ ସହରରେ ବୃକ୍ଷ ରୋପଣ ଓ ଭୁଲ ଇତିହାସ ହଟେଇବା ପାଇଁ ସହରରେ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ କରିଥିଲା ସୁବାସ ସେନା।କିଛି କୁଚକ୍ରି ନେତା ଙ୍କ ଶାସ୍ତା ରାଜନୀତି ପାଇଁ ଅଗଷ୍ଟ ୧୫କୁ ସରକାରୀ ସ୍ତରରେ ସ୍ୱାଧୀନତା ଦିବସ ର ମାନ୍ୟତା ଦିଆ ଯାଇଛି ବୋଲି ସେନା କହିଛି I
୧୯୪୪ ମସିହା ଏପ୍ରିଲ ୧୪ କୁ ପ୍ରଥମ ଅଖଣ୍ଡ ଭାରତ ର ସ୍ୱାଧୀନତା ଦିବସ ଭାବେ ସରକାରୀ ସ୍ତର ରେ ମାନ୍ୟତା ଦେବା ପାଇଁ ସୋସିଆଲ ମିଡିଆ ମାଧ୍ୟମ ରେ ମୋଦି ସରକାର ଙ୍କୁ ଅନୁରୋଧ କରିଛି ସୁବାସ ସେନା, ଏଥସହ ନୂଆ ଇତିହାସ ଆଗନ୍ତୁକ ଅପେକ୍ଷା ରେ ନେତାଜୀ ଙ୍କ ଜନ୍ମ ସ୍ଥାନ କଟକ ଓଡ଼ିଆ ବଜାର ସ୍ଥିତ ନେତାଜୀ ସଂଗ୍ରହାଳୟ ରେ ନେତାଜୀ ଙ୍କୁ ସ୍ମରଣ କରି ସମୂହ ଦୀପ ଦାନ କରାଯାଇଥିଲା।ଏହି କାର୍ଯ୍ୟକ୍ରମ ରେ ସେନା ର ସଭାପତି ଅଜିତ ଦାସ ଓ ସୁନୀଲ ବେହେରା, ଅନିଲ ପ୍ରଧାନ, ବୁବୁନ କୁମାର ପଣ୍ଡା, ଅନନ୍ତ ନାରାୟଣ ବାରିକ, ଦେବେନ୍ଦ୍ର ସୁନ୍ଦରାୟେ ପ୍ରମୁଖ ସହଯୋଗ କରିଥିଲେ। Umakanta Mohapatra (Rita vision News) 

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !