Posts

Showing posts from September 10, 2020

ଆସନ୍ତୁ ନଜର ପକାଇବା ମୁଖ୍ୟ ଖବର ଉପରେ.... l

Image
➡️ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ। ଆସନ୍ତା ୧୩ ତାରିଖ ବେଳକୁ ପଶ୍ଚିମ-କେନ୍ଦ୍ର ବଙ୍ଗୋପସାଗରର ଆନ୍ଧ୍ର ଉପକୂଳରେ ଏକ ଲଘୁଚାପ ସୃଷ୍ଟ ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ୧୨ତାରିଖରୁ ରାଜ୍ୟରେ ବିଭିନ୍ନ ସ୍ଥାନରେ ମଧ୍ୟମରୁ ବଡ଼ ଧରଣର ବର୍ଷା ହୋଇପାରେ। ➡️କରୋନା ନିୟନ୍ତ୍ରଣ ପାଇଁ ଭୁବନେଶ୍ୱରରେ ଲାଗୁ ହେବ ଗଂଜାମ ଫର୍ମୁଲା; ବ୍ୟାପକ ହେଲଥ୍‌ ସ୍କ୍ରିନିଂ ପାଇଁ ୫୬୫ଟି ରାପିଡ୍ ରେସପନ୍ସ ଟିମ୍; କରୋନା ନିୟମ ମାନୁଛନ୍ତି କି ନାହିଁ, ଆକ୍ରାନ୍ତଙ୍କ ଉପରେ କଡ଼ା ନଜର ରହିବ; କରୋନା ନେଇ ସନ୍ଦେହ ହେଲେ ୧୯୨୯କୁ କଲ୍ କରି ତଥ୍ୟ ପାଇପାରିବେ । ➡️ଆଜି ଜୁନାଗଡର ଅଧିଷ୍ଠାତ୍ରୀ ଦେବୀ ମା ଲଙ୍କେଶ୍ବରୀଙ୍କ ଖଣ୍ଡାବସା ଯାତ୍ରା, ଆଜି ଦିନ ୨ଟାରୁ କାଲି ସକାଳ ୬ଟା ଯାଏଁ ଜାରି ହେଲା ୧୪୪ ଧାରା, ମନ୍ଦିର ପରିସରରୁ ୫୦୦ ମିଟର ଅବଧି ମଧ୍ୟରେ ୧୪୪ ଧାରା ଜାରି। ➡️ମାଓବାଦୀଙ୍କ ଆକ୍ରମଣରେ ୨ ଏସଓଜି ଯବାନ ସହିଦ । ସହିଦ ଯବାନ ଦେବାଶିଷ ଟୁଡୁ, ସୁଧୀର କୁମାର ଟୁଡୁ । କାଲି ଏନକାଉଣ୍ଟରରେ ନିହତ ହୋଇଥିଲେ ୫ ମାଓବାଦୀ । କାଲି ପୋଲିସ-ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା । କଳାହାଣ୍ଡି-କନ୍ଧମାଳ ସୀମାନ୍ତରେ ହୋଇଥିଲା ଗୁଳିବିନିମୟ । ➡️ଡ଼ୁମୁଡ଼ୁମା ରଘୁନାଥ ନଗରରେ ଜଳଖିଆ ଦୋକାନୀଙ୍କ ଉତ୍ପାତ, ସାମାନ୍ୟ ବଚସାରୁ ବାପ, ପୁଅଙ୍କ ଉପରେ ଢାଳି ଦେଲା ଗରମ ତେଲ ବାପ, ପୁଅ ହସ୍ପିଟାଲରେ ଭର୍