Posts

Showing posts from September 24, 2024

ଏକ ହଜାର ଲୋକଙ୍କ ଅଭିଯୋଗ ଶୁଣିଲେ ମୁଖ୍ୟମନ୍ତ୍ରୀ l

Image
ଭୁବନେଶ୍ବର (ବ୍ୟୁରୋ ରିପୋର୍ଟ) :- ବିଧାନସଭା ଚାଲିଥିଲା ତା ଭିତରର ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାର ଶୁଭାରମ୍ଭ ପାଇଁ ୬ ସପ୍ତାହ ହେବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ବନ୍ଦ ରହିଥିଲା। ୨୩ ତାରିଖରେ ମୁଖ୍ୟମନ୍ତ୍ରୀ ଏକ ହଜାର ଲୋକଙ୍କ ଅଭିଯୋଗ ଶୁଣିଛନ୍ତି । ସମସ୍ତେ ଅପେକ୍ଷା କରିଥିଲେ ମୁଖ୍ୟମନ୍ତ୍ରୀ ସେମାନଙ୍କ ସମସ୍ୟା ଶୁଣିବେ ଓ ଅଭିଯୋଗ ପତ୍ର ଗ୍ରହଣ କରିବେ । ଲୋକମାନେ ଧାଡି ବାନ୍ଧି ଶୃଙ୍ଖଳିତ ଭାବେ ମୁଖ୍ୟମନ୍ତ୍ରୀଙ୍କୁ ଅପେକ୍ଷା କରି ରହିଥିଲେ। ସୋମବାର ପୂର୍ବରୁ ଅନଲାଇନ୍ ମାଧ୍ୟମରେ ପଞ୍ଜିକରଣ କରିଥିବା ଲୋକଙ୍କ ଅଭିଯୋଗ ଶୁଣିଛନ୍ତି ମୁଖ୍ୟମନ୍ତ୍ରୀ । ତେବେ ଆଗକୁ ଯେଉଁମାନେ ପଞ୍ଜିକରଣ କରିବେ ସେମାନଙ୍କ ପାଇଁ ୩ଟି ଅଣ ପଞ୍ଜିକୃତ କେନ୍ଦ୍ର କରାଯାଇଛି । ଯେଉଁମାନେ ପଞ୍ଜିକରଣ କରିବେ ସେମାନଙ୍କ ଫୋନକୁ ମେସେଜ ଯିବ । ତେବେ ଯେଉଁମାନଙ୍କ ଫୋନକୁ ମେସେଜ ଯିବ ନାହିଁ ସେମାନେ ପୁଣି ଆଉ ଥରେ ପଞ୍ଜିକରଣ କରିପାରିବେ । ଆଜିଠାରୁ ପ୍ରଥମ ଥର ପାଇଁ ପାଇଁ ସମ୍ପୂର୍ଣ୍ଣ ଅନଲାଇନ୍‌ ପଞ୍ଜୀକରଣ ବ୍ୟବସ୍ଥା କାର୍ଯ୍ୟକାରୀ ହୋଇଛି। ସେହିପରି କିଛି ଲୋକଙ୍କ ସମସ୍ୟାର ସମାଧାନ ତୁରନ୍ତ କରାଯାଉଥିବା ବେଳେ କିଛି ଲୋକଙ୍କୁ ପ୍ରତିଶ୍ରୁତି ମିଳିଛି । ଆଜି ଅନୁଗୋଳର ଅବସରପ୍ରାପ୍ତ ସରକାରୀ କର୍ମଚାରୀ ଶଙ୍କର ଦାସ ନିଜ ଅଭିଯୋଗ ମୁଖ୍ୟମନ୍ତ୍ରୀଙ୍କ ସମ୍ମୁଖରେ ରଖିଥି