ନିଲାମ ଧାରୀ ଓ ତହସିଲ କର୍ମଚାରୀ ଙ୍କ ମଧୁଚନ୍ଦ୍ରିକା, ଲକ୍ଷ ଲକ୍ଷ ଟଙ୍କାର ରାଜସ୍ୱ ହାନି l

(ପ୍ୟାକେଟ  ଗରମ୍ ରେ ଚାଲିଛି ଅନ୍ଧାରୀ ଶାସନ,) 
ଯାଜପୁର (କଳିଙ୍ଗନଗର) :- ଦାନଗଦୀ ତହସିଲ ର ଚକୁଆ ବାଲିଘାଟ ଚୋରାବାଲି ମାଫିଆଙ୍କ ଭୂସ୍ଵର୍ଗ ପାଲଟିଛି I କଳିଙ୍ଗନଗର ଶିଳ୍ପାଞ୍ଚଳର ପାଖରେ ଅବସ୍ଥିତ ହୋଇଥିବାରୁ ଏଠାରୁ ପ୍ରତ୍ୟେହ ଶହ ଶହ ଟ୍ରିପ ବାଲି ଚୋରାଚାଲାଣ କରାଯାଉଥିବା ବେଳେ ବାଲି ମାଫିଆ ମାନେ ଦୈନିକ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରିଥାନ୍ତି I ଏହି ବାଲି ଘାଟ ନିଲାମ ହୋଇଛି ସତ କିନ୍ତୁ ସରକାରଙ୍କ ରାଜକୋଷ ବା ଦାନଗଦୀ ତହସିଲକୁ ଟଙ୍କାଟିଏ ରାଜସ୍ୱ ଆସିନଥାଏ Iଏହି ବାଲି ଘାଟ ଉପରେ ଦାନଗଦୀ ତହସିଲଦାର ନାମକୁ ମାତ୍ର ଚଢାଉ କରି ଗୋଟିଏ ଦୁଇଟି ଗାଡ଼ି ଧରି ଅଳ୍ପ କିଛି ଫାଇନ କରି ନିଜର ସରକାରୀ କର୍ତ୍ତବ୍ୟ ସାରି ଦିଅନ୍ତି I ଏହାପରେ ଦାନଗଦୀ ତହସିଲ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଚକୁଆ ଓ ମାନତିରା ନାମକ ଦୁଇଟି ବାଲି ଘାଟ ସୃଷ୍ଟି କରାଯାଇ ଏହାର ନିଲାମ କରିବା ପାଇଁ ବିଜ୍ଞାପନ ସଂଖ୍ୟା – ୩୩୫୭ ତା ୧୯/୦୯/୨୦୨୦ ରିଖରେ ଚକୁଆ ବାଲି ଘାଟ ମୌଜା ଖାତା ନଂ ୬୮ ପ୍ଳଟ ନଂ ୪୦୭ ଏରିଆ ଏ ୧୦.୦୦ କିସମ ନଦୀ , ମାନତିରା ବାଲି ଘାଟ ମୌଜା ମାନତିରା ଖାତା ନଂ ୨୨୯ ପ୍ଳଟ ନଂ ୧୮୧୧ ଏରିଆ ଏ ୩.୫୦ କିସମ ନଦୀକୁ ନିଲାମ କରିବା ପାଇଁ ବିଜ୍ଞାପନ ପ୍ରକାଶ କରଯାଇଥିଲା ଯାହାର ନିଲାମ ତା ୧୧/୧୦/୨୦୨୦ ରିଖକୁ ରଖାଯାଇଥିଲା I କିନ୍ତୁ ଆବଶ୍ୟକ ସଂଖ୍ୟକ ନିଲାମଧାରୀ ଦରଖାସ୍ତ କରିନଥିବାରୁ ସେହି ଦିନ ନିଲାମକୁ ଦାନଗଦୀ ତହସୀଲଦାରଙ୍କ ଦ୍ଵାରା ରଦ୍ଦ କରାଯାଇଥିଲା I ସେହି ମାସ ୧୨ ତାରିଖରେ ବିଜ୍ଞାପନ ସଂଖ୍ୟା – ୩୬୧୨ ତା ୧୨/୧୦/୨୦ ରେ ପୁନଃ ନିଲାମ ପାଇଁ ବିଜ୍ଞାପନ ପ୍ରକାଶ କରଯାଇଥିଲା ଯାହାର ନିଲାମ ତାରିଖ ୨୦୨୦ନଭେମ୍ବର ୬ ତାରିଖକୁ ରଖାଯାଇଥିଲା I ଏହି ନିଲାମ ସଫଳତା ପୂର୍ବକ ହୋଇ ଟେଣ୍ଡର ଧାରୀଙ୍କୁ ବାଲିଘାଟ ଟେଣ୍ଡର ଦିଆଯାଇଥିଲା I ଏଠାରେ ପ୍ରଶ୍ନ ଉଠୁଛି ଏହି ଚକୁଆ ଓ ମାନତିରା ବାଲିଘାଟର ନିଲାମ ପ୍ରଶାସନ କେମିତି କଲା I ବାଲିଘାଟର ନିଲାମ ପୂର୍ବରୁ ବାଲିଘାଟର ଭୌଗଳିକ ଅବସ୍ଥିତି , ରାସ୍ତା ଘାଟ , ପାଖରେ ଜାତୀୟ ସମ୍ପତ୍ତି ଅଛି କି ନାହିଁ , ବାଲିଘାଟ ହେବା ଦ୍ଵାରା କାହାର କଣ କ୍ଷତି ହେବ ଏସବୁକୁ ବିଚାର କରାଯାଇଥାଏ ଓ ସ୍ଥାନୀୟ ସରପଞ୍ଚଙ୍କ ମତାମତ , ତହସିଲ ପ୍ରଶାସନର ରାଜସ୍ୱ ନିରୀକ୍ଷକଙ୍କ ରିପୋର୍ଟ ଓ ଜନସାଧାରଣଙ୍କ ଅଭିଯୋଗ ବା ମତାମତକୁ ବିଚାର କରି ସେହିଠାରେ ବାଲିଘାଟ ନିଲାମ ହୋଇପାରିବ କି ନାହିଁ ବିଚାର କରି ବାଲିଘାଟ ନିଲାମ କରାଯାଇଥାଏ I କିନ୍ତୁ ଯାଜପୁର ପ୍ରଶାସନ ଓ ଦାନଗଦୀ ତହସିଲ ପ୍ରଶାସନ ଏସବୁ ନିୟମକୁ ଉଲ୍ଲଂଘନ କରି ନିଜେ ଆଇନ ତିଆରି କରି ଏହି ଦୁଇଟି ବାଲିଘାଟର ନିଲାମ କରିଦେଲେ I ଚକୁଆ ବାଲିଘାଟ ଉପରେ କେନ୍ଦ୍ର ସରକାରଙ୍କର ଦକ୍ଷିଣ ପୂର୍ବ ରେଳବାଇର ମୁଖ୍ୟ ରେଳ ଲାଇନ ଯାଇଛି I ଏହି ବାଲିଘାଟ ଉପରେ ଦୁଇ କିଲୋମିଟର ର ରେଳପୋଲ ରହିଛି I ଏହି ରେଳପୋଲ ତଳୁ ବର୍ଷ ସାରା ଚୋରାବାଲି ଚାଲାଣ କରାଯାଇଥାଏ I ଯାହାକି ରେଳପୋଲର ସ୍ଥାୟିତ୍ଵକୁ ନେଇ ପ୍ରଶ୍ନ ଉଠୁଛି I ଏମିତି ଭାବରେ ବାଲି ଚୋରାଚାଲାଣ ହେଲେ ପୋଲ ମୂଳ ଦୁର୍ବଳ ହୋଇ ଭବିଷ୍ୟତରେ ପୋଲ ଗଳି ନ ପଡିବା ସମ୍ଭାବନାକୁ ଏଡାଇ ଦିଆଯାଇନପାରେ I ତହସିଲ ପ୍ରଶାସନ ଏହି ଚୋରାଚାଲାଣକୁ ନ ରୋକି ଭୁଲ ରିପୋର୍ଟ ଆଧାରରେ ତରବାରିଆ ଭାବେ ବାଲିଘାଟକୁ ଜଗି ନିଜର ଦାୟିତ୍ଵ ସାରିବା ପାଇଁ ନିଲାମ ବିଜ୍ଞାପନ କରିଦେଲେ I ତହସିଲ ପ୍ରଶାସନ ଅନ୍ୟ ଆଇନକୁ ମଧ୍ୟ ଅଣଦେଖା କରିଛି I ପିଟିଏମଏମଇଏ ବା ଲଘୁ ଖଣିଜ ଚୋରାଚାଲାଣ ଓ ଦଖଲଚ୍ୟୁତି ପ୍ରତିରୋଧ ଯୋଜନା ଅନୁଯାୟୀ ବାଲି ଉତ୍ସ ଚିହ୍ନଟ କରିବା ପାଇଁ ଜଳ ସମ୍ପଦ ବିଭାଗୀୟ ନିର୍ବାହୀ ଯନ୍ତ୍ରୀ ଓ ସ୍ଥାନୀୟ ତହସିଲଦାର ମିଳିତ ଭାବେ ରିପୋର୍ଟ ପ୍ରସ୍ତୁତ କରି ପଦକ୍ଷେପ ନେବେ I ଯେହେତୁ ଏଠାରେ ବାଲି ଘାଟ ଉପରେ ରେଳ ଲାଇନ ଅଛି ସେ ଦୃଷ୍ଟିରୁ ରେଳ ବିଭାଗର ମତାମତ ନିଶ୍ଚିନ୍ତ ଆବଶ୍ୟକତା ଥିଲା I ବିଭାଗୀୟ ନିର୍ଦ୍ଦେଶନାମା ନଂ ୧୫୬୪୦ , ୧୫/୦୫/୨୦୧୭ ଅନୁସାରେ ଉପଯୁକ୍ତ ଭାବେ ବାଲି ଉତ୍ସର ସୀମାଙ୍କନ କରି ପିଲାର ପୋତାଯିବ I ଏହା ବାଦ ମାଇନିଙ୍ଗ ପ୍ଳାନ ଓ ପରିବେଶ ମଞ୍ଜୁରୀ ଆବଶ୍ୟକ I ମାଇନିଙ୍ଗ ଅପରେସନ ଓ ବେଆଇନ ବାଲି ଖାଦାନ କାରବାର ଉପରେ ଅଙ୍କୁଶ ଲଗାଯିବା କଥା I ଯଦି କେହି ଆଇନକୁ ଉଲଂଘନ କରୁଛନ୍ତି ତେବେ ତାକୁ ଏମଏମଡିଆର ବା ମାଇନ୍ସ ଆଣ୍ଡ ମିନେରାଲ ଡେଭଲପମେଣ୍ଟ ଆଣ୍ଡ ରେଗୁଲେଶନ ଆକ୍ଟ ଅନୁଯାୟୀ ଦଣ୍ଡିତ କରାଯାଇପାରିବ I ବାଲି ଘାଟ ଯୋଗୁଁ ଯଦି କୌଣସି ନଦୀବନ୍ଧର କ୍ଷତି ହେଉଥିବା ଜଣା ପଡିବ ତେବେ ସେହି ନିଲାମକୁ ରଦ୍ଦ କରାଯାଇପାରିବ I ଯୋକଡିଆ ନଦୀବନ୍ଧ ଅତ୍ୟନ୍ତ ଦୁର୍ବଳ ଅବସ୍ଥାରେ ମଧ୍ୟ ରହିଅଛି I ନଦୀବନ୍ଧ ରାସ୍ତାଟି ଉପରେ ପ୍ରତିଦିନ ହଜାର ହଜାର ଜନସାଧାରଣ ଯିବା ଆସିବା କରିବା ପାଇଁ ନିର୍ଭର କରିଥାନ୍ତି I ଏହି ବାଲି ଘାଟ ନିଲାମ ହୋଇସାରିଥିବାରୁ ବର୍ତ୍ତମାନ ଯୋକଡିଆ ନଦୀବନ୍ଧ ଓ କଳିଙ୍ଗନଗର ଶିଳ୍ପାଞ୍ଚଳକୁ ଯିବା ପାଇଁ ରାବଣା, କେନ୍ଦୁଢିପି ଓ ଦାମୋଦରପୁର ଗ୍ରାମ୍ୟ ରାସ୍ତା ଦେଇ ବାଲି ଖାଦାନ ଚଳାଚଳ କଲେ ଉଭୟ ନଦୀବନ୍ଧ ଓ ରାସ୍ତା ଅଳ୍ପ ଦିନରେ ଖରାପ ଏବଂ ଖାଲ ଖମାରେ ପରିଣତ ହେବ I ଯାହାକି ଜନସାଧାରଣଙ୍କ ଯିବା ଆସିବା ଉପରେ ପ୍ରଭାବ ପଡିବ I ଏହି ବାଲି ଘାଟକୁ ଯାଜପୁର ପ୍ରଶାସନ ଓ ଦାନଗଦୀ ତହସିଲଦାର ଙ୍କ ବେଆଇନ ନିଲାମ କରାଯିବାକୁ ନେଇ ମାନ୍ୟବର ହାଇକୋର୍ଟ ଙ୍କ ପାଖରେ ଏକ ରିଟ ପିଟିସନ ନଂ ୨୧୦୭୮/୨୦୨୦ ରେ ପିଟିସନ ଦାଖଲ କରାଯାଇଛି I ତେବେ ପ୍ରଶ୍ନ ଉଠେ କେଉଁ ରିପୋର୍ଟ ଆଧାରରେ ଦାନଗଦୀ ତହସିଲଦାର ଯାଜପୁର ଜିଲ୍ଲା ପ୍ରଶାସନକୁ ଏହି ଦୁଇ ବାଲି ଘାଟ ଚକୁଆ ଓ ମାନତିରାକୁ ନିଲାମ କରିବା ପାଇଁ ବିଜ୍ଞାପନର ଅନୁମତି ପାଇଲେ, ନା ବାଲି ଘାଟର ଚୋରାଚାଲାଣ ରୋକିବାକୁ ସମୟର ଅଭାବ ପଡୁଥିବା ହେତୁ ଦାୟିତ୍ଵ କମାଇବା ପାଇଁ ନିଲାମ ହିଁ ଏକମାତ୍ର ବିକଳ୍ପ ଭାବେ ଗ୍ରହଣ କଲେ! ବର୍ତମାନ ଏହି ବାଲିଘାଟ କୁ ବର୍ଷିକିଆ ନିଲାମରେ ଦିଆଯାଇଛି, ଶକୁନ୍ତଳା କାବୁ ନାମକ ଜଣେ ନିଲାମଧାରୀ ବ୍ଯକ୍ତି ଏହି ଚକୁଆ ବାଲିଘାଟ କୁ ୨୩/୩/୨୦୨୨ ରୁ ୨୩/୩/୨୦୨୩ ପର୍ଯ୍ୟନ୍ତ ନିଲାମ ନେଇଅଛନ୍ତି I ଏହି ବାଲିଘାଟକୁ ନିଲାମଧାରୀ ଙ୍କୁ ବାଲି ତାଡିବା ପାଇଁ କେତେ ଏରିଆ ପ୍ରଦାନ କରାଯାଇଛି ତାହା ମଧ୍ଯ ଜନସାଧାରଣଙ୍କୁ ଜଣା ନାହିଁ l ତେଣୁ ନିଲାମଧାରୀ କେତେ ଏରିଆ ରୁ ବାଲି ତାଡୁଛନ୍ତି ତାକୁ ଚେକିଙ୍ଗ କରିବା ଦାୟିତ୍ବ ଦାନଗଦୀ ତହସିଲ ପ୍ରଶାସନର କିନ୍ତୁ ଯାହା ଦେଖିବାକୁ ମିଳୁଛି ତହସିଲ ପ୍ରଶାସନ ର ଏସବୁ ଉପରେ ନଜର ନାହିଁ l ନିଲାମଧାରି କେତ ଆର ଫର୍ମ ବ୍ୟବହାର କରୁଛନ୍ତି କି ନାହିଁ ଦାନଗଦୀ ତହସିଲ ପ୍ରଶାସନ ଏଥିପ୍ରତି ଆଖି ବୁଜି ଦେଇ ବାଲିଘାଟକୁ ବର୍ଷିକିଆ ନିଲାମ ରେ ଦେଇ ତାଙ୍କ କର୍ତ୍ତବ୍ଯ ସାରି ଦେଇଛନ୍ତି I ଯାହା ର ଫାଇଦା ନିଲାମଧାରୀ ଉଠାଉଛନ୍ତି l ଏହା ଦ୍ଵାରା ସରକାରଙ୍କର କୋଟି କୋଟି ଟଙ୍କାର ରାଜସ୍ବ ହାନି ହେଉଛି l ଏଥି ପ୍ରତି ଦାୟୀ କିଏ ରହିବ? ତହସିଲ ର କିଛି ଅସାଧୁ କର୍ମଚାରୀ ଓ ନିଲାମଧାରୀ ବର୍ତ୍ତମାନ ମିଲିଭଗତରେ ସରକାରଙ୍କ ର ବିପୁଳ ପରିମାଣର ରାଜସ୍ବ ହାନୀ କରାଉ ଥିବା ସାଧାରଣରେ ଚର୍ଚ୍ଚା ଜୋର୍ ଧରିଛି l ତେଣୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହାର ଉପଯୁକ୍ତ ତଦନ୍ତ କରାଯାଇ ଆଇନ୍ ଗତ କାର୍ଯ୍ଯାନୁଷ୍ଠାନ ନିଆଗଲେ ସରକାରୀ ରାଜସ୍ୱ ଲୁଟ୍ ର ପର୍ଦ୍ଦାଫାସ ହୋଇପାରିବ ବୋଲି ଜନସାଧାରଣଙ୍କ ଦାବୀ l 

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !