Posts

Showing posts from August 18, 2022

ଗଞ୍ଜେଇ ଚୋରା ବେପାରୀ ଙ୍କୁ ଧରିଲା ଯାଜପୁର ରୋଡ଼ ଥାନା ପୋଲିସ l

Image
  ଯାଜପୁର(ବ୍ୟୁରୋ ରିପୋର୍ଟ) :- ଜିଲ୍ଳା ରେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ଚୋରା ନିଶା କାରବାର l ପୋଲିସ୍ କୁ ଚକମା ଦେଇ ବେଆଇନ ଭାବେ କରାଯାଉଛି ନିଶା ବେପାର l ବ୍ୟାସନଗର ପୌରପରିଷଦ ଅନ୍ତର୍ଗତ କୋପଣ୍ଡ ଗାଁରୁ ଆଜି ୧୬ କେଜି ଗଞ୍ଜେଇ ସହ ୩ ଅଭିଯୁକ୍ତ ଆସମୀଙ୍କୁ ଗିରଫ କରିଛି ଯାଜପୁରରୋଡ଼ ପୋଲିସ I ସୂଚନା ମୁତାବକ ଗତକାଲି ସଖାଳୁ କୋପଣ୍ଡ ଗାଁର ଦୁଃଶାସନ ମଲ୍ଲିକଙ୍କ ପୁଅ ଘରେ ଗଂଜେଇ ରଖି ବିକୁଥିବା ଯାଜପୁର ଏସପି ରାହୁଲ ପିଆର ବିଶେଷ ସୂତ୍ରରୁ ଖବର ପାଇ ପୋଲିସ ସ୍ପେଶାଲ ସ୍କାର୍ଡ ଓ ଯାଜପୁର ରୋଡ ପୋଲିସକୁ ଚଢ଼ାଉ କରିବାକୁ ନିର୍ଦ୍ଧେଶ ଦେଇଥିଲେ l ତେବେ ଜିଲ୍ଲା ସ୍ପେଶାଲ ସ୍କାର୍ଡ ଓ ଯାଜପୁର ରୋଡ ପୋଲିସ ପକ୍ଷରୁ କୋପଣ୍ଡ ଗାଁରେ ଅଚାନକ ଚଢ଼ାଉ କରି ୧୬ କେଜି ଗଞ୍ଜେଇ, ୮ଲକ୍ଷ ୪୫ ହଜାର ଟଙ୍କା , ଦୁଇଟି ବାଇକ ଓ ଦୁଇଟି ମୋବାଇଲ ଫୋନ ଜବତ କରିବା ଶହ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି l ଗିରଫ ବ୍ୟକ୍ତି ମାନେ କୋପଣ୍ଡ ଗାଁର ନିରଞ୍ଜନ ମଲ୍ଲିକ, କୋରେଇ ଥାନା ସୋଲବନ୍ଦୀ ଗାଁର ମଣ୍ଟୁ ଜେନା ଓ କଣ୍ଟାଝରି ଗାଁର ସୁଦାମ ନାୟକ ବୋଲି ଆଜି ଏକ ସମ୍ବାଦିକ ସମ୍ମିଳନୀରେ ଥାନା ଅଧିକାରୀ ଶ୍ରୀଯୁକ୍ତ ଉପେନ୍ଦ୍ର କୁମାର ପ୍ରଧାନ ସୂଚନା ଦେଇଛନ୍ତି l ୩ ଅଭିଯୁକ୍ତଙ୍କୁ ଆଜି କୋଭିଡ ଟେଷ୍ଟ ପରେ କେସ ନଂ ୪୨୫/୨୨ ଏନ.ଡି.ପି.ଏସ ଆକ୍ଟରେ କୋର୍ଟ ଚାଲାଣ କରିଥିବା ସୂଚନା ଦେଇଛନ୍ତି ଥାନାଧିକାରୀ ଶ୍ରୀଯୁକ୍ତ ପ୍ରଧାନ I