Posts

Showing posts from August 16, 2021

ଆଶା ଅଭିଳାଷା ସ୍ୱେଚ୍ଛାସେବୀ ସଂଗଠନ ପକ୍ଷରୁ ୭୫ତମ ସ୍ବାଧିନତା ଦିବସ ପାଳିତ ।

Image
ଯାଜପୁର :- ବ୍ୟାସନଗର ପୌରପରିଷଦ ଅନ୍ତର୍ଗତ ସ୍ଥାନୀୟ ବ୍ୟାସ ଭୂମି ସେବାଆଶ୍ରମ ରେ ଥିବା କୁନି କୁନି ଅନାଥ ପିଲାମାନଙ୍କୁ ମିଷ୍ଟାନ୍ନ ଏବଂ ପେନ୍ ଓ ପାଠ ଉପକରଣ ବଣ୍ଟନ କରି ସେମାନଙ୍କ କୁନି ଓଠ ରେ ହସ ଫୁଟାଇବାର ପ୍ରୟାସ କରି ୭୫ତମ ସ୍ବାଧିନତା ଦିବସ ପାଳନ କଲା ଆଶା ଅଭିଳାଷା ସ୍ଵେଚ୍ଛାସେବୀ ସଂଗଠନ l ଏବଂ ଏହି ଖୁସିର ମୁହୂର୍ତ୍ତ ରେ ପିଲା ମାନଙ୍କ ସହ କିଛି ସମୟ ବିତାଇ ପିଲା ମାନଙ୍କ ର ସମସ୍ୟା ରେ ଭାଗୀଦାର ହୋଇ ସମାଧାନ କରିବା ଦିଗରେ କାର୍ଯ୍ୟ କରିବା ନେଇ ସଂଘର ସଭାପତିଙ୍କ ସମେତ ସଂଘର ସମସ୍ତ କର୍ମକର୍ତ୍ତା ପ୍ରତିଶୃତି ଦେଇଛନ୍ତି I   ସ୍ଥାନୀୟ ବ୍ୟାସ ସରୋବର ଠାରେ ଥିବା ରାଘୁଜି ଗୋସାଇଁଙ୍କ ମନ୍ଦିର ପ୍ରାଙ୍ଗଣରେ ଭଗବାନ ପଣ୍ଡାଙ୍କ ସଭାପତିତ୍ବ ରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା l  ଏହି ବୈଠକ ରେ ନୂତନ ସଭ୍ୟା ମାମୁନି ବେହେରା ସସ୍ମିତା ମହାରଣା ଏବଂ ପୂଜା ନାଏକଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ଦିଆ ଯାଇଥିଲା ଓ ଆଗାମୀ ଦିନ ରେ ସଂଘ କିପରି ଦିବ୍ୟାଙ୍ଗ ମାନଙ୍କ ପାଇଁ କାର୍ଯ୍ୟ କରିବ ଏବଂ ସେମାନଙ୍କୁ ସମାଜ ର ମୁଖ୍ୟ ସ୍ରୋତ ରେ ସାମିଲ କରାଯାଇ ପାରିବ ତାହା ଉକ୍ତ ବୈଠକ ରେ ଆଲୋଚନା ହୋଇଥିଲା l ପରି ଶେଷରେ ସଂଘର କୋଷାଧ୍ୟକ୍ଷ ଚକ୍ରଧର ଦାସ ଧନ୍ୟବାଦ ଅର୍ପଣ କରିଥିଲେ ଏବଂ ଏଇ ବୈଠକ ରେ ସଂଘର ସଭାପତି ଭଗବାନ ପଣ୍ଡା, ଉପସଭାପତି ବିରଞ୍ଚି ନାରାୟଣ ସାହୁ, କୋଷାଧ୍ୟକ୍ଷ ଚକ୍