ଦୁର୍ଘଟଣା ସାଜିଲା ବଇରି, ମେଡିକାଲ୍ ରୁ ଫେରିବା ବାଟରେ ମେଡିକାଲ୍ କୁ ଗଲେ, ଦେଖନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ ରେ... l

ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ୧ ମୃତ ୧୩ ଆହତ 
  ବ୍ୟୁରୋ ରିପୋର୍ଟ -  ଅନୁଗୁଳ ଜିଲ୍ଲା ବଇଣ୍ଡା ୫୫ ନଂ ଜାତୀୟ ରାଜପଥ ଲୁହାମୁଣ୍ଡା ହାଇସ୍କୁଲ ନିକଟରେ ଆଜି ସକାଳ ୦୬ ଟା ବେଳେ ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ଜଣେ ପ୍ରାଣ ହରାଇ ଥିବା ବେଳେ ଜଣେ ଗୁରୁତର ଓ ୧୨ ଜଣ ଆହତ ହୋଇଛନ୍ତି | ସୂଚନା ଅନୁସାରେ ନବୀ ମୁମ୍ବାଇରୁ ଏକ ବସ (ଏମଏଚ ୦୯ ସିଭି ୯୬୩ )ଯୋଗେ ୨୪ ଜଣ ଯାତ୍ରୀ ହାୱଡା ଅଭିମୁଖେ ଯାଉଥିବା ବେଳେ, ଅନୁଗୁଳରୁ ସମ୍ବଲପୁର ଅଭିମୁଖେ ଯାଉଥିବା ଏକ ଇଣ୍ଡେନ ଗ୍ୟାସ ଟ୍ୟାଙ୍କର ( କେଏ ୦୧ ଏଜି ୬୦୯୭ ) ସମ୍ନାସାମ୍ନି ଧକ୍କା ହୋଇଥିଲା |ଧକ୍କା ହେବା ଫଳରେ ଗ୍ୟାସ ଟ୍ୟାଙ୍କରର ଚାଳକ ଘଟଣା ସ୍ଥଳରେ ମୃତ୍ୟୁବରଣ କରିଥିଲେ ଓ ବସ ଚାଳକ ଗୁରୁତର ଥିବାରୁ ତାଙ୍କୁ ସ୍ଥାନୀୟ ବାସିନ୍ଦାଙ୍କ ସହାୟତାରେ ଆମ୍ବୁଲାନ୍ସ ଯୋଗେ ଅନୁଗୁଳ ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦିଆଯାଇଛି ଏବଂ ଅନ୍ୟ ୧୨ ଜଣ ଆହତଙ୍କୁ ଘଟଣା ସ୍ଥଳରେ ପ୍ରାଥମିକ ଚିକିତ୍ସା କରାଯାଇଥିଲା |ବସରେ ୧୦ ଜଣ କ୍ୟାନ୍ସର ରୋଗୀ ଥିବାବେଳେ ଅନ୍ୟସମସ୍ତେ ରୋଗୀମାନଙ୍କ ସମ୍ପର୍କୀୟ ବୋଲି ଆହତ ବ୍ୟକ୍ତି ମାନେ ପ୍ରକାଶ କରିଛନ୍ତି | ଖବର ପାଇ ହଣ୍ଡପା ଆଇଆଇସି ଲବ ବୋଡା ସଦଳବଳ ନେଇ ଆସି ଘଟଣା ସ୍ଥଳରେ ପହଞ୍ଚିଥିଲେ ଓ ଆହତ ଯାତ୍ରୀ ମାନଙ୍କ କଥା ବୁଝିବା ସହ ଘଟଣାଟିକୁ ଅନୁଧ୍ୟାନ କରିଥିଲେ |କିଛି ସମୟପରେ ଅନୁଗୁଳ ପୋଲିସ ଓ ବାମୁର ଅଗ୍ନିଶମ ବିଭାଗ ପହଞ୍ଚି ରାଜପଥରେ ଯାଉଥିବା ଗାଡ଼ିଗୁଟିକୁ ଅନ୍ୟ ଏକ ରାସ୍ତାରେ ବୁଲାଇ ଯିବାପାଇଁ ସୁରକ୍ଷା ଯୋଗାଇବା ସହ ଟ୍ୟାଙ୍କର ଚାଳକଙ୍କ ସବ ଓ ଦୁର୍ଘଟଣାଗ୍ରସ୍ତ ଗାଡି ୨ଟି କୁ ରାସ୍ତା ଉପରୁ ହଟାଇବାର ଉଦ୍ୟମ ଜାରି ରଖିଥିଲେ |ଲୁହାମୁଣ୍ଡା ଗ୍ରାମବାସୀଙ୍କ ହସ୍ତକ୍ଷେପରେ ମହଜୁଦ ଥିବା ଅନ୍ୟ ୨୩ ଜଣ ବସ ଯାତ୍ରୀଙ୍କୁ ସ୍ଥାନୀୟ ସ୍କୁଲରେ ନେଇ ରଖିବା ସହ ସେମାନଙ୍କ ଖାଦ୍ୟ ପାନୀୟର ବ୍ୟବସ୍ତା କରିଥିଲେ | Rita vision News 


Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !