Posts

Showing posts from May 19, 2020

ଦୁର୍ଘଟଣା ସାଜିଲା ବଇରି, ମେଡିକାଲ୍ ରୁ ଫେରିବା ବାଟରେ ମେଡିକାଲ୍ କୁ ଗଲେ, ଦେଖନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ ରେ... l

Image
ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ୧ ମୃତ ୧୩ ଆହତ    ବ୍ୟୁରୋ ରିପୋର୍ଟ -  ଅନୁଗୁଳ ଜିଲ୍ଲା ବଇଣ୍ଡା ୫୫ ନଂ ଜାତୀୟ ରାଜପଥ ଲୁହାମୁଣ୍ଡା ହାଇସ୍କୁଲ ନିକଟରେ ଆଜି ସକାଳ ୦୬ ଟା ବେଳେ ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ଜଣେ ପ୍ରାଣ ହରାଇ ଥିବା ବେଳେ ଜଣେ ଗୁରୁତର ଓ ୧୨ ଜଣ ଆହତ ହୋଇଛନ୍ତି | ସୂଚନା ଅନୁସାରେ ନବୀ ମୁମ୍ବାଇରୁ ଏକ ବସ (ଏମଏଚ ୦୯ ସିଭି ୯୬୩ )ଯୋଗେ ୨୪ ଜଣ ଯାତ୍ରୀ ହାୱଡା ଅଭିମୁଖେ ଯାଉଥିବା ବେଳେ, ଅନୁଗୁଳରୁ ସମ୍ବଲପୁର ଅଭିମୁଖେ ଯାଉଥିବା ଏକ ଇଣ୍ଡେନ ଗ୍ୟାସ ଟ୍ୟାଙ୍କର ( କେଏ ୦୧ ଏଜି ୬୦୯୭ ) ସମ୍ନାସାମ୍ନି ଧକ୍କା ହୋଇଥିଲା | ଧକ୍କା ହେବା ଫଳରେ ଗ୍ୟାସ ଟ୍ୟାଙ୍କରର ଚାଳକ ଘଟଣା ସ୍ଥଳରେ ମୃତ୍ୟୁବରଣ କରିଥିଲେ ଓ ବସ ଚାଳକ ଗୁରୁତର ଥିବାରୁ ତାଙ୍କୁ ସ୍ଥାନୀୟ ବାସିନ୍ଦାଙ୍କ ସହାୟତାରେ ଆମ୍ବୁଲାନ୍ସ ଯୋଗେ ଅନୁଗୁଳ ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦିଆଯାଇଛି ଏବଂ ଅନ୍ୟ ୧୨ ଜଣ ଆହତଙ୍କୁ ଘଟଣା ସ୍ଥଳରେ ପ୍ରାଥମିକ ଚିକିତ୍ସା କରାଯାଇଥିଲା |ବସରେ ୧୦ ଜଣ କ୍ୟାନ୍ସର ରୋଗୀ ଥିବାବେଳେ ଅନ୍ୟସମସ୍ତେ ରୋଗୀମାନଙ୍କ ସମ୍ପର୍କୀୟ ବୋଲି ଆହତ ବ୍ୟକ୍ତି ମାନେ ପ୍ରକାଶ କରିଛନ୍ତି | ଖବର ପାଇ ହଣ୍ଡପା ଆଇଆଇସି ଲବ ବୋଡା ସଦଳବଳ ନେଇ ଆସି ଘଟଣା ସ୍ଥଳରେ ପହଞ୍ଚିଥିଲେ ଓ ଆହତ ଯାତ୍ରୀ ମାନଙ୍କ କଥା ବୁଝିବା ସହ ଘଟଣାଟିକୁ ଅନୁଧ୍ୟାନ କରିଥିଲେ | କିଛି ସମୟପରେ ଅନୁଗୁଳ ପୋଲିସ ଓ ବାମୁର ଅଗ୍ନ