ନିଲାମ ଧାରୀ ଓ ତହସିଲ କର୍ମଚାରୀ ଙ୍କ ମଧୁଚନ୍ଦ୍ରିକା, ଲକ୍ଷ ଲକ୍ଷ ଟଙ୍କାର ରାଜସ୍ୱ ହାନି l

(ପ୍ୟାକେଟ ଗରମ୍ ରେ ଚାଲିଛି ଅନ୍ଧାରୀ ଶାସନ,) ଯାଜପୁର (କଳିଙ୍ଗନଗର) :- ଦାନଗଦୀ ତହସିଲ ର ଚକୁଆ ବାଲିଘାଟ ଚୋରାବାଲି ମାଫିଆଙ୍କ ଭୂସ୍ଵର୍ଗ ପାଲଟିଛି I କଳିଙ୍ଗନଗର ଶିଳ୍ପାଞ୍ଚଳର ପାଖରେ ଅବସ୍ଥିତ ହୋଇଥିବାରୁ ଏଠାରୁ ପ୍ରତ୍ୟେହ ଶହ ଶହ ଟ୍ରିପ ବାଲି ଚୋରାଚାଲାଣ କରାଯାଉଥିବା ବେଳେ ବାଲି ମାଫିଆ ମାନେ ଦୈନିକ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରିଥାନ୍ତି I ଏହି ବାଲି ଘାଟ ନିଲାମ ହୋଇଛି ସତ କିନ୍ତୁ ସରକାରଙ୍କ ରାଜକୋଷ ବା ଦାନଗଦୀ ତହସିଲକୁ ଟଙ୍କାଟିଏ ରାଜସ୍ୱ ଆସିନଥାଏ I ଏହି ବାଲି ଘାଟ ଉପରେ ଦାନଗଦୀ ତହସିଲଦାର ନାମକୁ ମାତ୍ର ଚଢାଉ କରି ଗୋଟିଏ ଦୁଇଟି ଗାଡ଼ି ଧରି ଅଳ୍ପ କିଛି ଫାଇନ କରି ନିଜର ସରକାରୀ କର୍ତ୍ତବ୍ୟ ସାରି ଦିଅନ୍ତି I ଏହାପରେ ଦାନଗଦୀ ତହସିଲ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଚକୁଆ ଓ ମାନତିରା ନାମକ ଦୁଇଟି ବାଲି ଘାଟ ସୃଷ୍ଟି କରାଯାଇ ଏହାର ନିଲାମ କରିବା ପାଇଁ ବିଜ୍ଞାପନ ସଂଖ୍ୟା – ୩୩୫୭ ତା ୧୯/୦୯/୨୦୨୦ ରିଖରେ ଚକୁଆ ବାଲି ଘାଟ ମୌଜା ଖାତା ନଂ ୬୮ ପ୍ଳଟ ନଂ ୪୦୭ ଏରିଆ ଏ ୧୦.୦୦ କିସମ ନଦୀ , ମାନତିରା ବାଲି ଘାଟ ମୌଜା ମାନତିରା ଖାତା ନଂ ୨୨୯ ପ୍ଳଟ ନଂ ୧୮୧୧ ଏରିଆ ଏ ୩.୫୦ କିସମ ନଦୀକୁ ନିଲାମ କରିବା ପାଇଁ ବିଜ୍ଞାପନ ପ୍ରକାଶ କରଯାଇଥିଲା ଯାହାର ନିଲାମ ତା ୧୧/୧୦/୨୦୨୦ ରିଖକୁ ରଖାଯାଇଥିଲା I କିନ୍ତୁ ଆବଶ୍ୟକ ସଂଖ୍ୟକ ନିଲାମଧାରୀ ଦରଖାସ୍ତ କରିନଥି...