Posts

Showing posts from January 30, 2021

ପଦ୍ମଶ୍ରୀ ନନ୍ଦ ମାଷ୍ଟ୍ରେଙ୍କ ନିକଟକୁ ଛୁଟୁଛି ଶୁଭେଚ୍ଛାର ସୁଅ :କନ୍ତିରା ଗ୍ରାମରେ ଜମୁଛି ଭିଡ଼ l

Image
ଯାଜପୁର(ସୁକିନ୍ଦା): - ସୁକିନ୍ଦା ବ୍ଲକର ଅଖ୍ୟାତ କୈବର୍ତ୍ତ ପଲ୍ଲୀ କନ୍ତିରା ଏବେ ବିଖ୍ୟାତ ହୋଇଛି ପଦ୍ମଶ୍ରୀ ଉପାଧିରେ ଭୂଷିତ ଚାଟଶାଳୀ ଶିକ୍ଷକ ନନ୍ଦ କିଶୋର ପୃଷ୍ଟି (ନନ୍ଦ ମାଷ୍ଟ୍ରେ)ଙ୍କ ଯୋଗୁଁ l ଗତ ୨୫ତାରିଖରେ କେନ୍ଦ୍ର ଗୃହ ମନ୍ତ୍ରାଳୟ ନନ୍ଦ ମାଷ୍ଟ୍ରେଙ୍କ ସାଧନାକୁ ସ୍ୱୀକୃତି ପ୍ରଦାନକରି ପଦ୍ମଶ୍ରୀ ଉପାଧିରେ ଭୂଷିତ କରାଯିବା ସମ୍ପର୍କୀତ ବିଜ୍ଞପ୍ତି ପ୍ରକାଶ କରିବା ପରଠାରୁ ତାଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି l ଜିଲ୍ଲାର ବହୁ ପ୍ରଶାସନିକ ଅଧିକାରୀ, ବିଭିନ୍ନ ରାଜନୈତିକ ଦଳ ନେତୃବୃନ୍ଦ, ରାଜ୍ୟର ବିଭିନ୍ନ ସଂଗଠନ ଓ ସଂସ୍ଥାର ପ୍ରତିନିଧିଙ୍କର ପ୍ରତିଦିନ ଭିଡ଼ ଜମୁଛି କନ୍ତିରା ଗ୍ରାମରେ l କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳ ସନ୍ତୋଷ କୁମାର ମିଶ୍ର, ସୁକିନ୍ଦା ତହସିଲଦାର ବୁଲବୁଲ ବେହେରା କନ୍ତିରା ଗ୍ରାମରେ ପହଞ୍ଚି ନନ୍ଦ ମାଷ୍ଟ୍ରେଙ୍କୁ ଉତ୍ତରୀ ଓ ପୁଷ୍ପଗୁଚ୍ଛ ପ୍ରଦାନକରି ଶୁଭେଚ୍ଛା ଜଣାଇଛନ୍ତି l ଯାଜପୁର ଜିଲ୍ଲା ଭାଜପା ସଭାପତି ଗୌତମ ରାୟ ସୁକିନ୍ଦା ଭାଜପା ନେତା ପ୍ରଦୀପ ବଳସlମନ୍ତଙ୍କ ସହ ମାଷ୍ଟ୍ରେଙ୍କୁ ଭେଟି ଶୁଭେଚ୍ଛା ଜଣାଇଛନ୍ତି l ସୁକିନ୍ଦା ସାହିତ୍ୟ ସମାଜ ପକ୍ଷରୁ ମଧ୍ୟ ତାଙ୍କୁ ଶୁଭେଚ୍ଛା ଜ୍ଞାପନ କରାଯାଇଛି l ସାହିତ୍ୟ ସମାଜ କାର୍ଯ୍ୟକାରୀ ସଭାପତି ଅକ୍ଷୟ କୁମାର ଭୂୟାଁ, ସମ୍ପାଦକ ଅଧ୍ୟାପକ ହିମାଂଶୁ ଶେଖର ଦ୍ବିବେଦୀ, ଉପଦେଷ୍ଟା ବରିଷ୍ଠ ସାମ୍ବା