ଯାଜପୁରରୋଡ଼ ଆଦର୍ଶ ଥାନା ଅଧିକାରୀ ଅନିଲ କୁମାର ମହାନ୍ତିଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା l

ବ୍ୟାସନଗର: - ଯାଜପୁରରୋଡ଼ ଆଦର୍ଶ ଥାନାର ଆରକ୍ଷୀ ନିରୀକ୍ଷକ ଅନିଲ କୁମାର ମହାନ୍ତିଙ୍କ ପୁରୀ ବଦଳି ହୋଇଥିବାରୁ ବ୍ୟାସନଗର କାଳୀ ପୂଜା ଶାନ୍ତି କମିଟି ଓ ସିଭିଲ ସୋସାଇଟି ପକ୍ଷରୁ ମିଳିତ ଭାବେ ଶାନ୍ତି କମିଟିର ଆବାହକ ବିଦ୍ୟାଧର ମହାନ୍ତି ଙ୍କ ଅଧକ୍ଷତା ରେ ନଟରାଜ ହୋଟେଲ ଠାରେ ଏକ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ଆୟୋଜିତ ହୋଇନଥିଲା l 
ଏହି ସଭାରେ ବ୍ୟାସନଗର ର ୧୪ ଗୋଟି କାଳୀ ପୂଜା କମିଟି, ସିଭିଲ ସୋସାଇଟି ଓ ବରିଷ୍ଠ ସାମ୍ବାଦିକ ମାନେ ଅଂଶଗ୍ରହଣ କରି ନିଜ ନିଜ ବକ୍ତବ୍ୟ ରେ ୨୮ ଫେବୃଆରୀ ୨୦୧୯ରୁ ୨୩ଅଗଷ୍ଟ ୨୦୨୧ ପର୍ଯ୍ୟନ୍ତ ସମୟ ମଧ୍ୟରେ ବ୍ୟାସନଗରର ଗଣ ପର୍ବ ଓ କୋଭିଡ ଆଇନକୁ କଡା କଡ଼ି ଲାଗୁ କରିବା, ବହୁ ଅପରାଧକୁ ଚି଼ହ୍ନଟ କରିବା, ଦୁଇ ଦୁଇ ଥର ଡକାୟତ ଦଳଙ୍କ ଯୋଜନାକୁ ପଣ୍ଡ କରିବା ଘଟଣାକୁ ଉଚ୍ଚ ପ୍ରଶଂସା କରିଥିଲେ l ସଭାର ପ୍ରାରମ୍ଭରେ ସିଭିଲ ସୋସାଇଟିର ଆବାହକ ତଥା ଶାନ୍ତି କମିଟି ର ଉପଦେଷ୍ଟା ବିବେକାନନ୍ଦ ମହାନ୍ତି ଥାନା ଅଧିକାରୀ ଶ୍ରୀ ମହାନ୍ତିଙ୍କ ଅଢେଇ ବର୍ଷ କାର୍ଯ୍ୟକାଳ ମଧ୍ୟରେ ପୋଲିସ ଓ ଜନସାଧାରଣ ଙ୍କ ସହିତ ସୁସମ୍ପର୍କ ପ୍ରକାଶ କରିବା ସହିତ ଏକ ପ୍ରଶଂସା ପତ୍ର, ଉପଢୌକନ ପ୍ରଦାନ କରିଥିଲେ l
 ଶାନ୍ତି କମିଟି ର ବରିଷ୍ଠ ଉପଦେଷ୍ଟା ପ୍ରଫୁଲ୍ଲ କୁମାର ବୋଇତାଇ ପୁଷ୍ପଗୁଛ ପ୍ରଦାନ କରିବା ପରେ ବ୍ୟାସନଗରର ବିଭିନ୍ନ ପ୍ରତିଷ୍ଠାନ ପକ୍ଷରୁ ପୁଷ୍ପଗୁଛ ଦେଇ ସମ୍ବର୍ଦ୍ଧନା କରାଯାଇଥିଲା l ଏହି ସମ୍ବର୍ଦ୍ଧନ ା ସଭାରେ ଅନ୍ୟମାନଙ୍କ ମଧ୍ୟରେ ରବିନାରାୟଣ ପୁହାଣ, ପ୍ରମୋଦ କୁମାର ରାଉତ, ମାନସ କୁମାର ଆଇଚ, ପ୍ରଫୁଲ୍ଲ ନାୟକ,ମନୋଜ କୁମାର ରାଉତ, ଦିନେଶ କୁମାର ସାହୁ, ଟିକାୟତ ପାଲ, ହୃଷିକେଶ ସାହୁ ଉମାକାନ୍ତ ରାଉତ, ଚିନ୍ତାମଣି ପାଢ଼ୀ, ବିଜୟ କୁମାର ସାହୁ, ସୁଜିତ କୁମାର ମଲ୍ଲିକ, ବସନ୍ତ କୁମାର ପାତ୍ର, ସଦାଶିବ ଦାସ, ଶିଶିର କୁମାର ରାଉତ, ନିରଞ୍ଜନ ଘଡ଼ାଇ, ପରମାନନ୍ଦ ସେଠୀ, ପବିତ୍ର ମୋହନ ମହାନ୍ତି, ପ୍ରଲୁବ୍ଧ ଜେନା, ପଦ୍ୟୁମ୍ନ କୁମାର ବୋଇତାଇ, ନୀଳମଣି ରାଉତ ପ୍ରଶାନ୍ତ ମଲ୍ଲିକ ପ୍ରମୁଖ ନିଜ ନିଜର ଅଭିଭାଷଣ ଦେଇଥିଲେ l 
ଥାନା ଅଧିକାରୀ ଅନିଲ କୁମାର ମହାନ୍ତି ନିଜର ଅଢେଇ ବର୍ଷର ଅନୁଭୂତି ଓ ବ୍ୟାସନଗର ବାସୀ ଙ୍କ ସହଯୋଗକୁ ଉଚ୍ଚ ପ୍ରଶଂସା କରିବା ସହିତ ବିଭିନ୍ନ ଅନୁଷ୍ଠାନ ଓ ସାମ୍ବାଦିକ ମାନଙ୍କ ସାମାଜିକ କାର୍ଯ୍ୟକ୍ରମ ରେ ତାଙ୍କର ଭୂମିକା ଓ ପୋଲିସ ପ୍ରଶାସନ ପ୍ରତି ସେମାନଙ୍କ ମମତା ଭୁଲିହେବନାହିଁ ବୋଲି ଶ୍ରୀ ମହାନ୍ତି ପ୍ରକାଶ କରିଥିଲେ l ଶେଷରେ ବରିଷ୍ଠ ସାମ୍ବାଦିକ ଜ୍ଞାନରଞ୍ଜନ ଓଝା ଧନ୍ୟବାଦ ଦେଇଥିଲେ l

