କ୍ରୋମନଗର ଉଚ୍ଚ ବିଦ୍ୟାପୀଠରେ ଯାଜପୁର ଜିଲ୍ଲା ସ୍ତରୀୟ ଆର୍ନ୍ତଜାତିକ ବନ ଦିବସ ପାଳିତ ହୋଇଯାଇଛି l

ଯାଜପୁର (କଳିଙ୍ଗନଗର) : - ମାର୍ଚ୍ଚ ୨୧ ତାରିଖ ‘ଆର୍ନ୍ତଜାତିକ ବନ ଦିବସ’ ଅବସରରେ କଟକ ବନଖଣ୍ଡ ଅଧିକାରୀ ପି. ଅର୍ଥନାରୀଙ୍କ ପରାମର୍ଶକ୍ରମେ ଯାଜପୁରରୋଡ ବନାଂଚଳ ଅଧିକାରୀଙ୍କ ତରଫରୁ ସ୍ଥାନୀୟ କ୍ରୋମନଗର ଉଚ୍ଚ ବିଦ୍ୟାପୀଠରେ ଆଜି ଗୁରୁବାର ପୂର୍ବାହ୍ନରେ ଯାଜପୁର ଜିଲ୍ଲାସ୍ତରୀୟ ‘ବିଶ୍ୱ ବନ ଦିବସ’ ପାଳିତ ହୋଇଯାଇଛି । ବ୍ୟାସନଗର ସ୍ୱୟଂଶାସିତ ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷ ଡ଼ଃ. କୁଶ ଚନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ । ଯାଜପୁରରୋଡ ବନାଂଚଳ ଅଧିକାରୀ ଜ୍ୟୋତିରଂଜନ ମହାପାତ୍ରଙ୍କ ଆବାହକତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କ୍ରୋମନଗର ଉଚ୍ଚ ବିଦ୍ୟାପୀଠର ପ୍ରଧାନ ଶିକ୍ଷକ ମୋହନ କୁମାର ଓଝା ଅଧ୍ୟକ୍ଷତା କପରିଥିଲେ । ଏଥିରେ ‘ଉଦୟବଟ’ର ସଂପାଦକ ତଥା ବିଶିଷ୍ଠ ପରିବେଶବିତ୍ ଦୁଷ୍ମନ୍ତ କୁମାର ରାଉତ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ପରିବେଶର ସୁରକ୍ଷା ପାଇଁ ବ୍ୟାପକ ଜନସଚେତନତା ସହ ବୃକ୍ଷରୋପଣକୁ ପ୍ରାଥମିକତା ଦେବାକୁ ଅନୁରୋଧ କରିଥିଲେ । ଚଳିତ ବର୍ଷର ଅନୁଚିନ୍ତାକୁ ପାଥେୟ କରି ବିଭିନ୍ନ ସ୍ତରରେ ସମୂହ ଉଦ୍ୟମରେ ନୂତନ ଜଂଗଲ ସୃଷ୍ଟିକରି ଜଳବାୟୁ ସନ୍ତୁଳନରେ ଭୂମିକା ନିଭାଇବା ପାଇଁ କହିଥିଲେ । କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ରାଜସ୍ୱ ଅଧିକାରୀ ଗୋପାଳ ଚନ୍ଦ୍ର ବେହେରା, ସ୍ଥାନୀୟ ଓ.ଏଫ୍‌.ଡି.ସିର ଏସ.ଡି.ଏମ ବିନୋଦ ବିହାରୀ ଜେନା, ଶିକ୍ଷାବିତ୍ ସଂଜୟ କୁମାର ଦେଓ ପ୍ରମୁଖ ଏଥିରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଅବକ୍ଷୟମୁଖି ପରିବେଶ ପାଇଁ ଜଂଗଲ ହାନି ଏକମାତ୍ର କାରଣ ବୋଲି ଦର୍ଶାଇବା ସହ ପର୍ଯ୍ୟାପ୍ତ ପରିମାଣର ବୃକ୍ଷରୋପଣ ପାଇଁ ମତବ୍ୟକ୍ତ କରିଥିଲେ ।