ଦୁଇଟି ବନ୍ଧୁକ ସହ ଜଣେ ଗିରଫ I

ଭୁବନେଶ୍ୱର(ବ୍ୟୁରୋ ରିପୋର୍ଟ ):- ଗତ କାଲି ଅପରାହ୍ନରେ ବିଶେଷ ସୂତ୍ରରୁ ଖବର ପାଇ ଭରତ ପୁର ଥାନା ପୋଲିସ ସବ ଇନ୍ସପେକ୍ଟର ମାନସ ରଞ୍ଜନ ମଲ୍ଲିକ ଙ୍କ ତତ୍ତ୍ୱାବଧାନରେ ଏକ ଦଳ ଅତର୍କିତ ଚଢ଼ାଉ କରି ଭରତ ପୁର ଥାନା ଅନ୍ତର୍ଗତ କୋଳଥିଆ ଅଂଚଳରୁ ପଶ୍ଚିମବଙ୍ଗ ଘେଟୁଆ ଗ୍ରାମ ର ବାବୁଜାନ ଖାଁ ନାମକ ଜୈନକ ଯୁବକକୁ ଗିରଫ କରିଛନ୍ତି। ଗିରଫ ସମୟରେ ତା ନିକଟରୁ ଦୁଇଟି ବନ୍ଧୁକ ଓ ୧୦ ରାଉଣ୍ଡ ୦.୨୨ ମିମି. ର ଜୀବନ୍ତ ଗୁଳି ଜବତ ହୋଇଥିବା ସୂଚନା ମିଳିଛି। ଜବତ ହୋଇଥିବା ବନ୍ଧୁକ ଓ ଗୁଳି ସମ୍ପର୍କୀୟ କୋଣସି ବିଧିବଦ୍ଧ ପ୍ରମାଣ ପତ୍ର ପୋଲିସ କୁ ଦେଖାଇ ନ ପାରିବାରୁ ତାକୁ କୋର୍ଟ ଚାଲାଣ କରାଯାଇଥିବା ଜଣାପଡିଛି I ଏହି ବନ୍ଧୁକ କେଉଁଠୁ ଆସିଲା ଓ ତାହା କେଉଁ ଉଦ୍ଦେଶ୍ଯ ରେ ରହିଥିଲା, ଏହାକୁ ନେଇ ପୋଲିସ୍ ଅଧିକ ତଦନ୍ତ ପାଇଁ ପ୍ରୟାସ ଜାରି ରଖିଛି l One arrested with two guns. Bhubaneswar (Beuro Report): A team under the supervision of Bharatpur Police Sub-Inspector Manas Ranjan Mallick raided the area yesterday afternoon and arrested Babujan Khan, a resident of Ghetua village in West Bengal under Bharatpur police station. Two guns and 10 rounds of 0.22 mm were seized ...