ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଦର୍ଶନ କଲେ ଗୋବିନ୍ଦା l

ପୁରୀ (ବ୍ୟୁରୋ) - ଜଗତର ନାଥ ଜଗନ୍ନାଥଙ୍କ ଅପାର ମହିମା, ସେଥିପାଇଁ ତ ଦେଶବିଦେଶରେ ପ୍ରଭୁଙ୍କ ବହୁତ୍ ପ୍ରସିଦ୍ଧି ଅଛି l ଗତକାଲି ଲୋକପ୍ରିୟ ବଲିଉଡର ଅଭିନେତା ଗୋବିନ୍ଦା ଆହୁଜା ଓ ତାଙ୍କର ସ୍ତ୍ରୀ ସୁନୀତା ଆହୁଜା ପୁରୀରେ ପହଂଚି ଥିବା ବେଳେ ରାତ୍ର ୯.୩୦ ରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିଥିଲେ l ଜଗନ୍ନାଥ ମହାପ୍ରଭୁଙ୍କ ଦର୍ଶନ କରି ବହୁତ ଖୁସି ଓ ଆନନ୍ଦିତ ହେଲେ ବୋଲି କହିଛନ୍ତି l Rita vision News