Posts

Showing posts from August 30, 2021

ଯାଜପୁରରୋଡ଼ ଆଦର୍ଶ ଥାନା ଅଧିକାରୀ ଅନିଲ କୁମାର ମହାନ୍ତିଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା l

Image
ବ୍ୟାସନଗର: - ଯାଜପୁରରୋଡ଼ ଆଦର୍ଶ ଥାନାର ଆରକ୍ଷୀ ନିରୀକ୍ଷକ ଅନିଲ କୁମାର ମହାନ୍ତିଙ୍କ ପୁରୀ ବଦଳି ହୋଇଥିବାରୁ ବ୍ୟାସନଗର କାଳୀ ପୂଜା ଶାନ୍ତି କମିଟି ଓ ସିଭିଲ ସୋସାଇଟି ପକ୍ଷରୁ ମିଳିତ ଭାବେ ଶାନ୍ତି କମିଟିର ଆବାହକ ବିଦ୍ୟାଧର ମହାନ୍ତି ଙ୍କ ଅଧକ୍ଷତା ରେ ନଟରାଜ ହୋଟେଲ ଠାରେ ଏକ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ଆୟୋଜିତ ହୋଇନଥିଲା l  ଏହି ସଭାରେ ବ୍ୟାସନଗର ର ୧୪ ଗୋଟି କାଳୀ ପୂଜା କମିଟି, ସିଭିଲ ସୋସାଇଟି ଓ ବରିଷ୍ଠ ସାମ୍ବାଦିକ ମାନେ ଅଂଶଗ୍ରହଣ କରି ନିଜ ନିଜ ବକ୍ତବ୍ୟ ରେ ୨୮ ଫେବୃଆରୀ ୨୦୧୯ରୁ ୨୩ଅଗଷ୍ଟ ୨୦୨୧ ପର୍ଯ୍ୟନ୍ତ ସମୟ ମଧ୍ୟରେ ବ୍ୟାସନଗରର ଗଣ ପର୍ବ ଓ କୋଭିଡ ଆଇନକୁ କଡା କଡ଼ି ଲାଗୁ କରିବା, ବହୁ ଅପରାଧକୁ ଚି଼ହ୍ନଟ କରିବା, ଦୁଇ ଦୁଇ ଥର ଡକାୟତ ଦଳଙ୍କ ଯୋଜନାକୁ ପଣ୍ଡ କରିବା ଘଟଣାକୁ ଉଚ୍ଚ ପ୍ରଶଂସା କରିଥିଲେ l ସଭାର ପ୍ରାରମ୍ଭରେ ସିଭିଲ ସୋସାଇଟିର ଆବାହକ ତଥା ଶାନ୍ତି କମିଟି ର ଉପଦେଷ୍ଟା ବିବେକାନନ୍ଦ ମହାନ୍ତି ଥାନା ଅଧିକାରୀ ଶ୍ରୀ ମହାନ୍ତିଙ୍କ ଅଢେଇ ବର୍ଷ କାର୍ଯ୍ୟକାଳ ମଧ୍ୟରେ ପୋଲିସ ଓ ଜନସାଧାରଣ ଙ୍କ ସହିତ ସୁସମ୍ପର୍କ ପ୍ରକାଶ କରିବା ସହିତ ଏକ ପ୍ରଶଂସା ପତ୍ର, ଉପଢୌକନ ପ୍ରଦାନ କରିଥିଲେ l  ଶାନ୍ତି କମିଟି ର ବରିଷ୍ଠ ଉପଦେଷ୍ଟା ପ୍ରଫୁଲ୍ଲ କୁମାର ବୋଇତାଇ ପୁଷ୍ପଗୁଛ ପ୍ରଦାନ କରିବା ପରେ ବ୍ୟାସନଗରର ବିଭିନ୍ନ ପ୍ରତିଷ୍ଠାନ ପକ୍ଷରୁ ପୁଷ୍ପଗୁଛ ଦେଇ ସ