କ୍ରୋମନଗର ଉଚ୍ଚ ବିଦ୍ୟାପୀଠରେ ଯାଜପୁର ଜିଲ୍ଲା ସ୍ତରୀୟ ଆର୍ନ୍ତଜାତିକ ବନ ଦିବସ ପାଳିତ ହୋଇଯାଇଛି l
ଯାଜପୁର (କଳିଙ୍ଗନଗର) : - ମାର୍ଚ୍ଚ ୨୧ ତାରିଖ ‘ଆର୍ନ୍ତଜାତିକ ବନ ଦିବସ’ ଅବସରରେ କଟକ ବନଖଣ୍ଡ ଅଧିକାରୀ ପି. ଅର୍ଥନାରୀଙ୍କ ପରାମର୍ଶକ୍ରମେ ଯାଜପୁରରୋଡ ବନାଂଚଳ ଅଧିକାରୀଙ୍କ ତରଫରୁ ସ୍ଥାନୀୟ କ୍ରୋମନଗର ଉଚ୍ଚ ବିଦ୍ୟାପୀଠରେ ଆଜି ଗୁରୁବାର ପୂର୍ବାହ୍ନରେ ଯାଜପୁର ଜିଲ୍ଲାସ୍ତରୀୟ ‘ବିଶ୍ୱ ବନ ଦିବସ’ ପାଳିତ ହୋଇଯାଇଛି । ବ୍ୟାସନଗର ସ୍ୱୟଂଶାସିତ ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷ ଡ଼ଃ. କୁଶ ଚନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ । ଯାଜପୁରରୋଡ ବନାଂଚଳ ଅଧିକାରୀ ଜ୍ୟୋତିରଂଜନ ମହାପାତ୍ରଙ୍କ ଆବାହକତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କ୍ରୋମନଗର ଉଚ୍ଚ ବିଦ୍ୟାପୀଠର ପ୍ରଧାନ ଶିକ୍ଷକ ମୋହନ କୁମାର ଓଝା ଅଧ୍ୟକ୍ଷତା କପରିଥିଲେ । ଏଥିରେ ‘ଉଦୟବଟ’ର ସଂପାଦକ ତଥା ବିଶିଷ୍ଠ ପରିବେଶବିତ୍ ଦୁଷ୍ମନ୍ତ କୁମାର ରାଉତ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ପରିବେଶର ସୁରକ୍ଷା ପାଇଁ ବ୍ୟାପକ ଜନସଚେତନତା ସହ ବୃକ୍ଷରୋପଣକୁ ପ୍ରାଥମିକତା ଦେବାକୁ ଅନୁରୋଧ କରିଥିଲେ । ଚଳିତ ବର୍ଷର ଅନୁଚିନ୍ତାକୁ ପାଥେୟ କରି ବିଭିନ୍ନ ସ୍ତରରେ ସମୂହ ଉଦ୍ୟମରେ ନୂତନ ଜଂଗଲ ସୃଷ୍ଟିକରି ଜଳବାୟୁ ସନ୍ତୁଳନରେ ଭୂମିକା ନିଭାଇବା ପାଇଁ କହିଥିଲେ । କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ରାଜସ୍ୱ ଅଧିକାରୀ ଗୋପାଳ ଚନ୍ଦ୍ର ବେହେରା, ସ୍ଥାନୀୟ ଓ.ଏଫ୍.ଡି.ସିର...