Farewell address to Jajpur Road Adarsh ​​Police Officer Anil Kumar Mohanty. 
Byasnagar: As Anil Kumar Mohanty, police inspector of Jajpur Road Adarsh ​​police station, has been transferred, the Byasnagar Kali Puja Peace Committee and the Civil Society jointly chaired the Peace Committee host Vidyadhar Mohanty held a farewell function at Nataraja Hotel. Worship committees, civil society and senior journalists took part in their speeches from February 28, 2019 to August 23, 2021, to
 strictly enforce the Byasnagar Mass Festival and Covid Act, to identify many crimes, to thwart the plots of the two robbers. At the beginning of the meeting, Vivekananda Mohanty, the host of the Civil Society and an adviser to the Peace Committee, expressed his gratitude to the police and the public during the two-and-a-half-year tenure of Mr. Mohanty, a police officer. Later, flowers were laid by various institutions in Bysanagar
 The meeting was attended by Rabinarayan Puhan, Pramod Kumar Raut, Manas Kumar Aich, Prafulla Nayak, Manoj Kumar Raut, Dinesh Kumar Sahu, Tikayat Pal, Hrishikesh Sahu Umakant Raut, Chintamani Padhi, Bijay Kumar Sahu, Sujit Kumar Mallick, Basant Kumar Patra,
 Sadashiv, among others. Das, Shishir Kumar Raut, Niranjan Ghadai, Paramananda Sethi, Pabitra Mohan Mohanty, Pralubdha Jena, Padyumna Kumar Boitai, Neelmani Raut Prashant Mallick Pramukh gave their respective speeches. Mr. Mohanty said that his role in the social programs of various institutions and journalists and their affection for the police administration would not be forgotten l Finally, senior journalist Gyan Ranjan Ojha thanked

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !