ଜିନ୍ଦଲ କମ୍ପାନୀ ବିରୋଧରେ ସାଂଘାତିକ ଅଭିଯୋଗ ଉଠାଇଲା କଳିଙ୍ଗନଗର ମଜଦୁର ଇଉନିୟନ୍ l

ଯାଜପୁର(କଳିଙ୍ଗନଗର) : - ଜିଲ୍ଲାର କଳିଙ୍ଗନଗର ଶିଳ୍ପା ଅଞ୍ଚଳରେ ଆଜକୁ ୧୮ ବର୍ଷ ପୂର୍ବେ ୨୦୦୦ ଏକର ପରିମିତ ଜମିରେ ଗଢିଉଠିଥିବା ଷ୍ଟିଲ୍ କାରଖାନା( ଜିନ୍ଦାଲ) ଷ୍ଟିଲ୍ କାରଖାନା ନାମରେ ସାଂଘାତିକ ଅଭିଯୋଗ ଆଣିଛି ୨୮ ବର୍ଷ ର ଶ୍ରମିକ ସଙ୍ଗଠନ କଳିଙ୍ଗନଗର ମଜଦୁର ଇଉନିୟନ୍ l ଏକ ପ୍ରେସ୍ ବିବୃତିରେ ଜିନ୍ଦଲ କମ୍ପାନୀ ର ଶୋଷଣ ନୀତି ବିରୁଦ୍ଧରେ ସ୍ଵର ଉତ୍ତୋଳନ କରିଥିଲେ ଇଉନିୟନ୍ ର ସାଧାରଣ ସମ୍ପାଦକ ଆଝାର ଅହମ୍ମଦ ଖାନ୍ I ତାଙ୍କ ସହିତ ଅନ୍ୟାନ୍ୟ କମ୍ପାନୀ ର ଶ୍ରମିକ ସଙ୍ଗଠନ ର ନେତାମାନେ ଯୋଗଦାନ କରି ସମାନ ଅଭିଯୋଗ ଆଣିଛନ୍ତି l ତାଙ୍କ ର ଅଭିଯୋଗ ଯେ, ଜମି ଅଧିଗ୍ରହଣ ଓ କାରଖାନା ସ୍ଥାପନା ବେଳେ ସ୍ଥାନୀୟ ବାସିନ୍ଦା ଓ ବିସ୍ଥାପିତ ଙ୍କୁ ଦେଇଥିବା ପ୍ରତିଶ୍ରୁତି ଜିନ୍ଦଲ କମ୍ପାନୀ ପାଳନ କରିନାହାଁନ୍ତି l ବିଶେଷ କରି ପ୍ରଥମ ପର୍ଯ୍ୟାୟରେ ୫ଟି ଦାବୀକୁ ଶ୍ରମିକ ସଂଗଠନ ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ଦିଆଯାଇଛି l 1. ଜିନ୍ଦଲ କାରଖାନା ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ଦେଇନାହିଁ କିମ୍ବା ନିୟମ ଅନୁଯାୟୀ ପାରିପାର୍ଶ୍ବିକ ଉନ୍ନୟନ କାମ କରୁନାହିଁ l 2. କୌଣସି ଭି ନିଯୁକ୍ତି ଦେବାପୂର୍ବରୁ ଜିଲ୍ଲାପ୍ରଶାସନ ଙ୍କ ନିର୍ଦ୍ଦେଶ କୁ ଏଡ଼ାଇ ଦେଉଛି କମ୍ପାନୀ I 3. ସରକାରଙ୍କ ନିର୍ଦ୍ଦେଶାନାମା ଅନୁଯାୟୀ ସ୍ଥାନୀୟ ଅଞ୍ଚଳର ଲୋକମାନଙ୍କୁ, ୬୦ ପ୍ରତିଶତ ଅର୍ଦ୍ଧକୁଶଳୀ ଏବଂ ୩୦ ପ୍ରତିଶତ ବିଭିନ୍ନ ପଦାଧିକାରୀ ଏହିପରି ମୋଟ ୯୦ ପ୍ରତିଶତ ଙ୍କୁ ନିଯୁକ୍ତି ସୁଯୋଗ ଦେବା କଥା କିନ୍ତୁ ଜିନ୍ଦଲ କମ୍ପାନୀ ଏହାକୁ ପାଳନ କରୁନାହଁ l 4. ଆବଶ୍ୟକ ସଂଖ୍ୟକ କର୍ମଚାରୀ ଙ୍କୁ କମାନୀ ସିଧାସଳଖ ନିଯୁକ୍ତି ନ ଦେଇ ବାହାର ରାଜ୍ୟରୁ ଆସୁଥିବା ଠିକାଦାର ଙ୍କ ମାଧ୍ୟମରେ ନିଯୁକ୍ତି ଦେଇ ଶୋଷଣ କରି ଚାଲିଛି l 5. ଜିନ୍ଦଲ କମ୍ପାନୀ ଦ୍ଵାରା ସ୍ଥାନୀୟ ଅଞ୍ଚଳର ଜଳ ପ୍ରଦୂଷିତ ହେବାସହ ବାୟୁ ପ୍ରଦୂଷଣ ହେଉଛି, ଯାହାଦ୍ୱାରା ସ୍ଥାନୀୟ ବାସିନ୍ଦା ବିଭିନ୍ନ ମାରାତ୍ମକ ରୋଗ ର ଶିକାର ହେଉଥିବା ଦେଖିବାକୁ ମିଳୁଛି l ଏହାର କୌଣସି ପ୍ରତିକାର କମ୍ପାନୀ କରୁନାହଁ l ଏହିଭଳି ସବୁ ସମସ୍ୟା ଉପରେ କମ୍ପାନୀ କର୍ତ୍ତୃପକ୍ଷ ଦୃଷ୍ଟି ନ ଦେଲେ, ଆଗାମୀ ଦିନରେ ଜିନ୍ଦଲ କମ୍ପାନୀ ର ସ୍ଥାନୀୟ ସ୍ୱାର୍ଥ ବିରୋଧୀ ଏବଂ ଶ୍ରମିକ ଶୋଷଣ ନୀତି ବିରୋଧରେ ବିରାଟ ଜନଆନ୍ଦୋଳନର ଠିଆ ହେବ ବୋଲି କଳିଙ୍ଗନଗର ମଜଦୁର ଇଉନିୟନ୍ ପକ୍ଷରୁ ଚେତାବନୀ ଦିଆଯାଇଛି l ଏହି ଅବସରରେ କଳିଙ୍ଗନଗର ମଜଦୁର ଇଉନିୟନ୍ ର ସାଧାରଣ ସମ୍ପାଦକ ଆଜାର ଅହମ୍ମଦ ଖାନ୍ ଙ୍କ ସହିତ ବିଜୟ ଦଲେଇ, ଦୁଃଶାସନ ବେହେରା, କମଳଲୋଚନ ନାୟକ, ଲକ୍ଷ୍ମଣ ପରିଡା, ତାରିକ୍ ଅଜିଜ, ଏସ୍ କେ ମୁରସାଲିନ ଉପସ୍ଥିତ ଥିଲେ l

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !