ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ସମାରୋହ l ଦେଖନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ l

ଯାଜପୁର /ଦାନଗଦି - ଆଜି ପୂର୍ବାହ୍ନ ରେ ଦାନଗଦି ବ୍ଲକ ଅନ୍ତର୍ଗତ ରାଛିପୁର୍ ଗ୍ରାମ ର ଯୁଝପଦା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ସମାରୋହ ର ଉଦଘାଟନ ଉଛବ ଅନୁଷ୍ଠିତ ହୋଇ ଯାଇଛି । ପୁରାତନ ଛାତ୍ର ସଂସଦ ସଭାପତି ରବୀନ୍ଦ୍ର କୁମାର ବିଶ୍ଵାଳ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ବ୍ୟାସନଗର ମହାବିଦ୍ୟାଳୟ ର ପୂର୍ବତନ ଅଧ୍ୟକ୍ଷ ପଦ୍ମନାଭ ମଲ୍ଲ ମୁଖ୍ୟବକ୍ତା ଭାବେ ଫକିର ମୋହନ ବିଶ୍ବବିଦ୍ୟାଳୟର ପୂର୍ବତନ ପରୀକ୍ଷା ନିୟନ୍ତ୍ରକ ଅଧ୍ୟାପକ ନିହାର ରଞ୍ଜନ ଜେନା ଅନ୍ୟତମ ଅତିଥି ଭାବେ ରଛିପୁର ଗ୍ରାମ ପଞ୍ଚାୟତ ର ସରପଞ୍ଚ କବିତା ସାହୁ ପୁରାତନ ଛାତ୍ର ସଂସଦ ଉପ ସଭାପତି ଦୁର୍ଯ୍ୟୋଧନ ରାଉତ ଯୋଗ ଦେଇ ଏହି ସୁବର୍ଣ୍ଣ ଜୟନ୍ତୀ ମାଧ୍ୟମ ରେ ଏହି ବିଦ୍ୟାଳୟ ରୁ ଅଧ୍ୟୟନ କରିଥିବା ଛାତ୍ର ଓ ଏହି ବିଦ୍ୟାଳୟ ରେ ଶିକ୍ଷାଦାନ କରିଥିବା ଶିକ୍ଷକ ମାନ ଙ୍କୁ ଗୋଟିଏ ସ୍ଥାନ ରେ ଦେଖିବାର ସୁଯୋଗ ସୃଷ୍ଟି କରିଛି ବୋଲି କହିଥିଲେ । ଏହି ଅବସରରେ ବିଦ୍ୟାଳୟ ର ପ୍ରତିଷ୍ଠାତା ସଭାପତି ରଙ୍କ ନାଥ ବିଶ୍ଵାଳ ଓ ପୂର୍ବତନ ସମ୍ପାଦକ ଦୀନବନ୍ଧୁ ବିଶ୍ଵାଳ ସୁଦର୍ଶନ ରାଉତ ପୂର୍ବତନ ପ୍ରଧାନ ଶିକ୍ଷକ ଅରୁଣ କୁମାର ପାଲ ପୂର୍ବତନ ଶିକ୍ଷକ ଗିରିଧାରୀ ବାରିକ୍ ରାମ ଚନ୍ଦ୍ର ଜେନା କାର୍ଯ୍ୟଳୟ ସହାୟକ ଦଶରଥ ପ୍ରଧାନ ପ୍ରମୁଖ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଆସନ୍ତା ଏପ୍ରିଲ ମାସରେ ଉଦଯାପନ ଉଚ୍ଛବ...