ଛାତ୍ରଛାତ୍ରୀ ଓ ଅନ୍ୟ ସମସ୍ତେ ନିଜ ଜୀବନ କାଳରେ ଅତିକମରେ ଗୋଟିଏ ଲେଖାଏ ବୃକ୍ଷରୋପଣ କରି ତା’ର ଯତ୍ନ ନେବାକୁ ପରାମର୍ଶ ଦେଇଥିଲେ । ଏହି ସଚେତନତା ଭିତିକ ଆଲୋଚନାଚକ୍ରର ପ୍ରାରମ୍ଭରେ ବନାଂଚଳ ଅଧିକାରୀ ଶ୍ରୀ ମହାପାତ୍ର ସ୍ୱାଗତ ସମ୍ଭାଷଣ ପ୍ରଦାନ ସହ ଦିବସର ତାତ୍ପର୍ଯ୍ୟତା ଉପରେ ଆଲୋକପାତ କରିଥିଲେ । ବନ ଦିବସ ଉପଲକ୍ଷେ ଏଠାରେ ଅନୁଷ୍ଠିତ ବକ୍ତୃତା ପରୀକ୍ଷାରେ କୃତିତ୍ୱ ଅର୍ଜ୍ଜନ କରିଥିବା ସ୍ୱାତିସ୍ୱରୂପା ଅଧିକାରୀ (୧ମ), ସୁପର୍ଣ୍ଣା ଜେନା (୨ୟ) ଏବଂ ଅଞ୍ଜଳି ଜେନା (୩ୟ)ଙ୍କୁ ଅତିଥିମାନେ ପ୍ରମାଣପତ୍ର ସହ ପୁରସ୍କୃତ କରିଥିଲେ । ଆଲୋଚନାଚକ୍ରରେ ଅନ୍ୟମାନଙ୍କ ମଧ୍ୟରେ ଧବଳଗିରି ଉଚ୍ଚ ବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରିୟବ୍ରତ ଦାଶ, ଶିକ୍ଷକ ସୋମନାଥ ସାହୁ, ଭବାନିଶଙ୍କର ନନ୍ଦ ପ୍ରମୁଖ ବକ୍ତବ୍ୟ ରଖିଥିଲେ । କାର୍ଯ୍ୟକ୍ରମରେ ବିଦ୍ୟାଳୟର କ୍ରୀଡ଼ା ଶିକ୍ଷକ ସଂଜୟ କୁମାର ଦାସ, ରମେଶ ଚନ୍ଦ୍ର ପୁହାଣ, କର୍ମଚାରୀ ବିଜୟ କୁମାର ବେହେରା, ନନ୍ଦିନୀ ମହାନ୍ତି, ବନପାଳ ଅନୁପମା ସାହୁ, ବନରକ୍ଷୀ ସୋନାଲି ମାଝୀ, କର୍ମଚାରୀ ସୂରୂପ ନାୟକ, ପାରାସ୍କ୍ୱାର୍ଡ ତ୍ରିଲୋଚନ ଦାଶ, ପରିବେଶପ୍ରେମୀ ଉମାକାନ୍ତ ମହାପାତ୍ର, ସମାଜସେବୀ ସନାତନ ପାତ୍ର, ବୃକ୍ଷପ୍ରେମୀ ବିଦ୍ୟୁତ୍‌ପ୍ରଭା ରାୟ, ସୁମିତ୍ରା ମିଶ୍ର, ଅରୁଣ ଦାସ, ବସନ୍ତ କୁମାର ପାତ୍ର, ଅସିତ୍ ଦାସ, ରାମଚନ୍ଦ୍ର ବାରିକ, ସୁମନ ରାୟ, ପ୍ରଫୁଲ୍ଲ ବାରିକ, ଓ.ଏଫ୍‌.ଡି.ସିର କର୍ମଚାରୀ ଦୁର୍ଯ୍ୟୋଧନ ମହାପାତ୍ର, ଧନଞ୍ଜୟ ପ୍ରଧାନ, ଦୀନେଶ ସାମଲ, ଜିତେନ୍ଦ୍ର ଗୈାଡ଼ ପ୍ରମୁଖ ଅଂଶଗ୍ରହଣ କରିଥିଲେ । ଶେଷରେ ଯାଜପୁରରୋଡ଼ ବନପାଳ ନିଲୀମା ପ୍ରିୟଦର୍ଶୀନି ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !