ଜିଲ୍ଲା କଳା ଓ ସଂସ୍କୃତି ସଂଘ ନୂଆପଡା ର ନୂତନ ଉପ-ସଭାପତି ମନୋନୀତ l

ନୂଆପଡ଼ା(ବ୍ୟୁରୋ ରିପୋର୍ଟ) :- ଜିଲ୍ଲା କଳା ଓ ସଂସ୍କୃତି ସଂଘ ନୂଆପଡା ର ନୂତନ ଉପ-ସଭାପତି ଭାବରେ ମନୋନୀତ ହୋଇଛନ୍ତି ବିଶିଷ୍ଟ ପାଲା ଗାୟକ ଶିରୋମଣି ଅର୍ଜ୍ଜୁନ ଛତ୍ରିଆ।ଏଥିପାଇଁ କଳାକାର ମହଲରେ ଖୁସିର ଲହରୀ ଖେଳିଯାଇଛି।ତାଙ୍କ ନେତୃତ୍ୱରେ ଜିଲ୍ଲାର କଳାକାର ମାନଙ୍କ ବିଭିନ୍ନ ସମସ୍ୟାର ସମାଧାନ ହୋଇ ପାରିବ ବୋଲି ସମସ୍ତେ ଆଶା କରିଛନ୍ତି।ଏହା ପୂର୍ବରୁ ତ୍ରିମନ ମାଝୀ ଏହି ପଦବୀରେ ରହିଥିଲେ। ଗ୍ରାମାଞ୍ଚଳର କଳା ସଂସ୍କୃତି ର ପୁନଃଉଦ୍ଧାର ବିଭିନ୍ନ ସରକାରୀ ଯୋଜନାର ପ୍ରଚାର ପ୍ରସାର ପାଇଁ କଳାକାର ମାନଙ୍କୁ ନିୟୋଜିତ କରି ସେମାନଙ୍କ ଆର୍ଥିକ ସ୍ଥିତିରେ ଉନ୍ନତି ଆଣିବା ପାଇଁ ଜିଲ୍ଲା ସ୍ତରରେ , ଜିଲ୍ଲା କଳା ଓ ସଂସ୍କୃତି ସଂଘ ଓ ବ୍ଲକ ସ୍ତରରେ ବ୍ଲକ କଳା ଓ ସଂସ୍କୃତି ସଂଘ ଗଠିତ ହୋଇଛି।ଜିଲ୍ଲା ସଂଘରେ ଜିଲ୍ଲାପାଳ ଓ ବ୍ଲକ ସ୍ତରରେ ବିଡ଼ିଓ ସଭାପତି ରହୁଥିବା ବେଳେ ଉଭୟ ସଂଘରେ ଜଣେ ଜଣେ ବରିଷ୍ଠ କଳାକାର ଉପ-ସଭାପତି ରହିଥାନ୍ତି। ପୂର୍ବରୁ ପ୍ରତ୍ୟେକ ବ୍ଲକ ରୁ ଜଣେ ବା ଦୁଇ ଜଣ ସଭ୍ଯ ଜିଲ୍ଲା କମିଟିରେ ସଭ୍ଯ ରୂପେ ଚୟନ ହୋଇ ହୋଇଥାନ୍ତି ଓ ସେହି ସଭ୍ଯମାନେ ମତଦାନ ଦେଇ ଜିଲ୍ଲା ଉପ ସଭାପତି ଚୟନ କରନ୍ତି କିନ୍ତୁ, ଏ ବର୍ଷ ଶ୍ରୀ ଛତ୍ରିଆ ମୋହୋଦୟଙ୍କୁ ସମସ୍ତେ ହୃଦୟ ର ସହିତ ମନୋନୀତ କରିଛନ୍ତି । 

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !