Posts

Showing posts from May 23, 2023

ଟାଟା ଷ୍ଟିଲ୍‌ କଳିଙ୍ଗନଗର ପକ୍ଷରୁ ଆନ୍ତର୍ଜାତିକ ଜୈବିକ ବିବିଧତା ଦିବସ ଉପଲକ୍ଷେ ସାମୁହିକ ବୃକ୍ଷରୋପଣ କାର୍ଯ୍ଯକ୍ରମ l

Image
ଯାଜପୁର (କଳିଙ୍ଗନଗର) : - ଆନ୍ତର୍ଜାତିକ ଜୈବିକ ବିବିଧତା ଦିବସ ପାଳନ ଉପଲକ୍ଷେ ଓଡ଼ିଶାର ଯାଜପୁର ଜିଲ୍ଲାର ଡୁବୁରି ସ୍ଥିତ କଳିଙ୍ଗନଗର କାରଖାନା ପରିସରରେ ସୋମବାର ସାମୁହିକ ବୃକ୍ଷରୋପଣ ସହ ଟାଟା ଷ୍ଟିଲ୍‌ କଳିଙ୍ଗନଗର (ଟିଏସ୍‌) ଦୀର୍ଘସ୍ଥାୟୀ ଭବିଷ୍ୟତ ସୃଷ୍ଟି ପ୍ରତି ଏହାର ପ୍ରତିବଦ୍ଧତାକୁ ଦୋହରାଇଛି । ଏହି ଅବସରରେ ଟିଏସ୍କେର ପରିବେଶ ବିଭାଗର ମୁଖ୍ୟ ରାଜୁ ଅଗ୍ରୱାଲ୍ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଟାଟା ଷ୍ଟିଲ୍ଡା ଉନଷ୍ଟ୍ରିମ୍ ପ୍ରଡକ୍ଟସ୍‌ ଲିମିଟେଡ୍ (ଟିଏସ୍‌ଡିପିଏଲ୍), କଳିଙ୍ଗନଗରର ବ୍ୟବସାୟ ୟୁନିଟ୍ ମୁଖ୍ୟ ରାଜେଶ ଚୌଧୁରୀ ଏବଂ ଟିଏସ୍କେ ଓ ଟିଏସ୍‌ଡିପିଏଲ୍‌ର ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ । ଏହି ଅବସରରେ କାରଖାନା ପରିସରରେ ୫୦୦ରୁ ଅଧିକ ବୃକ୍ଷରୋପଣ କରାଯାଇଥିଲା । ଚଳିତ ବର୍ଷର ବିଷୟବସ୍ତୁ ‘ ରାଜିନାମାରୁ ପଦକ୍ଷେପ ପର୍ଯ୍ୟନ୍ତ: ଜୈବବିବିଧତାର ପୁର୍ନଗଠନ’ ଅନୁସାରେ ଏହି ଦିବସକୁ ପାଳନ କରି ଟାଟା ଷ୍ଟିଲ୍‌ କଳିଙ୍ଗନଗରର ପରିବେଶ ବିଭାଗର ଏହି ଅଭିଯାନ ଆଗାମୀ ପିଢ଼ି ଲାଗି ଜୈବିକ ସନ୍ତୁଳନ ଓ ସୁସ୍ଥକର ଜୀବନ ପ୍ରତି ଯୋଗଦାନ ପ୍ରଦାନ କରିବାକୁ ଲକ୍ଷ୍ୟ ରଖିଛି । ଏହି କାର୍ଯ୍ୟକ୍ରମରେ ଟାଟା ଷ୍ଟିଲ୍‌ କଳିଙ୍ଗ ନଗରର କର୍ମଚାରୀମାନଙ୍କ ସମେତ ଭେଣ୍ଡର ପାର୍ଟନର ଓ ଚୁକ୍ତିଭିତିକ କର୍ମଚାରୀମାନଙ୍କ ପ୍ରତ୍ୟକ୍ଷ ଅଂଶଗ୍ରହଣ ଦେଖିବାକୁ ମିଳିଥିଲା ।