ଶିଳ୍ପାଞ୍ଚଳ ରେ ବଢୁଛି ମଶାଙ୍କ ପ୍ରାଦୁର୍ଭାବ, ପ୍ରଶାସନ ର ଦୃଷ୍ଟି ପଡୁ I

ଯାଜପୁର (କଳିଙ୍ଗନଗର) : - ଜିଲ୍ଲା ରେ ମଶାକୁ ନେଇ ଅତିଷ୍ଠ ହୋଇ ପଡିଛନ୍ତି କଳିଙ୍ଗନଗର ବାସୀ l ଆମେ ଏସିଆ ମହାଦେଶର ଶିଳ୍ପ ରାଜଧାନୀ କଳିଙ୍ଗନଗର କଥା କହୁଛୁ । ବିଗତ କିଛି ବର୍ଷ ମଧ୍ୟରେ ବିକଶିତ ହୋଇଥିବା ଏହି ଶିଳ୍ପନଗରରେ ତିନିଲକ୍ଷ ରୁ ଅଧିକ ଲୋକ ବସ ବାସ କରୁଛନ୍ତି । କି ବର୍ଷା କି ଖରା ମଶାଙ୍କ ଉତ୍ପାତ କଳିଙ୍ଗନଗରବାସୀଙ୍କ ଚିନ୍ତା ବଢ଼ାଇ ଦେଇଛି । କଳିଙ୍ଗନଗର, ବ୍ୟାସନଗର ପୌରଅଞ୍ଚଳ ଏବଂ ଆଖପାଖ ଅଞ୍ଚଳରେ ଦିନରୁ ରାତି ପର୍ଯ୍ୟନ୍ତ ମଶା ସହର ବାସୀ ଙ୍କୁ ନୟାନ୍ତ କରି ପକାଉଛନ୍ତି । ପୋୖରାଞ୍ଚଳରେ ମଶା ମାରିବାକୁ ବିଭିନ୍ନ ଉପାୟ ପ୍ରଶାସନ ଆପଣାଉଥିଲା ବେଳେ କଳିଙ୍ଗନଗର ଶିଳ୍ପାଞ୍ଚଳ ରେ ମଶା ମାରିବାକୁ କାରଖାନା କର୍ତ୍ତୃପକ୍ଷ କିମ୍ବା ଜିଲ୍ଲା ପ୍ରଶାସନ ପଦକ୍ଷେପ ନେଉ ନ ଥିବା କଳିଙ୍ଗନଗରବାସୀ ବିଶେଷ କରି କାରଖାନା ର ପାର୍ଶ୍ଵବର୍ତ୍ତୀ ଅଞ୍ଚଳ ର ଜନସାଧାରଣ ଅଭିଯୋଗ କରୁଛନ୍ତି l ଏହା ଦ୍ଵାରା ଅନେକ ସମୟରେ ଜ୍ଵର, ସହିତ ମ୍ଯାଲେରିଆ, ଡ଼େଙ୍ଗୁ ଅନେକ ମାରାତ୍ମକ ରୋଗ ରେ ଆକ୍ରାନ୍ତ ହୋଇ ହେଉଛନ୍ତି ସ୍ଥାନୀୟ ବାସିନ୍ଦା l କଳିଙ୍ଗନଗର ଶିଳ୍ପା ଅଞ୍ଚଳରେ କହିବାକୁ ଗଲେ ବାସିନ୍ଦା ଧୂଳି, ଧୂଆଁ ଓ ଜଳ ପ୍ରଦୂଷିତ ହେଉଥିବା ବେଳେ ଏବେ ମଶାମାନଙ୍କ ଉତ୍ପାତ କହିଲେ ନ ସରେ l ଏଥିପ୍ରତି ପ୍ରଶାସନ ଆଗରୁ ସଜାଗ ହୋଇ ଜନସାଧାରଣ ଙ୍କ ସ୍ୱାସ୍ଥ୍ୟ ପ୍ରତି ସତର୍କତା ଅବଲମ୍ବନ କରିବାକୁ ସାଧାରଣରେ ଦାବି ହେଉଛି l 

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !