ପଦ୍ମଶ୍ରୀ ନନ୍ଦ ମାଷ୍ଟ୍ରେଙ୍କ ନିକଟକୁ ଛୁଟୁଛି ଶୁଭେଚ୍ଛାର ସୁଅ :କନ୍ତିରା ଗ୍ରାମରେ ଜମୁଛି ଭିଡ଼ l

ଯାଜପୁର(ସୁକିନ୍ଦା): - ସୁକିନ୍ଦା ବ୍ଲକର ଅଖ୍ୟାତ କୈବର୍ତ୍ତ ପଲ୍ଲୀ କନ୍ତିରା ଏବେ ବିଖ୍ୟାତ ହୋଇଛି ପଦ୍ମଶ୍ରୀ ଉପାଧିରେ ଭୂଷିତ ଚାଟଶାଳୀ ଶିକ୍ଷକ ନନ୍ଦ କିଶୋର ପୃଷ୍ଟି (ନନ୍ଦ ମାଷ୍ଟ୍ରେ)ଙ୍କ ଯୋଗୁଁ l ଗତ ୨୫ତାରିଖରେ କେନ୍ଦ୍ର ଗୃହ ମନ୍ତ୍ରାଳୟ ନନ୍ଦ ମାଷ୍ଟ୍ରେଙ୍କ ସାଧନାକୁ ସ୍ୱୀକୃତି ପ୍ରଦାନକରି ପଦ୍ମଶ୍ରୀ ଉପାଧିରେ ଭୂଷିତ କରାଯିବା ସମ୍ପର୍କୀତ ବିଜ୍ଞପ୍ତି ପ୍ରକାଶ କରିବା ପରଠାରୁ ତାଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି l ଜିଲ୍ଲାର ବହୁ ପ୍ରଶାସନିକ ଅଧିକାରୀ, ବିଭିନ୍ନ ରାଜନୈତିକ ଦଳ ନେତୃବୃନ୍ଦ, ରାଜ୍ୟର ବିଭିନ୍ନ ସଂଗଠନ ଓ ସଂସ୍ଥାର ପ୍ରତିନିଧିଙ୍କର ପ୍ରତିଦିନ ଭିଡ଼ ଜମୁଛି କନ୍ତିରା ଗ୍ରାମରେ l କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳ ସନ୍ତୋଷ କୁମାର ମିଶ୍ର, ସୁକିନ୍ଦା ତହସିଲଦାର ବୁଲବୁଲ ବେହେରା କନ୍ତିରା ଗ୍ରାମରେ ପହଞ୍ଚି ନନ୍ଦ ମାଷ୍ଟ୍ରେଙ୍କୁ ଉତ୍ତରୀ ଓ ପୁଷ୍ପଗୁଚ୍ଛ ପ୍ରଦାନକରି ଶୁଭେଚ୍ଛା ଜଣାଇଛନ୍ତି l ଯାଜପୁର ଜିଲ୍ଲା ଭାଜପା ସଭାପତି ଗୌତମ ରାୟ ସୁକିନ୍ଦା ଭାଜପା ନେତା ପ୍ରଦୀପ ବଳସlମନ୍ତଙ୍କ ସହ ମାଷ୍ଟ୍ରେଙ୍କୁ ଭେଟି ଶୁଭେଚ୍ଛା ଜଣାଇଛନ୍ତି l ସୁକିନ୍ଦା ସାହିତ୍ୟ ସମାଜ ପକ୍ଷରୁ ମଧ୍ୟ ତାଙ୍କୁ ଶୁଭେଚ୍ଛା ଜ୍ଞାପନ କରାଯାଇଛି l ସାହିତ୍ୟ ସମାଜ କାର୍ଯ୍ୟକାରୀ ସଭାପତି ଅକ୍ଷୟ କୁମାର ଭୂୟାଁ, ସମ୍ପାଦକ ଅଧ୍ୟାପକ ହିମାଂଶୁ ଶେଖର ଦ୍ବିବେଦୀ, ଉପଦେଷ୍ଟା ବରିଷ୍ଠ ସାମ୍ବାଦିକ ଜୟ ନାରାୟଣ ମହାପାତ୍ର, ସଂଗଠନ ସମ୍ପାଦକ ଅଜୟ କୁମାର ଖୁଣ୍ଟିଆ, ଡ. ଦୟାନିଧି ଦାଶ, ନାରାୟଣ ଶତପଥି, ମନୋରଞ୍ଜନ ଦାସ, ଲବଙ୍ଗଲତା ପରିଡା, ଅଲେଖ ପ୍ରସାଦ ପାଗଡ଼, ଫକୀର ଚରଣ ଓଝା, ଶଶଧର ମୁଦୁଲି,କlଞ୍ଚନବାଳା ସାହୁ, ରଞ୍ଜନ ନାୟକ ଶ୍ରୀନିବାସ ରାଉତ,ସୁମିତ୍ରା ମହାରଣା, ରିନାରାଣୀ ରାଉତ, କlଞ୍ଚନବାଳା ମଲ୍ଲ ପ୍ରମୁଖ କନ୍ତିରା ଗ୍ରାମରେ ପହଞ୍ଚି ନନ୍ଦ ମାଷ୍ଟ୍ରେଙ୍କୁ ଉତ୍ତରୀ,ସ୍ମୃତି ଫଳକ(ମେମେନ୍ଟୋ), ପୁଷ୍ପଗୁଚ୍ଛ ପ୍ରଦାନକରି ଶୁଭେଚ୍ଛା ଜଣାଇବା ସହ ତାଙ୍କର ଦୀର୍ଘ ନିରାମୟ ଜୀବନ କାମନା କରିଥିଲେ l ମାଷ୍ଟ୍ରେ ସମସ୍ତଙ୍କୁ ଚନ୍ଦନ ଟୀକା ପିନ୍ଧାଇ ଆଶୀର୍ବାଦ ପ୍ରଦାନ କରିଥିଲେ l (ସୁକିନ୍ଦାରୁ ଜୟ ନାରାୟଣ ମହାପାତ୍ରଙ୍କ ରିପୋର୍ଟ )l
Padma Shri Nanda rushes to Master Greetings: Crowds gather in Kantira village. 
Jajpur (Sukinda): - The unnamed Kaibarta Palli Kantira of Sukinda block is now known as the Chatshali teacher, who was awarded the Padma Shri title by Nand Kishore Pristi (Nanda Mastre). Many district officials, leaders of various political parties, various organizations and organizations in the state have been sending him congratulations since the announcement of the awarding of the Padma Shri in recognition of Sadhana. Bulbul Behera reached Kantira village and greeted Nand Master by handing out a bouquet of flowers and flowers to him. Editor Prof. Himanshu Shekhar Dwivedi, Adviser Senior Journalist Jay Narayan Mohapatra, Organization Editor Ajay Kumar Khuntia, Drs. Dayanidhi Das, Narayan Shatapathi, Manoranjan Das, Lobangalata Parida, Alekh Prasad Pagad, Fakir Charan Ojha, Shashadhar Muduli, Kanchanbala Sahu, Ranjan Nayak Srinivasa Raut, Sumitra Maharana, Rinarani Raut, Kanchalantra Nantra Memento), greeted him with a bouquet of flowers and wished him a long and prosperous life.

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !