Posts

Showing posts from August 30, 2022

ଜିନ୍ଦଲ କମ୍ପାନୀ ବିରୋଧରେ ସାଂଘାତିକ ଅଭିଯୋଗ ଉଠାଇଲା କଳିଙ୍ଗନଗର ମଜଦୁର ଇଉନିୟନ୍ l

Image
ଯାଜପୁର(କଳିଙ୍ଗନଗର) : - ଜିଲ୍ଲାର କଳିଙ୍ଗନଗର ଶିଳ୍ପା ଅଞ୍ଚଳରେ ଆଜକୁ ୧୮ ବର୍ଷ ପୂର୍ବେ ୨୦୦୦ ଏକର ପରିମିତ ଜମିରେ ଗଢିଉଠିଥିବା ଷ୍ଟିଲ୍ କାରଖାନା( ଜିନ୍ଦାଲ) ଷ୍ଟିଲ୍ କାରଖାନା ନାମରେ ସାଂଘାତିକ ଅଭିଯୋଗ ଆଣିଛି ୨୮ ବର୍ଷ ର ଶ୍ରମିକ ସଙ୍ଗଠନ କଳିଙ୍ଗନଗର ମଜଦୁର ଇଉନିୟନ୍ l ଏକ ପ୍ରେସ୍ ବିବୃତିରେ ଜିନ୍ଦଲ କମ୍ପାନୀ ର ଶୋଷଣ ନୀତି ବିରୁଦ୍ଧରେ ସ୍ଵର ଉତ୍ତୋଳନ କରିଥିଲେ ଇଉନିୟନ୍ ର ସାଧାରଣ ସମ୍ପାଦକ ଆଝାର ଅହମ୍ମଦ ଖାନ୍ I ତାଙ୍କ ସହିତ ଅନ୍ୟାନ୍ୟ କମ୍ପାନୀ ର ଶ୍ରମିକ ସଙ୍ଗଠନ ର ନେତାମାନେ ଯୋଗଦାନ କରି ସମାନ ଅଭିଯୋଗ ଆଣିଛନ୍ତି l ତାଙ୍କ ର ଅଭିଯୋଗ ଯେ, ଜମି ଅଧିଗ୍ରହଣ ଓ କାରଖାନା ସ୍ଥାପନା ବେଳେ ସ୍ଥାନୀୟ ବାସିନ୍ଦା ଓ ବିସ୍ଥାପିତ ଙ୍କୁ ଦେଇଥିବା ପ୍ରତିଶ୍ରୁତି ଜିନ୍ଦଲ କମ୍ପାନୀ ପାଳନ କରିନାହାଁନ୍ତି l ବିଶେଷ କରି ପ୍ରଥମ ପର୍ଯ୍ୟାୟରେ ୫ଟି ଦାବୀକୁ ଶ୍ରମିକ ସଂଗଠନ ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ଦିଆଯାଇଛି l 1. ଜିନ୍ଦଲ କାରଖାନା ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ଦେଇନାହିଁ କିମ୍ବା ନିୟମ ଅନୁଯାୟୀ ପାରିପାର୍ଶ୍ବିକ ଉନ୍ନୟନ କାମ କରୁନାହିଁ l 2. କୌଣସି ଭି ନିଯୁକ୍ତି ଦେବାପୂର୍ବରୁ ଜିଲ୍ଲାପ୍ରଶାସନ ଙ୍କ ନିର୍ଦ୍ଦେଶ କୁ ଏଡ଼ାଇ ଦେଉଛି କମ୍ପାନୀ I 3. ସରକାରଙ୍କ ନିର୍ଦ୍ଦେଶାନାମା ଅନୁଯାୟୀ ସ୍ଥାନୀୟ ଅଞ୍ଚଳର ଲୋକମାନଙ୍କୁ, ୬୦ ପ୍ରତିଶତ ଅର୍ଦ୍ଧକୁଶଳୀ ଏବଂ ୩୦ ପ୍ରତିଶତ ବିଭିନ

ଜିଲ୍ଲା କଳା ଓ ସଂସ୍କୃତି ସଂଘ ନୂଆପଡା ର ନୂତନ ଉପ-ସଭାପତି ମନୋନୀତ l

Image
ନୂଆପଡ଼ା(ବ୍ୟୁରୋ ରିପୋର୍ଟ) : - ଜିଲ୍ଲା କଳା ଓ ସଂସ୍କୃତି ସଂଘ ନୂଆପଡା ର ନୂତନ ଉପ-ସଭାପତି ଭାବରେ ମନୋନୀତ ହୋଇଛନ୍ତି ବିଶିଷ୍ଟ ପାଲା ଗାୟକ ଶିରୋମଣି ଅର୍ଜ୍ଜୁନ ଛତ୍ରିଆ।ଏଥିପାଇଁ କଳାକାର ମହଲରେ ଖୁସିର ଲହରୀ ଖେଳିଯାଇଛି।ତାଙ୍କ ନେତୃତ୍ୱରେ ଜିଲ୍ଲାର କଳାକାର ମାନଙ୍କ ବିଭିନ୍ନ ସମସ୍ୟାର ସମାଧାନ ହୋଇ ପାରିବ ବୋଲି ସମସ୍ତେ ଆଶା କରିଛନ୍ତି।ଏହା ପୂର୍ବରୁ ତ୍ରିମନ ମାଝୀ ଏହି ପଦବୀରେ ରହିଥିଲେ। ଗ୍ରାମାଞ୍ଚଳର କଳା ସଂସ୍କୃତି ର ପୁନଃଉଦ୍ଧାର ବିଭିନ୍ନ ସରକାରୀ ଯୋଜନାର ପ୍ରଚାର ପ୍ରସାର ପାଇଁ କଳାକାର ମାନଙ୍କୁ ନିୟୋଜିତ କରି ସେମାନଙ୍କ ଆର୍ଥିକ ସ୍ଥିତିରେ ଉନ୍ନତି ଆଣିବା ପାଇଁ ଜିଲ୍ଲା ସ୍ତରରେ , ଜିଲ୍ଲା କଳା ଓ ସଂସ୍କୃତି ସଂଘ ଓ ବ୍ଲକ ସ୍ତରରେ ବ୍ଲକ କଳା ଓ ସଂସ୍କୃତି ସଂଘ ଗଠିତ ହୋଇଛି। ଜିଲ୍ଲା ସଂଘରେ ଜିଲ୍ଲାପାଳ ଓ ବ୍ଲକ ସ୍ତରରେ ବିଡ଼ିଓ ସଭାପତି ରହୁଥିବା ବେଳେ ଉଭୟ ସଂଘରେ ଜଣେ ଜଣେ ବରିଷ୍ଠ କଳାକାର ଉପ-ସଭାପତି ରହିଥାନ୍ତି। ପୂର୍ବରୁ ପ୍ରତ୍ୟେକ ବ୍ଲକ ରୁ ଜଣେ ବା ଦୁଇ ଜଣ ସଭ୍ଯ ଜିଲ୍ଲା କମିଟିରେ ସଭ୍ଯ ରୂପେ ଚୟନ ହୋଇ ହୋଇଥାନ୍ତି ଓ ସେହି ସଭ୍ଯମାନେ ମତଦାନ ଦେଇ ଜିଲ୍ଲା ଉପ ସଭାପତି ଚୟନ କରନ୍ତି କିନ୍ତୁ, ଏ ବର୍ଷ ଶ୍ରୀ ଛତ୍ରିଆ ମୋହୋଦୟଙ୍କୁ ସମସ୍ତେ ହୃଦୟ ର ସହିତ ମନୋନୀତ କରିଛନ୍ତି ।