ଆଶା ଅଭିଳାଷା ସ୍ୱେଚ୍ଛାସେବୀ ସଂଗଠନ ପକ୍ଷରୁ ୭୫ତମ ସ୍ବାଧିନତା ଦିବସ ପାଳିତ ।

ଯାଜପୁର :- ବ୍ୟାସନଗର ପୌରପରିଷଦ ଅନ୍ତର୍ଗତ ସ୍ଥାନୀୟ ବ୍ୟାସ ଭୂମି ସେବାଆଶ୍ରମ ରେ ଥିବା କୁନି କୁନି ଅନାଥ ପିଲାମାନଙ୍କୁ ମିଷ୍ଟାନ୍ନ ଏବଂ ପେନ୍ ଓ ପାଠ ଉପକରଣ ବଣ୍ଟନ କରି ସେମାନଙ୍କ କୁନି ଓଠ ରେ ହସ ଫୁଟାଇବାର ପ୍ରୟାସ କରି ୭୫ତମ ସ୍ବାଧିନତା ଦିବସ ପାଳନ କଲା ଆଶା ଅଭିଳାଷା ସ୍ଵେଚ୍ଛାସେବୀ ସଂଗଠନ l

ଏବଂ ଏହି ଖୁସିର ମୁହୂର୍ତ୍ତ ରେ ପିଲା ମାନଙ୍କ ସହ କିଛି ସମୟ ବିତାଇ ପିଲା ମାନଙ୍କ ର ସମସ୍ୟା ରେ ଭାଗୀଦାର ହୋଇ ସମାଧାନ କରିବା ଦିଗରେ କାର୍ଯ୍ୟ କରିବା ନେଇ ସଂଘର ସଭାପତିଙ୍କ ସମେତ ସଂଘର ସମସ୍ତ କର୍ମକର୍ତ୍ତା ପ୍ରତିଶୃତି ଦେଇଛନ୍ତି I 
 ସ୍ଥାନୀୟ ବ୍ୟାସ ସରୋବର ଠାରେ ଥିବା ରାଘୁଜି ଗୋସାଇଁଙ୍କ ମନ୍ଦିର ପ୍ରାଙ୍ଗଣରେ ଭଗବାନ ପଣ୍ଡାଙ୍କ ସଭାପତିତ୍ବ ରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା l 
ଏହି ବୈଠକ ରେ ନୂତନ ସଭ୍ୟା ମାମୁନି ବେହେରା ସସ୍ମିତା ମହାରଣା ଏବଂ ପୂଜା ନାଏକଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ଦିଆ ଯାଇଥିଲା ଓ ଆଗାମୀ ଦିନ ରେ ସଂଘ କିପରି ଦିବ୍ୟାଙ୍ଗ ମାନଙ୍କ ପାଇଁ କାର୍ଯ୍ୟ କରିବ ଏବଂ ସେମାନଙ୍କୁ ସମାଜ ର ମୁଖ୍ୟ ସ୍ରୋତ ରେ ସାମିଲ କରାଯାଇ ପାରିବ ତାହା ଉକ୍ତ ବୈଠକ ରେ ଆଲୋଚନା ହୋଇଥିଲା l ପରି ଶେଷରେ ସଂଘର କୋଷାଧ୍ୟକ୍ଷ ଚକ୍ରଧର ଦାସ ଧନ୍ୟବାଦ ଅର୍ପଣ କରିଥିଲେ ଏବଂ ଏଇ ବୈଠକ ରେ ସଂଘର ସଭାପତି ଭଗବାନ ପଣ୍ଡା, ଉପସଭାପତି ବିରଞ୍ଚି ନାରାୟଣ ସାହୁ, କୋଷାଧ୍ୟକ୍ଷ ଚକ୍ରଧର ଦାସ, ଯୁଗ୍ମ ସମ୍ପାଦିକା ଦୀପ୍ତିମୟୀ ପଣ୍ଡା, ସଭ୍ୟ ରାଜେଶ୍ ରଞ୍ଜନ ଦାସ, ସଭ୍ୟ ଇନ୍ଦ୍ରମଣି ଗାଗରାଇ, ସଭ୍ୟା ପୂଜା ନାଏକ, ସଭ୍ୟା ସସ୍ମିତା ମହାରଣା ଓ ସଭ୍ୟା ମାମୁନି ବେହେରା ପ୍ରମୁଖ ଯୋଗ ଦେଇଥିଲେ l ଆଗାମୀ ଦିନରେ ଆହୁରି ବିସ୍ତୃତ ଭାବରେ ଆଲୋଚନା କରାଯାଇ ବିଭିନ୍ନ କାର୍ଯ୍ୟକ୍ରମ ମାନ ଆୟୋଜନ କରାଯିବାକୁ ନିଷ୍ପତ୍ତି ନିଆଯାଇଛି l

The 75th Independence Day is celebrated by the Asha Abhilasha Volunteer Organization.
 Jajpur: The Asha Abhilasha voluntary organization celebrated the 75th Independence Day by distributing sweets and pens and textbooks to the Kuni Kuni orphans at the local Beas Bhumi Seva Ashram under the Byasnagar Municipality.
 And in this happy moment, all the union officials, including the president of the union, have promised to spend some time with the children and work towards solving the problems of the children.
  A meeting was held under the chairmanship of Bhagwan Panda at the premises of Raghuji Gosai’s temple at the local Beas Sarovar.
 The meeting welcomed new members Mamuni Behera Sasmita Maharana and Pooja Naik, and discussed how the union would work for the disabled in the coming days and how they could be included in the mainstream of society. He thanked Bhagwan Panda, Sangh President, Biranchi Narayan Sahu, Vice President, Chakradhar Das, Treasurer, Deeptimayi Panda, Joint Editor, Rajesh Ranjan Das, Indramani Gagrai, Sabya Puja Naik, Sabya Sasmita Maharana and Sabya Mamuni. It has been decided to hold more detailed discussions in the coming days. 

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !