ସାଧାରଣତଃ ଜନଜୀବନ ପ୍ରତି ଦୃଷ୍ଟି ଦେଉନାହଁ KEC ଠିକା ସଂସ୍ଥା l

ଯାଜପୁର (କଳିଙ୍ଗନଗର) :- ଭାରତ ସରକାରଙ୍କ ପକ୍ଷରୁ ଜନସାଧାରଣ ଙ୍କୁ ସୁବିଧା ସୁଯୋଗ ଯୋଗାଇ ଦେବାକୁ ବିଭିନ୍ନ ଜନହିତକର ଯୋଜନା କାର୍ଯ୍ୟକାରୀ ହେଉଛି l ଏହି ପରିପ୍ରେକ୍ଷୀରେ ମେଗା ଜଳ ଯୋଗାଣ ପ୍ରକଳ୍ପର କାର୍ଯ୍ୟ ଆରମ୍ଭ ହୋଇଛି l KEC ଠିକା ସଂସ୍ଥା ବିଭିନ୍ନ ରାଜ୍ୟରେ ମେଗା ଜଳ ଯୋଗାଣ ପ୍ରକଳ୍ପର କାର୍ଯ୍ୟାଦେଶ ପାଇ କର୍ଯ୍ୟ କରୁଥିବା ବେଳେ ଯାଜପୁର ଜିଲ୍ଲା ଜିଲ୍ଲା ର ଦାନଗଦୀ ବ୍ଲକ ର ଯଖପୁରା ଗ୍ରାମପଞ୍ଚାୟତର ରେ ଏହି କାର୍ଯ୍ୟ KEC ଠିକା ସଂସ୍ଥା ଦ୍ଵାରା ଚାଲୁ ରହିଛି l ଆଗାମୀ ଦିନରେ ଜନସାଧାରଣଙ୍କ ଉପକାର ପାଇଁ କର୍ଯ୍ୟ କରୁଥିବା ଏହି ଠିକା ସଂସ୍ଥା ବର୍ତ୍ତମାନ ର ସୁରକ୍ଷା ଦାୟିତ୍ୱ କୁ ଭୁଲିବାକୁ ପଛାଉ ନାହିଁ l କଳିଙ୍ଗନଗର ଶିଳ୍ପା ଅଞ୍ଚଳର ବିଜୁପଟ୍ଟନାୟକ ମାର୍ଗ ରାସ୍ତା ଟି ଶିଳାଞ୍ଚଳ ର ବ୍ୟସ୍ତବହୁଳ ରାସ୍ତା ଯାହାକି ଯଖପୁରା ଗ୍ରାମର ମୁଖ୍ୟ ରାସ୍ତା I ସେହି ରାସ୍ତାର ପାର୍ଶ୍ୱରେ ଗାଢ଼ ଖୋଳି KEC ଠିକା ସଂସ୍ଥା ପାଣି ପାଇପଲାଇନ୍ ସ୍ଥାପନ କରୁଅଛି କିନ୍ତୁ ସାମାଜିକ ସୁରକ୍ଷା କଥା କୁ ଖାତିର୍ କରୁନାହଁ l ରାସ୍ତା କଡରେ ବଡ଼ ବଡ଼ ଗାତ ଖୋଳି ଦୀର୍ଘଦିନ ଧରି ପକାଇ ରଖୁଥିବା ଦେଖିବାକୁ ମିଳିଛି l ତାହା ସହିତ କାର୍ଯ୍ୟ ଶେଷ କରିବା ପରେ ପିଚୁ ରାସ୍ତା ଉପରେ ମାଟି ସଫା କରୁନଥିବା ଅଭିଯୋଗ ହେଉଛି l ବିଶେଷ କରି ଏହା ଆଇନ୍ ବିରୋଧ କାରଣ ଉକ୍ତ ଠିକା ସଂସ୍ଥା ଗାଢ଼ ବା ଗାତ ଜାଗାରେ କୌଣସି ନିରାପତ୍ତା ପାଇଁ ସୂଚନା ଫଳକ କି ସୁରକ୍ଷା ଫିତା ବ୍ୟବହାର କରୁନାହଁ l ଜନସାଧାରଣ, ଗୋରୁଗାଈ ଏଥିପାଇଁ ବିପଦରେ ପଡ଼ିଥିବା ଦେଖିବାକୁ ମିଳୁଛି l ଏହି ଠିକା ସଂସ୍ଥା ର କର୍ଯ୍ୟ ରେ କିପରି ଭାବରେ ସୁଧାର ଆସିବ ସେଥିପାଇଁ ସ୍ଥାନୀୟ ପ୍ରଶାସନ ଦୃଷ୍ଟି ଦିଅନ୍ତୁ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି l 

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !