କଳିଙ୍ଗନଗର ଗୁଳିକାଣ୍ଡ, ୧୪ ତମ ସହିଦ୍ ଦିବସ ପାଳିତ. ଦେଖନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ l

ଯାଜପୁର /କଳିଙ୍ଗନଗର - ଯାଜପୁର ଜିଲ୍ଲାର କଳିଙ୍ଗନଗର ଶିଳ୍ପା ଅଞ୍ଚଳରେ ୨୦୦୬ ମସିହାରେ ଟାଟା କାରଖାନା ପ୍ରତିଷ୍ଠିତ ହେବାପାଇଁ ସ୍ଥାନୀୟ ଆଦିବାସୀଙ୍କ ଙ୍କ ହକ୍ କୁ ଜୋର୍ ଜବରଦସ୍ତ କରି ସରକାର ଛଡ଼ାଇ ନେଇଛନ୍ତି ତା ସହିତ ଅକାରଣରେ ଯାଇଥିଲା ୧୪ ଆଦିବାସୀଙ୍କ ଜୀବନ l ଟାଟାଷ୍ଟିଲ କଳିଙ୍ଗନଗର କାରଖାନା ପାଇଁ ଜମି ଅଧିଗ୍ରହଣ କାର୍ଯ୍ୟ ଜିଲ୍ଲା ପ୍ରଶାସନ ପକ୍ଷରୁ କରାଯାଇଥିବା ଏବଂ ଆଦିବାସୀ ମାନଙ୍କର ଅଧିକାର ଆଇନ କୁ ଫୁ କରି ଥିଲେ ସରକାର l ନିଜର ଅଧିକାର ପାଇଁ ଲଢ଼େଇ କରିବାକୁ ଆଗେଇ ଆସିଥିବା ଲୋକ ସରକାରଙ୍କ ଦ୍ୱାରା ପୋଲିସ୍ ପ୍ରଶାସନ ର ଗୁଳି ରେ ଶିକାର ହୋଇଥିଲେ ଏବଂ ଏହାପରେ ଏହି ଗୁଳିକାଣ୍ଡ ଘଟଣା ସାରା ଦେଶରେ ଚର୍ଚ୍ଚା ହୋଇଥିଲା l ଯେନତେନ ପ୍ରକାରେ କମ୍ପାନୀର ସ୍ୱାର୍ଥ ରକ୍ଷା କରିବା ପାଇଁ ସରକାର ମଣିଷ ମରିବାକୁ ବି ପଛାଇନଥିଲେ l ଏହି ଘଟଣା ପରେ ସରକାର ଆଦିବାସୀଙ୍କୁ ଭୁଆଁ ବୁଲେଇବା ପାଇଁ ଯୋଜନା ପ୍ରସ୍ତୁତ କରିଲେ l କମିଶନଙ୍କ ଦ୍ୱାରା ଦୀର୍ଘ ବର୍ଷ ଧରି ଏହାର ତଦନ୍ତ କରିବା ଶେଷରେ ୧୨ ବର୍ଷ ପରେ ରିପୋର୍ଟ ପ୍ରଦାନ କରିଥିଲେ ନିଜର ଅଧିକାର ପାଇଁ ଲଢ଼େଇ କରିଥିବା ଆଦିବାସୀ ହିଁ ଏଥିପାଇଁ ଦାୟୀ l ବିଚିତ୍ର ଥିଲା ଏହି ତଦନ୍ତ ପ୍ରକ୍ରିୟା, ତାହା ସହିତ ମୃତ ଆଦିବାସୀଙ୍କ ହାତ ପାପୁଲି ମଧ୍ୟ କାଟି ଦିଆଯାଇଥିଲା l ସେହି କଟା ପାପୁଲି ଏବେ ମଧ୍ୟ ସୁରକ୍ଷିତ ରଖିଛି ଜନମଞ୍ଚ l ଏହାର ଡି ଏନ୍ ଏ ପରୀକ୍ଷା ଏବେବି ହୋଇ ନ ଥିବା ଅଭିଯୋଗ କରିଛି ଜନମଞ୍ଚ l ସେହି ଦିନଠାରୁ ଆଜକୁ ୧୪ ବର୍ଷ ଧରି ସହିଦ୍ ଦିବସ ପାଳନ କରୁଛି ବିସ୍ଥାପନ ବିରୋଧୀ ଜନମଞ୍ଚ l ସରକାର ଜୀବନ ନେଲେ କିନ୍ତୁ ଆଜିପର୍ଯ୍ୟନ୍ତ ପ୍ରତାରିତ କରିଚାଲିଛନ୍ତି ସରକାର ବୋଲି ଅଭିଯୋଗ ହେଉଛି l ଆଦିବାସୀଙ୍କ ପାରମ୍ପରିକ ରୀତି ମତେ ଗୁଳିକାଣ୍ଡ ଘଟଣା ସ୍ଥଳୀ ଆମ୍ବ ଗଡ଼ିଆ ଠାରେ ପହଂଚି ସକାଳ ୧୦ ଘଟିକା ସମୟରେ ପୂଜାପାଠ ସହ ଏକ ପାରମ୍ପାରିକ ଶୋଭାଯାତ୍ରାରେ ଶହ ଶହ ସଂଖ୍ଯାରେ ଆଦିବାସୀ ମାନେ ଯୋଗଦେଇ ବୀର୍ ଭୂମି ସହିଦ୍ ସ୍ତମ୍ଭ ଠାରେ ସହିଦ୍ ମାନଙ୍କ ସମାଧି ରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ଏକ ଜନସଭାକୁ ରେ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ l ରାଜ୍ଯ ସରକାର ଓ ଟାଟା କମ୍ପାନୀ କୁ ଧିକ୍କାର କରିଥିଲେ l RITA vision News 

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !